ଦେଖନ୍ତୁ ଚେତକ କର୍ପ୍ସର ଯୁଦ୍ଧାଭ୍ୟାସ ସମୟର ରୋମାଞ୍ଚକର ଦୃଶ୍ୟ

By ETV Bharat Odisha Team

Published : Feb 11, 2024, 1:01 PM IST

thumbnail

Annual Field Exercise: ନୂଆଦିଲ୍ଲୀ: 'ଚେତକ୍ କର୍ପ୍ସ' କମାଣ୍ଡର ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ସ୍ୟାଣ୍ଡ ଭାଇପର ବ୍ରିଗେଡ୍ ଦ୍ବାରା ସେନା ଦେଖାଇଛି କସରତ । ଯୁଦ୍ଧ କ୍ଷେତ୍ରରେ କିଭଳି ଫାୟାରିଂ କରାଯିବ ସେନେଇ କସରତ ଚଳାଇଛି ଭାରତୀୟ ସେନା । ତେବେ ପ୍ରତିବର୍ଷ ଭାରତୀୟ ସେନା ପକ୍ଷରୁ 'ଫିଲଡ ଫାୟାରିଂ' ପାଇଁ ଅଭ୍ୟାସ କରାଯାଇଥାଏ । ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଏ ।

ଏହା ମଧ୍ୟ ପଢନ୍ତୁ...ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ, 3 ସେନା ମୃତ 25ରୁ ଅଧିକ ଆହତ 

ଅନେକ ସମୟରେ ଫିଲ୍ଡ ଫାୟାରିଂ କିମ୍ବା ଟ୍ୟାଙ୍କ ବ୍ୟାରେଲ ବିସ୍ଫୋରଣରେ ସେନାରେ କାର୍ଯ୍ୟରତ ଯବାନ ଶହୀଦ ହୋଇଥିବାର ନଜିର ରହିଛି । ଯାହାକୁ ନଜରରେ ରଖି ଏହି ଅଭ୍ୟାସ କରାଯାଉଛି । ଯେପରିକି ଯୁଦ୍ଧ ସମୟରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ଅଧିକ ତାଲିମପ୍ରାପ୍ତ ହେବେ ଯବାନ । ଖାଲି ସେତିକି ନୁହେଁ, ମିସାଇଲ ଉତକ୍ଷେପଣକୁ ନେଇ ମଧ୍ୟ ତାଲିମ ପ୍ରଦାନ କରାଯାଇଥାଏ । ଏପରି ଅଭ୍ୟାସ ଦ୍ବାରା ସେନା ଅଧିକ ଶକ୍ତିଶାଳୀ ହୋଇଥାଏ । ତେବେ 'ଚେତକ୍ କର୍ପ୍ସ' କମାଣ୍ଡରଙ୍କ ଏପରି ଅଭ୍ୟାସ ସମୟର ଦୃଶ୍ୟ ଦେଖିବାକୁ ଖୁବ ରୋମାଞ୍ଚକର ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.