ମାଓ ଅଧ୍ୟୁଷିତ ଅଞ୍ଚଳରେ ମୁକ୍ତ ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ପ୍ରସ୍ତୁତି

By ETV Bharat Odisha Team

Published : Mar 19, 2024, 11:52 AM IST

thumbnail

Boudh Administration Press Meet for General Election:  ବୌଦ୍ଧ: ଆଗକୁ ସାଧାରଣ ନିର୍ବାଚନ । ଏନେଇ ବାଜି ସାରିଛି ବିଗୁଲ । ତେବେ ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଗୋଟିଏ ସ୍ବତନ୍ତ୍ର ପ୍ଲାଟୁନ ଫୋର୍ସ ଜିଲ୍ଲାରେ ପହଞ୍ଚି ସାରିଥିବା ବେଳେ ଆଉ ଗୋଟିଏ ପ୍ଲାଟୁନ ଫୋର୍ସ ପହଞ୍ଚିବା ସହିତ ମାଓ ଅଧ୍ୟୁଷିତ ଅଞ୍ଚଳରେ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲା ଏସପି ।

ମଡେଲ କୋଡ୍ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ପାଇଁ ଦୁଇ ପ୍ଲାଟୁନ୍ ଫୋର୍ସର ବ୍ୟବସ୍ଥା କରାଯାଇଥିବା ବେଳେ ଚେକିଙ୍ଗ ଓ ବ୍ଲକିଂ ଆରମ୍ଭ କରାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ନିର୍ବାଚନ ପୂର୍ବରୁ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ବଉଦ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ଅବାଧ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି । ବିଶେଷ ଭାବେ ଚଳିତ ବର୍ଷ ଯୁବ ଭୋଟରଙ୍କୁ ଏହି ମହାନ ଜାତୀୟ ପର୍ବରେ ସାମିଲ ପାଇଁ ଆହ୍ବାନ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ । ସେହିପରି ବଉଦ ପୋଲିସ ଏସପି ଜିଲ୍ଲାର ଉଭୟ ବଉଦ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସୁରକ୍ଷିତ ଭାବରେ ମତଦାନ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.