ନବୀନଙ୍କ ସହ ମୋଦି, ଧୁମଧାମରେ ବିବାହ କରାଇଲା ପୁରୀ କଂଗ୍ରେସ

By ETV Bharat Odisha Team

Published : Feb 17, 2024, 10:57 PM IST

thumbnail

BJD dnd BJP Wedding in Puri: ପୁରୀ: ବଡ ଦାଣ୍ଡରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡ଼ିର ବାହାଘର କରାଯାଇଛି । ଖୋଲା ଜିପରେ ମୋଦି ନବୀନଙ୍କୁ ବର କନ୍ୟା ବେଶ କରାଯାଇ ବରଯାତ୍ରୀ ବୁଲିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ମାର୍କୁଣ୍ଡି କରାଯାଇଥିବା ଦେଖାଯାଇଛି । ଏହି ନିଆରା ଶୋଭାଯାତ୍ରାକୁ ଦେଖି ପୁରୀ ସହରବାସୀ ବେଶ ମଜା ନେଇଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ସୁବର୍ଣ୍ଣପୁର କଂଗ୍ରେସର ବିରୋଧ

କଂଗ୍ରେସ କହିବା ଅନୁଯାୟୀ ବିଜେପି ଓ ବିଜେଡି ଏକ ହୋଇ କାମ କରୁଛନ୍ତି । ପ୍ରତ୍ୟେକ ପ୍ରସଙ୍ଗରେ ବିଜେଡି ପକ୍ଷରୁ ବିଜେପିକୁ ସମର୍ଥନ କରାଯାଉଛି । ନିକଟରେ ରାଜ୍ୟସଭା ଆସନ ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିଥିଲା। ଯାହା ପାଇଁ ରାଜ୍ୟ ରାଜନୀତି ଜୋର ଧରିଛି । କଂଗ୍ରେସ କହିଛି ବିଜେଡି ଓ ବିଜେପିର ନେତା ଲୋକ ଦେଖାଣିଆ ପରସ୍ପରକୁ ବିରୋଧ କରୁଛନ୍ତି। ଲୋକଙ୍କୁ ଜଣାଇବା ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ପୁରୀରେ ବିଜେପି ଓ ବିଜେଡି ବାହାଘର କରାଯାଇଛି। ତେବେ ଓଡ଼ିଶାରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଦଳ ପକ୍ଷରୁ କୁହାଯାଇଛି । କଂଗ୍ରେସକୁ ସମର୍ଥନ ଦେଇ ଶରତ ପଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ଆହ୍ଵାନ ଦେଇଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.