ଭୁବନେଶ୍ବରରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ପ୍ରେସମିଟ, ଦେଖନ୍ତୁ LIVE... - Jairam Ramesh pc

By ETV Bharat Odisha Team

Published : May 14, 2024, 12:19 PM IST

thumbnail

ଭୁବନେଶ୍ବର: ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ପ୍ରେସମିଟ । କଟକ ସାଲେପୁର ପରେ ଏବେ ବଲାଙ୍ଗୀରରେ ପ୍ରଚାର କରିବେ ରାହୁଲ ଗାନ୍ଧୀ । ଆସନ୍ତା ମେ ୧୫ରେ ବଲାଙ୍ଗୀର ଆସୁଛନ୍ତି ରାହୁଲ । ଯାହାକୁ ନେଇ କଂଗ୍ରେସ କର୍ମୀ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ବଲାଙ୍ଗୀରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ସବିଶେଷ ସୂଚନା ଦିଆଯାଇଛି ।  ମେ ୧୫ ତାରିଖରେ ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରେ ପହଁଚିବେ ରାହୁଲ । ଏହାପରେ ସିଧା ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ବଲାଂଗୀରରେ ସେ ରୋଡ଼ ସୋ କରିବେ ଓ ଜନ ସଭାରେ ସାଧାରଣ ଲୋକ ଓ କର୍ମୀଙ୍କୁ ସେ ଉଦବୋଧନ ଦେବେ ବୋଲି କହିଛି କଂଗ୍ରେସ । ସହରରେ ପ୍ରାୟ ୪୫ ମିନିଟର ସାଧାରଣ ସଭାରେ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁନର୍ବାର ଭୁବନେଶ୍ୱର ବିମାନବନ୍ଦର ପ୍ରତ୍ୟାବର୍ତ୍ତନ କରି ଦିଲ୍ଲୀ ଅଭିମୁଖ୍ୟ ଯାତ୍ରା କରିବେ ରାହୁଲ । ଏହାପରେ ୧୬ ତାରିଖରେ AICC ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡ଼ଗେ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ମଲ୍ଲିକା ଅର୍ଜୁନ ଖଡ଼ଗେ କନ୍ଧମାଳ ଗସ୍ତ କରି ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ ଏବଂ ଆସନ୍ତାକାଲି ଭୁବନେଶ୍ୱର ଆସିବେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆସିବେ ବୋଲି ଜିଲ୍ଲା କଂଗ୍ରେସ ସୂଚନା ଦେଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.