ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଟ୍ରେନ ବଗି, ଦେଖନ୍ତୁ ଭିଡିଓ

By ETV Bharat Odisha Team

Published : Mar 16, 2024, 10:04 PM IST

thumbnail

Cylinder blast in train bogie in haryana Ambala city railway station ଚଣ୍ଡିଗଡ: ହରିୟାଣାର ଆମ୍ବାଲା ରେଳ ଷ୍ଟେସନରେ ଏକ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଯାଇଥିଲା । ଗୋଟିଏ ବଗିର କମ୍ପାର୍ଟମେଣ୍ଟରେ ଥିବା ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ହେବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଜଣାପଡିଛି । ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳିଯାଇଛି । ଖବର ପାଇଁ ଅଗ୍ନିଶମ ଟିମ୍‌ ଓ ରେଳ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା । ନିଆଁ ଲାଗିଥିବା ବଗିରୁ ଅବଶିଷ୍ଟ ବଗିକୁ ତୁରନ୍ତ ପୃଥକ କରାଯିବା କାରଣରୁ ବଡ ଅଘଟଣ ଟଳିଛି । କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ । ରେଳବାଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହେବା ନେଇ ରେଳବାଇ ପକ୍ଷରୁ କୁହାଯାଇଛି । ପୁରା ବଗିଟି ଜଳୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଦେଖନ୍ତୁ ଭିଡିଓ 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.