କେବେ ହେବ ଶ୍ରାକୁଡି ଘାଟି ରାସ୍ତା ନିର୍ମାଣ ? 5 ବର୍ଷ ଧରି ଦାବି ହୋଇଆସୁଥିଲେ ପ୍ରଶାସନ ଚୁପ୍ ! - SRAKUDI GHATI ROAD PROBLEM

By ETV Bharat Odisha Team

Published : Apr 5, 2024, 9:24 AM IST

thumbnail

Srakudi Ghadi road problem: ଫୁଲବାଣୀ: ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଜାଜେଶ ପାଙ୍ଗା ପଞ୍ଚାୟତର ଶ୍ରାକୁଡି ଘାଟି ରାସ୍ତା ନିର୍ମାଣ ଦାବି କଲେ ଗ୍ରାମବାସୀ ଜୋରଦାର । ଏହି ଘାଟି ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାମିଙ୍ଗିଆ ଗ୍ରାମବାସୀମାନେ ଦାବି କରି ଆସୁଥିବା ବେଳେ ବେଳେ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ପାରିନାହିଁ l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ରାଜନେତାଙ୍କୁ ମଧ୍ୟ ରାସ୍ତା ନିର୍ମାଣ ପାଇଁ ଲିଖିତ ଭାବରେ ଜଣାଇଥିବା ବେଳେ ଫୁଲବାଣୀ ବିଧାୟକ ଘାଟି ରାସ୍ତା ବୁଲିବା ସହ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ l ହେଲେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଘାଟି ରାସ୍ତା ନିର୍ମାଣ ହୋଇପାରିନାହିଁ । 

ଏହାମଧ୍ୟ ପଢନ୍ତୁ.. ରେଲୱେ ଷ୍ଟେସନକୁ ନାହିଁ ସବୁଦିନିଆ ରାସ୍ତା, ନିର୍ମାଣ କରିବାକୁ ଦାବି - Subarnapur Road Problem

ଦାମିଙ୍ଗିଆ ଗ୍ରାମ ଠାରୁ ଫିରିଙ୍ଗିଆ ପ୍ରାୟ ୨୨ କିଲୋମିଟର ଦୂର ହେଉଥିବା ବେଳେ ବାଲିଗୁଡା ଯିବାପାଇଁ ଏହି ଘାଟି ଉପରେ ନିର୍ଭର କରିଥାନ୍ତି ପାଖାପାଖି 5ଟି ଗାଁ ଲୋକେ । ହେଲେ ପକ୍କା ରାସ୍ତା ନଥିବାରୁ ଏଥିରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ । ତେବେ ଖୁବଶୀଘ୍ର ଏହି ରାସ୍ତା ନିର୍ମାଣ ନେଇ ଦାବି କରିଛନ୍ତି ଗ୍ରାମବାସୀ । 

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.