ସୁନ୍ଦରଗଡ଼ରେ ବିଜେଡିର ନିଶ୍ଚିତ ବିଜୟ ହେବ: ଲୋକସଭା ପ୍ରାର୍ଥୀ ଦିଲ୍ଲୀପ - sundargarh lok sabha constituency

By ETV Bharat Odisha Team

Published : Apr 28, 2024, 10:57 PM IST

thumbnail

LOK SABHA ELECTION 2024: ରାଉରକେଲା: ସୁନ୍ଦରଗଡ଼ ଲୋକସଭାକୁ ନେଇ ବର୍ତ୍ତମାନ ତେଜିବାରେ ଲାଗିଛି ରାଜନୀତି । ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବର୍ତ୍ତମାନ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ପ୍ରଥମ ଥର ବିଜୟୀ ହେବା ଆଶାରେ ବିଜେଡି । ବିଜେଡି ଏଥର ନିଶ୍ଚିତ ବିପୁଳ ମାତ୍ରାରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ବିକାଶର ଧାରାକୁ ନେଇ ବିଜୟୀ ହେବ ବିଜେଡି ବୋଲି କହିଛନ୍ତି ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । 

ଦିଲ୍ଲୀପ କହିଛନ୍ତି, "ରାଜ୍ୟ ସରକାରଙ୍କ ବିକାଶର ଧାରା ଏବଂ ନବୀନ ପଟ୍ଟନାୟକଙ୍କ ସହ ଦଳର ଲୋକ ପ୍ରିୟତା ହିଁ ଏଥର ବିଜୟୀ ହେବାର ମୂଳ କାରଣ । ବିଜେଡିକୁ ସମ୍ପୂର୍ଣ୍ଣ ଭାବେ ସୁନ୍ଦରଗଡ଼ବାସୀ ଭଲ ପାଉଛନ୍ତି । ପ୍ରଚାରରେ ବୁଲିବା ବେଳେ ଲୋକଙ୍କ ବହୁ ସମର୍ଥନ ମିଳୁଛି । ସୁନ୍ଦରଗଡ଼ବାସୀ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତି ।"

ଏହା ମଧ୍ୟ ପଢନ୍ତୁ .....ଆଳିରେ ନିର୍ବାଚନ ମଣ୍ଡଳୀ: ରଣାଙ୍ଗନରେ ଅଭିଜ୍ଞ ବନାମ ଡାକ୍ତର ଓ ପୋଲିସ, କିଏ ମାରିବ ବାଜି ? - Aul Assembly Constituency

ଜିଲ୍ଲାକୁ ପ୍ରଗତି ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ପ୍ରତିଶୃତି ଦେଇ ଶିକ୍ଷା ସୁଯୋଗ ବୃଦ୍ଧି ଏବଂ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପ୍ରାଥମିକତା ଦେବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ଏଥର ଦେଖିବାକୁ ବାକି ରହିଲା ବିଜେଡି କିଭଳି ପ୍ରଦର୍ଶନ କରୁଛି । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.