ତେଜୁଛି ରାଜ୍ୟସଭା ରାଜନୀତି, ବାଲେଶ୍ଵରରେ ଜିଲ୍ଲା କଂଗ୍ରସର ବିକ୍ଷୋଭ

By ETV Bharat Odisha Team

Published : Feb 17, 2024, 9:26 PM IST

thumbnail

Balasore Congress Protest: ବାଲେଶ୍ଵର: ବିଜେଡି ଏବଂ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କ ଏବେ ପଦାରେ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାରେ ବିଜେଡିର ସମର୍ଥନକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ଏହାର ପ୍ରତିବାଦରେ ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ..... ମୌଳିକ ସୁବିଧାରୁ ବଞ୍ଚିତ ତୋଳକଣା ବସ୍ତିବାସିନ୍ଦା, ନାଁ ଅଛି ବିଜୁଳି ନା ପିଇବା ପାଣି

ଦୁଇଦଳ ମଧ୍ୟରେ ଗୁପ୍ତ ସମ୍ପର୍କ ଥିବା ଅଭିଯୋଗ କରି ଏବେ ସାରା ରାଜ୍ୟରେ କଂଗ୍ରେସ ପ୍ରତିବାଦ ସ୍ବରୂପ ବିଜେଡି ଏବଂ ବିଜେପି ମଧ୍ୟରେ ବାହାଘର କରାଉଛି । ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ଫକୀର ମୋହନ ଗୋଲେଇ ନିକଟରେ ଆନ୍ଦୋଳନ କରାଯାଇଛି । ଯେଉଁଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ ମଧ୍ୟ କରାଯାଇଛି । ବିଜେଡି ଓ ବିଜେପି ଭିତରେ ସଲାସୁତୁରା ବହୁତ ଦିନ ଆଗରୁ ଚାଲିଥିଲେ ମଧ୍ୟ ସେମାନଙ୍କ କଥା ସାଧାରଣ ଲୋକ ଜାଣି ପାରୁନଥିବା ଅଭିଯୋଗ କରାଯାଇଛି । ଦୁଇଦଳ ମଧ୍ୟରେ ଥିବା ଏଭଳି ଭିତିରି ସମ୍ପର୍କ ବାବଦରେ କଂଗ୍ରେସ ଜନସାଧାରଣଙ୍କୁ ସଚେତନ କରାଇ କଂଗ୍ରେସ ଦଳକୁ ମଜବୁତ କରିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଗଣତନ୍ତ୍ର ଶାସନରେ ଏହା ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ପ୍ରତିବାଦ କରିଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.