ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେମସିଟ, ଦେଖନ୍ତୁ LIVE - CEO press meet live

By ETV Bharat Odisha Team

Published : May 13, 2024, 4:00 PM IST

Updated : May 13, 2024, 4:09 PM IST

thumbnail

ଭୁବନେଶ୍ବର: ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ପ୍ରେସମିଟ୍  । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ବୁଥ ସାମ୍ନାରେ ଭୋଟରମାନଙ୍କ ଲାଇନ ଦେଖିବାକୁ ମିଳୁଛି ।  ୪ ଲୋକସଭା ସଂସଦୀୟ କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଚାଲିଛି ମତାଦନ । ଏହି ୪ଟି ଲୋକସଭା ଆସନରେ ୩୭ ଜଣ ପ୍ରାର୍ଥୀ ଥିବାବେଳେ ୨୮ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୨୪୩ ପ୍ରାର୍ଥୀ । ସେଥିମଧ୍ୟରୁ ୨୧୧ ପୁରୁଷ ଏବଂ ୩୨ଟି ଆସନରେ ମହିଳା ପ୍ରାର୍ଥୀ ରହିଛନ୍ତି । ବ୍ରହ୍ମପୁର ବିଧାନସଭା ଆସନରୁ ସବୁଠୁ ଅଧିକ ୧୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।  ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରୁଖୁରୁରେ ନିର୍ବାଚନ ପରିଚାଳନା ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି  । ସକାଳୁ ବିଭିନ୍ନ ସ୍ଥାନରୁ ଇଭିଏମ ମେସିନରେ ତ୍ରୁଟି ଦେଖାଯିବାରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା   । ଇଟିଭି ଭାରତ, ଭୁବନେଶ୍ୱର

Last Updated : May 13, 2024, 4:09 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.