ସମ୍ବଲପୁର ଭିଏସଏସ ଷ୍ଟାଡିୟମର ସମ୍ପ୍ରସାରଣ ପ୍ରକଳ୍ପ, ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Feb 28, 2024, 1:20 PM IST

thumbnail

VSS Stadium Renovation ସମ୍ବଲପୁର: ଓଡିଶାରେ କ୍ରିକେଟ୍ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ରାଜ୍ୟରେ କ୍ରିକେଟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମର ପୁନଃନିର୍ମାଣ ଘୋଷଣା କରିବା ସହ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ କ୍ରିକେଟ୍ ଷ୍ଟାଡିୟମର ପୁନଃନିର୍ମାଣ ପାଇଁ ମୂଳଦୁଆ ପକାଇଛନ୍ତି । ବିସିସିଆଇ ଓ ଓସିଏର ମିଳିତ ସହଭାଗିତାରେ ସମସ୍ତ ଆଧୁନିକ ସୁବିଧା ସହ ବାରବାଟୀ ଷ୍ଟାଡିୟମକୁ ଏକ ବିଶ୍ୱସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ଭାବେ ପୁନଃନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ (ଭିଏସଏସ) ଷ୍ଟାଡିୟମକୁ ସମ୍ପ୍ରସାରିତ କରାଯିବ ସହ ଏହି ଅଞ୍ଚଳର କ୍ରିକେଟରଙ୍କ ପାଇଁ ସର୍ବୋତ୍ତମ କ୍ରିକେଟ୍ ଭିତ୍ତିଭୂମିର ସୁବିଧା ବ୍ୟବସ୍ଥା ସହିତ ଏହାର ବିକାଶ କରାଯିବ ବୋଲି ଭିଡିଓ କନଫରେନସିଂ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।  

ଗତକାଲି (ମଙ୍ଗଳବାର) ସନ୍ଧ୍ୟା ପ୍ରାୟ 5 ଟାରେ ସମ୍ବଲପୁର ଭିଏସଏସ ଷ୍ଟାଡିଅମରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡି ହୋଇ ରିମୋଟ ଜରିଆରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି  l ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା କ୍ରୀଡା ସଂଘର କର୍ମକର୍ତ୍ତା, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଭିଏସଏସ ଷ୍ଟାଡିୟମରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଏହି ପ୍ରକଳ୍ପର ଫଳକର ଅନାବରଣ କରିଥିଲେ l ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହି ଷ୍ଟାଡିୟମ ପରିଦର୍ଶନ କରି ଏହାର ବିକାଶ କରାଯିବ ବୋଲି କହିବା ପରେ ମୁଖ୍ୟମନ୍ତ୍ରୀ ଏହା ପାଇଁ 350 କୋଟିର ପ୍ୟାକେଜ ଘୋଷଣା କରିଥିଲେ l  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.