ମନମୋହିଲା ରାମ ନବମୀ ଶୋଭାଯାତ୍ରା, ରାଉରକେଲା ରାସ୍ତାରେ ଜନସମୁଦ୍ର - RAM NAVAMI PROCESSIONS

By ETV Bharat Odisha Team

Published : Apr 18, 2024, 10:19 PM IST

thumbnail

RAM NAVAMI PROCESSION IN ROURKELA: ରାଉରକେଲା: ଆଜି ଭବ୍ୟ ରୂପରେ ପାଳନ ହୋଇଛି ରାମ ନବମୀ ଉପଲକ୍ଷେ ଶୋଭଯାତ୍ରା । ରାଉରକେଲାରେ ଶୋଭାଯାତ୍ରା ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ହୋଇଛି । ପବିତ୍ର ଶ୍ରୀରାମ ନବମୀରେ ହେବାକୁ ଥିବା ଶୋଭାଯାତ୍ରା ପ୍ରତ୍ୟେକ ବର୍ଷ ରାମ ନବମୀ ପରଦିନ ପାଳନ କରାଯାଇଥାଏ । ତେବେ ଆଜି ରାଉରକେଲା ସହରର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଉରକେଲା ବିଶ୍ରା ଛକରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରା ରାଉରକେଲା ଉଦିତନଗର ଯାଏ ଆସିଥିଲା। ତେବେ ଏକ ବିଶାଳ ଶୋଭଯାତ୍ରା ଆୟୋଜନ କରାଯାଇଥିଲା ।  

ସମସ୍ତ ସଂଘ ପକ୍ଷରୁ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ସମସ୍ତ ଆଖଡା ସଂଘ ଭଳିକି ଭଳି ସୁଶୋଭିତ ମେଢ ତିଆରି କରିଥିଲେ । କିଏ ଏରୋପ୍ଲେନ ତିଆରି କରିଥିଲେ ତ କିଏ ପ୍ରଭୁ ହନୁମାନଙ୍କ ବିଶାଳ ପ୍ରତିମୂର୍ତ୍ତି ଏବଂ କିଏ କାନ୍ତାରାର ଭୂତ କୋଲା, ରେଳ ଇଞ୍ଜିନ, ସବମରିନ ଆଦି ନିର୍ମାଣ କରି ଲୋକଙ୍କୁ ଆକର୍ଷିତ କରିଥିଲେ । ତେବେ ଆଜି ପ୍ରାୟ ୧୫ ଟି ଆଖଡା ସଂଘ ପକ୍ଷରୁ ଆଖଡା ପ୍ରଦର୍ଶନ କରାଯାଇଥିଲା । ଢୋଲ,ନାଗଡା ବାଜାରେ ପ୍ରକମ୍ପିତ ହୋଇଥିଲା ରାଉରକେଲା ସହର । ରାଉରକେଲା ସହରର ମୁଖ୍ୟ ମାର୍ଗରେ ଆଜି ଦୁଲୁକିଛି ରାଉରକେଲା ସହର । ବାଘ ନାଚ, ଭୂତ ଖେଳ, ମଲ୍ଲ ଯୁଦ୍ଧ, ଖଣ୍ଡା ଚାଳନା, ଲାଠି ଚାଳନା ଆଦି ପ୍ରଦର୍ଶିତ ହୋଇଥିଲା ।  

ଏହା ମଧ୍ୟ ପଢନ୍ତୁ... ଆରମ୍ଭ ହେଲା ସାହିଯାତ, ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର - SAHI JATA

ବିରାଟ ମେଢ଼ ସହ ଶ୍ରୀରାମଙ୍କ ରଥ ଆଦିକୁ ନେଇ ସାରା ରାଉରକେଲା ସହରର ମୁଖ୍ୟ ମାର୍ଗ ଆଜି ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଛି । ତେବେ ବନ୍ଧମୁଣ୍ଡା, ସେକ୍ଟର,ବେଦବ୍ୟାସ, ରାଉରକେଲା ମେନ ରୋଡ଼ ଅଞ୍ଚଳର ସମସ୍ତ ଆଖଡା ସଂଘ ଏଥିରେ ଯୋଗ ଦେଇ ଆଖଡାର କଳାକୌଶଳ ପ୍ରଦର୍ଶନ କରିଛନ୍ତି । ତେବେ କୌଣସି ଉତ୍ତେଜନାମୂଳକ ସ୍ଥିତି ନ ଉପୁଜିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ତେବେ ଆଜି ବିଶାଳ ଶୋଭାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.