ବିଜେଡି କନିଆ ବିଜେପି ବର; ରାଉରକେଲାରେ ଦୁଇ ଦଳର ବାହାଘର କଲା କଂଗ୍ରେସ

By ETV Bharat Odisha Team

Published : Feb 18, 2024, 10:06 AM IST

thumbnail

BJD & BJP marriage: ରାଉରକେଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ । ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଆନ୍ଦୋଳନ କରାଯାଇଛି । ସହରରେ ବିଜେପି ଏବଂ ବିଜେଡିର ବାହାଘର କରାଇଛି କଂଗ୍ରେସ । ବିଜେପି ବର ଓ ବିଜେଡିକୁ କନ୍ୟା ସଜାଇ ଖୁବ ଧୁମଧାମରେ ଏହି ବାହାଘର ହୋଇଛି । ଦୁଇ ଦଳ ମଧ୍ୟରେ ଥିବା ଭିତିରି ବୁଝାମଣାକୁ ଲୋକଲୋଚନକୁ ଆଣିବାକୁ ଏଭଳି ପ୍ରୟାସ କରାଯାଇଥିବା କଂଗ୍ରେସ କହିଛି ।    

ଏହା ମଧ୍ୟ ପଢ଼ନ୍ତୁ... ତେଜୁଛି ରାଜ୍ୟସଭା ରାଜନୀତି, ବାଲେଶ୍ଵରରେ ଜିଲ୍ଲା କଂଗ୍ରସର ବିକ୍ଷୋଭ

ଦେଶ ଏବଂ ରାଜ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରି ଏପରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ବିଜେଡି ଓ ବିଜେପି ଗୋଟିଏ ଦଳ । ରାଜ୍ୟରେ ଥିବା ବିଜେଡି ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରିଆସୁଛନ୍ତି । ତେଣୁ ଅନେକ ପ୍ରସଙ୍ଗରେ ବିଜେଡି ଏବଂ ବିଜେପି ନେତା ପରସ୍ପର ବିରୋଧରେ ବୟାନ ଦେବା ଖାଲି ଲୋକ ଦେଖାଣିଆ ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ଏହା ବିରୋଧରେ ରାଉରକେଲାରେ ଉଦିତନଗର ଛକଠାରେ ଧୁମଧାମରେ ବିଜେଡି ଓ ବିଜେପିର ବାହାଘର କରି ଅଭିନବ ପ୍ରତିବାଦ କରିଛି କଂଗ୍ରେସ । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.