କଣ୍ଟାବାଞ୍ଜିରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖନ୍ତୁ LIVE - CM Naveen campaign

By ETV Bharat Odisha Team

Published : May 12, 2024, 12:02 PM IST

Updated : May 12, 2024, 12:14 PM IST

thumbnail

ବରଗଡ: ଆଜି ବରଗଡ଼ ଜିଲ୍ଲାରେ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏନେଇ ବରଗଡ ଜିଲ୍ଲାରେ ବିଜେଡ଼ି ମହଲରେ ବ୍ୟାପକ ଉତ୍ସାହର ମାହୋଳ ଦେଖିବାକୁ ଲାଗିଛି । 2024 ସାଧାରଣ ନିର୍ବାଚନ ପାଇଁ ଆସନ୍ତା 20 ତାରିଖରେ ବରଗଡ ଜିଲ୍ଲାରେ ମତଦାନ ପ୍ରକ୍ରିୟା ରହିଥିବା ବେଳେ ସମସ୍ତ ଦଳର ଷ୍ଟାର ପ୍ରଚାରକ ଏବଂ ହେଭିୱେଟ ନେତା ମାନଙ୍କର ବରଗଡ ଜିଲ୍ଲାକୁ ସୁଅ ଛୁଟୁଛି । କିଛିଦିନ ତଳେ ବରଗଡ ଜିଲ୍ଲାକୁ ବିଜେଡି ଦଳର ସ୍ତର କେମ୍ପେନର ଭିକେ ପାଣ୍ଡିଆନ ଦୁଇ ଦିନିଆ ଗସ୍ତରେ ଆସି 5 ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପ୍ରସାର କରିଥିଲେ ।ତେବେ ଗତକାଲି ବିଜେପି ଦଳର ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରଗଡ ଗସ୍ତରେ ଆସିଥିଲେ ଏବଂ ଆଜି ପୁଣି ବରଗଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଗସ୍ତ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଥମେ କଳାହାଣ୍ଡି ଜିଲାର କଣ୍ଟାବାଞ୍ଜିକୁ ଯିବେ ଓ ପରେ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ନିର୍ବାଚନୀ ପ୍ରଚାର କରିବେ ଏବଂ ଶେଷରେ ବରଗଡ ଜିଲ୍ଲାକୁ ପହଞ୍ଚି ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Last Updated : May 12, 2024, 12:14 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.