ETV Bharat / state

ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 27, 2024, 8:06 PM IST

Barabati Stadium Renovation: ବହୁ ବାଦ ବିବାଦ ମଧ୍ୟରେ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ବହୁ ପୂର୍ବତନ କ୍ରିକେଟର ଓ ସେଲିବ୍ରିଟି ସାମିଲ । ଅଧିକ ପଢ଼ନ୍ତୁ

ବାରବାଟୀ ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ବାରବାଟୀ ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବାରବାଟୀ ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କଟକ: ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ହେଲା ଭିତ୍ତିପ୍ରସ୍ତର ସ୍ଥାପନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ବାରବାଟୀର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 41ଟି ଏକାଡେମୀର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ ଦଳର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା ଓ ଶିବ ସୁନ୍ଦର ଦାସ ସାମିଲ ଥିବାବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୂର୍ବତନ ଷ୍ଟାର କ୍ରିକେଟର ଇର୍ଫାନ ପଠାନ ।

  • " class="align-text-top noRightClick twitterSection" data="">

ଏହି କାର୍ଯ୍ୟକ୍ରମରେ ଆଇପିଏଲ୍‌ ଚେୟାରମ୍ୟାନ୍‌ ଅରୁଣ ଧୂମାଲ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ସମସ୍ତ ଓସିଏ କର୍ମକର୍ତ୍ତା ଉପସ୍ଥିତ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁତୟନ ହେଇଛନ୍ତି 15 ପ୍ଲାଟୁନ ପୋଲିସ ଫୋର୍ସ, 4 ଜଣ ଅତିରିକ୍ତ ଡିସିପି, 25 ଏସିପିଙ୍କ ସମେତ ସମସ୍ତ ଥାନାର ଆଇଆଇସି, 100 ଏପିଆର୍‌ ଓ ଟ୍ରାଫିକ କନଷ୍ଟେବଳ ଉଭୟ ବାହାରେ ଓ ଭିତରେ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ମୋଟ 24 ହଜାର ଦର୍ଶକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ନେଇ ବ୍ୟବସ୍ଥା କରଯାଇଛି । ଟ୍ରାଫିକ ନିୟନ୍ତ୍ରଣକୁ ପ୍ରାଥମିକତା ଦେଇ ସମସ୍ତେ କିପରି ସୁରକ୍ଷିତ ଭାବରେ ଏହାକୁ ଉପଭୋଗ କରିବେ, ସେନେଇ ପୋଲିସର ଦାୟିତ୍ବ ରହିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ବାରବାଟୀ ଷ୍ଟାଡିୟମ ରୂପାନ୍ତରଣର ଶିଳାନ୍ୟାସ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବେ ୨୦ ହଜାର ଦର୍ଶକ

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଗ୍ୟାଲେରି ନଂ ୧ ଓ ୨ ସହିତ ୫କୁ ମଧ୍ୟ ଖୋଲିଦିଆଯାଇଛି । ଦର୍ଶକମାନେ ଗ୍ୟାଲେରୀରେ ବସି କାର୍ଯ୍ୟକ୍ରମର ମଜା ନେଉଛନ୍ତି । ସେହିପରି ଭିଭିଆଇପି ଓ ଭିଆଇପି ମାନଙ୍କ ପାଇଁ ପଡ଼ିଆ ମଧ୍ୟରେ ୩ଟି ଜୋନ କରି ବସିବାର ବ୍ୟବସ୍ଥା କରାଯାଇଛି । ସାଧରଣ ଦର୍ଶକମାନଙ୍କ ପାଇଁ ବାଲିଯାତ୍ରା ପଡ଼ିଆରେ ପାର୍କିଂର ବ୍ୟବସ୍ଥା କରାଯାଇଛି । ନୂଆ ଢଙ୍ଗରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମର ଡିଜାଇନ ଓ ଆର୍କିଟେକ୍ଚର ଦେଶର ପ୍ରଥମ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଷ୍ଟାଡିୟମର ଭିତର ପାର୍ଶ୍ବ ସହ ବାହାର ପାର୍ଶ୍ବକୁ ମଧ୍ୟ ଅତି ଆକର୍ଷଣୀୟ ଢଙ୍ଗରେ ନିର୍ମାଣ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.