ଭୁବନେଶ୍ବରରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ଦେଖନ୍ତୁ LIVE - BJP LIVE

By ETV Bharat Odisha Team

Published : May 13, 2024, 10:02 AM IST

Updated : May 13, 2024, 10:44 AM IST

thumbnail

ଭୁବନେଶ୍ବର: ଆଜି ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଛି । 4 ଲୋକସଭା ଓ 28ଟି ବିଧାନସଭା ଆସନ ପାଇଁ ଭୋଟ ଜାରି ରହିଛି । ମୋଟ 280 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଲୋକସଭା ଆସନ ପାଇଁ 37 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 243 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାରି ଭିତରେ ବିଜେପି ଏବଂ ବିଜେଡି ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କରିଛନ୍ତି । ତେବେ ବିଜେଡିପ ପ୍ରେସମିଟ ପୂର୍ବରୁ ପ୍ରଣବ ପ୍ରକାଶ ଦାସଙ୍କ ଟ୍ବିଟ୍ କରିଛନ୍ତି । ବିଜେପି ବିଜେଡିର ଦାବି ମାନି ନେଇଥିବା ଜାଣି ଖୁସି ଲାଗିଲା ସେ କହିଛନ୍ତି । ୨୦୨୪ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ବବି ଟ୍ବିଟ କରି ଟାର୍ଗେଟ କରିଛନ୍ତି । ତେବେ ଏହାପରେ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଦେଖନ୍ତୁ LIVE

Last Updated : May 13, 2024, 10:44 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.