ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ସୁବର୍ଣ୍ଣପୁର କଂଗ୍ରେସର ବିରୋଧ

By ETV Bharat Odisha Team

Published : Feb 17, 2024, 3:32 PM IST

thumbnail

Subarnapur Congress Protest: ସୁବର୍ଣ୍ଣପୁର: ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥିତ୍ବକୁ କଂଗ୍ରେସର ବିରୋଧ । ଏହାକୁ ନେଇ କଂଗ୍ରେସ କମିଟି ପକ୍ଷରୁ ଆଜି ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ନାରାବାଜି କରାଯାଇଛି । ଭିକେ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି । 

ଏହା ମଧ୍ୟ ପଢ଼ନ୍ତୁ.... ଓଡ଼ିଶାର ମିଛୁଆ ରାଧୁଆଙ୍କୁ ନିର୍ବାଚନରେ ଜବାବ ଦେବେ ଲୋକେ: ବିଜେପି

କଂଗ୍ରେସ କର୍ମୀମାନେ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି । ଜଣେ ଓଡିଆ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ରାଜ୍ୟସଭା ପ୍ରାର୍ଥୀ ନକରି ଅଣଓଡିଆଙ୍କୁ ପ୍ରାର୍ଥୀ କରିଥିବାରୁ ଏହାର ପ୍ରତିବାଦ କରାଯାଇଛି । ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ସାଂସଦ ପାଇଁ ବିଜେଡି ପଥ ସୁଗମ କରିଥିବାରୁ ଏହା ଓଡିଆ ଅସ୍ମିତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛନ୍ତି ଅନ୍ଦୋଳନକାରୀ । ସେହିପରି ପାଣ୍ଡିଆନଙ୍କ ପରି ଜଣେ ଅଣଓଡିଆ ରାଜ୍ୟର ଭାଗ୍ୟ ବିଧାତା ହୋଇଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ ଅନେକ ଯୋଗ୍ୟ ରାଜନୈତିକ ବ୍ୟକ୍ତି ରହିଥିଲେ ମଧ୍ୟ ପାଣ୍ଡିଆନ ଉଭୟ ସରକାରୀ ଓ ବିଜେଡି ଦଳର ମୁଖ୍ୟ ସାଜି ରାଜ୍ୟର ଭାଗ୍ୟ ଭବିଷ୍ୟତ ନିର୍ଦ୍ଧାରଣ କରୁଥିବାରୁ ତାହା ମଧ୍ୟ ଓଡିଆଙ୍କ ମାନ ,ସ୍ବାଭିମା ଓ ଅସ୍ମୀତାକୁ କ୍ଷୂର୍ଣ୍ଣ କରୁଥିବା ଅଭିଯୋଗ କରିଛନ୍ତି ସେମାନେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.