ETV Bharat / technology

ଇସ୍ରୋ ଲଞ୍ଚ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦି, 2ବର୍ଷରେ କାମ ସରିବ କହିଲେ ସୋମନାଥ

author img

By ETV Bharat Odisha Team

Published : Feb 28, 2024, 4:13 PM IST

Updated : Feb 28, 2024, 4:36 PM IST

ISRO Launch Complex
ISRO Launch Complex

ISRO Launch Complex: ତାମିଲନାଡୁରେ ଇସ୍ରୋ ଲଞ୍ଚ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାନ କଲେ ପ୍ରଧାନମନ୍ତ୍ରୀ । 2ବର୍ଷ ମଧ୍ୟରେ କାମ ଶେଷ ହେବ କହିଲେ ସୋମନାଥ । ଅଧିକ ପଢନ୍ତୁ

ଚେନ୍ନାଇ: ଆଜି ତାମିଲନାଡୁ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଥୁଥୁକୁଡିରେ 170000 କୋଟି ଟଙ୍କାର ପ୍ରୋଜେକ୍ଟର ଶିଳାନ୍ୟାନ ଏବଂ ଉଦଘାଟନ କରିଛନ୍ତି । ଏହି କ୍ରମରେ କୁଲସେକରାପାଟ୍ଟିନମରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନୂଆ କମ୍ପ୍ଲସର ଶିଳାନ୍ୟାସ କରିଛନ୍ତି । ପ୍ରତି ବର୍ଷ 20ରୁ 30ଟି ସାଟେଲାଇଟ ଲଞ୍ଚ କରିବା ନେଇ ଆମେ ଯୋଜନା ରଖିଛୁ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ପ୍ରତିବର୍ଷ 24ଟି ସାଟେଲାଇଟ ଲଞ୍ଚ: ସୂଚନା ଅନୁସାରେ, ଇସ୍ରୋର ନୂଆ ଲଞ୍ଚ କମ୍ପ୍ଲକ୍ସର ବଜେଟ 986କୋଟି ଟଙ୍କା ରହିଛି । ଏହା ପ୍ରସ୍ତୁତ ହେବା ପରେ ପ୍ରତିବର୍ଷ 24ଟି ସାଟେଲାଇଟ ଲଞ୍ଚ କରାଯାଇପାରିବ । ଇସ୍ରୋର ଏହି ନୂଆ ପରିସର ମଧ୍ୟରେ ମୋବାଇଲ ଲଞ୍ଚ ଷ୍ଟ୍ରକ୍ଚର(MLS) ଏବଂ 35ଟି କେନ୍ଦ୍ର ସାମିଲ ରହିଛି । ଏହା ଇସ୍ରୋର ଅନ୍ତରୀକ୍ଷ ଅନୁସନ୍ଧାନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ ।

ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ପ୍ରଗତିର ଏକ ନୂଆ ଅଧ୍ୟାୟ ଲେଖୁଛି । କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ତାମିଲନାଡୁର ଆଧୁନିକ ସଂଯୋଗ ଏକ ନୂତନ ସ୍ତରରେ ପହଞ୍ଚିଛି । ଏଠାକାର ଟିଭି ଚ୍ୟାନେଲ ଏବଂ ଖବର କାଗଜ କେନ୍ଦ୍ର ସରକାରଙ୍କ ଏଭଳି ପ୍ରୟାସକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚାହୁଁଛନ୍ତି । ହେଲେ ଏଠାକାର ଡିଏମକେ ସରକାର ଏଭଳି କରିବା ପାଇଁ ଅନୁମତି ଦେଉ ନାହିଁ । କିନ୍ତୁ ଆମେ ବିକାଶ କାର୍ଯ୍ୟରୁ ବିରତ ରହିବୁ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ମହାକାଶ ଯିବେ 4 ମହାକାଶଚାରୀ : ନାମ ଘୋଷଣା କଲେ ମୋଦି, କହିଲେ 'ଆପଣମାନେ ଭାରତର ଶୌର୍ଯ୍ୟ'

ନରେନ୍ଦ୍ର ମୋଦି ସ୍ସେସପୋର୍ଟ ଲଞ୍ଚ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, "ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ତାମିଲନାଡୁ ସରକାର ଏହି ଜମି ଆମକୁ ହସ୍ତାନ୍ତର କରିଛନ୍ତି । ତେବେ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ପ୍ରାୟ 2 ବର୍ଷ ଲାଗି । ଆମେ ଦୁଇ ବର୍ଷ ପରେ SSLV ଲଞ୍ଚ କରିବାକୁ ଯୋଜନା କରୁଛୁ । ପ୍ରତି ବର୍ଷ 20ରୁ 30ଟି ସାଟେଲାଇଟ ଲଞ୍ଚ କରିବା ନେଇ ଆମେ ଯୋଜନା ରଖିଛୁ। " ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅନେକ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବାରେ ସଫଳ ହୋଇଥିବା ବେଳେ ଏହି କମ୍ପେଲ୍ସ ମଧ୍ୟ ଆଉ ପାଦେ ଆଗକୁ ବଢିବାକୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 28, 2024, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.