କ୍ୟାବିନେଟ ନିଷ୍ପତ୍ତି ନେଇ ସୂଚନା ଦେଉଛନ୍ତି ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ, ଦେଖନ୍ତୁ LIVE

By ETV Bharat Odisha Team

Published : Feb 12, 2024, 7:09 PM IST

Updated : Feb 12, 2024, 7:36 PM IST

thumbnail

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଭିସି ଜରିଆରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା 6.45ରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଉପସ୍ଥିତ ଥିଲେ । 2024 ସଧାରଣ ନିର୍ବାଚନ ପୂର୍ବରୁ ଏହି କ୍ୟାବିନେଟ ବୈଠକ ବେଶ ଗୁରୁତ୍ବ ବହନ କରୁଛି । ରାଜ୍ୟ ସରକାର କ୍ୟାବିନେଟ ଜରିଆରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଉଛନ୍ତି ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଗତ ଜାନୁଆରୀ ମାସ 29 ତାରିଖରେ ବସିଥିବା ବର୍ଷର ପ୍ରଥମ ବୈଠକରେ 2ଟି ବିଭାଗର 5ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ । ତେବେ ଆଜି ବସିଥିବା ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଉଛନ୍ତି ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ । ଦେଖନ୍ତୁ ଲାଇଭ


ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 12, 2024, 7:36 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.