ରାଜ୍ୟରେ ସମସ୍ତ ବ୍ଲକରେ କୃଷକ ପଞ୍ଚାୟତ କରିବ କୃଷକ ମୋର୍ଚ୍ଚା - BJP Krusaka Morcha

By ETV Bharat Odisha Team

Published : Apr 11, 2024, 5:16 PM IST

thumbnail

BJP Press meet: କେନ୍ଦୁଝର: ରାଜ୍ୟର ସମସ୍ତ ବ୍ଲକରେ କୃଷକ ମୋର୍ଚ୍ଚା କରିବ କୃଷକ ପଞ୍ଚାୟତ। ଯାହାର ସୂଚନା ସାମ୍ବାଦିକ ସମ୍ମିଳନୀ ଯୋଗେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଦେଇଛନ୍ତି। ଆଜି (ଗୁରୁବାର) କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହେଶ୍ୱର ମୋଦୀ ଗେରେଣ୍ଟି କଥା ଦୋହରାଇବା ସହିତ ତାଙ୍କର ଅନ୍ୟାନ ଉନ୍ନୟନ ମୂଳକ ଯୋଜନା ବିଷୟରେ ସୂଚନା ଦେଇଛନ୍ତି।    

ଓଡିଶାରେ ବିଜେପି ସରକାର ଆସିଲେ ଚାଷୀକୁ ତାର ଉଚିତ ପାରିଶ୍ରମିକ ଦେବା ସହିତ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୧୦୦ଟଙ୍କା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, କୃଷକର ସମସ୍ତ ଚାଷ ଜମିକୁ ଜଳ ସେଚିତ ଭଳି ସୁବିଧା କରାଇବେ ବୋଲି ମହେଶ୍ୱର ପ୍ରକାଶ କରିଥିଲେ। ସେଥିପାଇଁ ଇ-ମାର୍କେଟିଙ୍ଗ ବ୍ୟବସ୍ଥା ପ୍ରତି ବ୍ଲକରେ କରାଯିବ, ୬୦ବର୍ଷରୁ ଉର୍ଦ୍ଧ ବୟସର ଚାଷୀମାନଙ୍କୁ କୃଷକ ସଂମାନ ଭତ୍ତା ପ୍ରଦାନ କରାଯିବା ସହିତ ଚାଷୀ ମାନଙ୍କୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବିଗତ ୧୦ବର୍ଷ ଶାସନ କାଳ ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ସରକାର କୃଷକ କଲ୍ୟାଣ ପାଇଁ ଯେଉଁ ସବୁ ଯୋଜନା କରିଛନ୍ତି ତାର ସୁଫଳ ସାରା ଦେଶର କୃଷକ ନେଉଥିବା ବେଳେ ଓଡିଶାର ଚାଷୀ ଏଥିରୁ ବଞ୍ଚିତ ରହିଛନ୍ତି। 

ଏହା ମଧ୍ୟ ପଢ଼ନ୍ତୁ... 'ଓଡ଼ିଶା 1 ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କଥା ପାଣିର ଗାର ସଦୃଶ' - Satyabrata Panda Targets State Govt

ତେବେ ଏହାର କାରଣ ଓଡିଶାରେ ୨୫ବର୍ଷ ଧରି ଯେଉଁ ବିଜେଡି ସରକାର ଚାଲିଛି ଏଠାରେ ବ୍ୟାପକ ଭାବରେ ଚାଷୀ ମାରଣା ନୀତି କରିଛନ୍ତି ବୋଲି ଅଭିଯୋଗ କରିଥିଲେ ମହେଶ୍ୱର ସାହୁ। ଏଠାରେ କୃଷି ବିଭାଗରେ ବ୍ୟାପକ ଦୁର୍ନୀତିର ଗ୍ରନ୍ଥାଗାର ହୋଇଥିବା ଅଭିଯୋଗ କରିବା ସହ ଏହି ପରି ବିଭିନ୍ନ ବିଷୟକୁ ନେଇ ବିଜେପି କୃଷକ ମୋର୍ଚ୍ଚା ଆସନ୍ତା ୨୦୨୪ନିର୍ବାଚନରେ ଓଡିଶାର ୧୦ ହଜାର ଗ୍ରାମରେ କୃଷକ ପଞ୍ଚାୟତ କରାଯିବ ବୋଲି କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଘସିପୁରା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ସୁବ୍ରତ ମହାନ୍ତି, କୃଷକ ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ କୁମାର ସିଂ ଉପସ୍ଥିତ ଥିଲେ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.