ମାଲକାନଗିରିରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

By ETV Bharat Odisha Team

Published : Jan 26, 2024, 8:21 PM IST

thumbnail

75th Republic Day: ମାଲକାନଗିରି: ସାରା ଦେଶ ପାଳୁଛି 75ତମ  ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଡି.ଏନ.କେ ଖେଳ ପଡିଆ  ସାଧାରଣତନ୍ତ୍ର ଦିବସକୁ ବହୁ ଆଡମ୍ବରରେ ପାଳନ କରାଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଭିସାଲ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ପରେ ବିଭିନ୍ନ ବିଭାଗରେ ଉତ୍ତମ କାର୍ଯ୍ୟ ସମ୍ପାଦନ କରିଥିବା ବ୍ୟକ୍ତିବିଶେଷ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ରୋଗୀମାନଙ୍କୁ ଫଳ ବାଣ୍ଟିବା ସହ ଶିଶୁ ଯତ୍ନ କେନ୍ଦ୍ରରେ ଛୋଟଛୋଟ ପିଲାମାନଙ୍କୁ ମିଠା ବାଣ୍ଟିଥିଲେ ଜିଲ୍ଲାପାଳ ।  

ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଆଡିସିନାଲ ଏସପି, ତିନି ଜଣ ଡିଏସପି, ତିନି ଜଣ ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର ଓ ଏଏସଆଇ ମିଶି ୩୦ ଜଣ ଏବଂ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ । ଏହାସହ ଆନ୍ତଃ ରାଜ୍ୟ ବଡର ଗୁଡିକରେ ପୋଲିସ ରହି ଯାନବାହନ ଗୁଡିକୁ ଯାଞ୍ଚ କରିବା ସହ ପୋଲିସ ମୁତୟନ କରାଯାଇଥିଲା । ଏଥିସହ ମାଓ ଗତବିଧି ରହିଥିବା ଅଞ୍ଚଳ ଗୁଡିକରେ BSF, SOG ଓ DVF ପକ୍ଷରୁ କୁମ୍ବିଙ୍ଗ ଅପରେସନ କରାଯାଉଥିବା ମାଲକାନଗିରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କହିଛନ୍ତି ।

ଅଧିକ ପଢ଼ନ୍ତୁ.....ଗଜପତିରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଇଟିଭି ଭାରତ, ମାଲକାନଗିରି  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.