ETV Bharat / technology

ମହାକାଶ ଯିବେ 4 ମହାକାଶଚାରୀ : ନାମ ଘୋଷଣା କଲେ ମୋଦି, କହିଲେ 'ଆପଣମାନେ ଭାରତର ଶୌର୍ଯ୍ୟ'

author img

By ETV Bharat Odisha Team

Published : Feb 27, 2024, 1:53 PM IST

Gaganyaan Mission: ଡ୍ରିମ ପ୍ରୋଜେକ୍ଟ ଗଗନଯାନ ମିଶନ । 4 ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ,

Gaganyaan Mission
Gaganyaan Mission

Gaganyaan Mission

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଗଗନଯାନ ମିଶନ ପାଇଁ ମହାକାଶକୁ ଯିବେ 4ଜଣ ମହାକାଶଚାରୀ । ଆଜି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 4 ଜଣଙ୍କ ନାମ ଘୋଷଣା କରିଛନ୍ତି । ଏହା ପୂର୍ବରୁ ମୋଦି ଗଗନଯାନ ମିଶନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ପରେ ମନୋନୀତ ମହାକାଶଚାରୀମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ତେବେ ମହାକାଶଚାରୀଙ୍କୁ ୱିଙ୍ଗ୍ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଭାରତୀୟ ବୀରମାନେ ହେଲେ ଗ୍ରୁପ କ୍ୟାପ୍‌ଟେନ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଅଜିତ୍ କ୍ରିଷ୍ଣନ, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା । ସୂଚନା ଅନୁସାରେ ଏହି ଚାରିଜଣ ମହାକାଶଚାରୀ ଭାରତରେ ସମସ୍ତ ପ୍ରକାର ଯୁଦ୍ଧ ବିମାନ ଉଡାଇଛନ୍ତି । ଆଜି ଘୋଷଣା ହେବାକୁ ଥିବା 4ଜଣ ପାଇଲଟ ଋଷରେ ପ୍ରଶିକ୍ଷଣ ନେଇଥିବା ବେଳେ ବର୍ତ୍ତମାନ ଇସ୍ରୋର ଜଟିଳ ପ୍ରକ୍ରିୟାରେ ସାମିଲ ହେବେ । ବର୍ତ୍ତମାନ ସମସ୍ତେ ବେଙ୍ଗାଲୁରୁର ସ୍ପେସ ସେଣ୍ଟରରେ ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମିଶନ ଗଗନଯାନ; 4 ମହାକାଶଚାରୀଙ୍କ ନାମ ଘୋଷଣା କଲେ ମୋଦି

କିଭଳି ହୁଏ ଚୟନ: ଗଗନଯାନ ମିଶନରେ ମହାକାଶଚାରୀଙ୍କୁ ମନୋନିତ କରିବା ପାଇଁ ସିଲେକ୍ସନ ଇନଷ୍ଟିଚ୍ୟୁଟ ଅଫ ଏରୋସ୍ସେସ ମେଡିସିନ(IAM) ପକ୍ଷରୁ ଏକ ଟେଷ୍ଟ କରାଯାଇଥିଲା । ଦେଶର ବିଭିନ୍ନ ସ୍ଥାନରୁ 100 ପାଇଲଟ ପାସ୍ ହୋଇଥିଲେ । ଏଥିମଧ୍ୟରୁ ଶ୍ରେଷ୍ଠ 12 ଜଣଙ୍କୁ ଚୟନ କରାଯାଇଥିଲା । ଅନେକ ରାଉଣ୍ଡ ଶେଷ ହେବା ପରେ ଏହି ମିଶନ ପାଇଁ 4 ଜଣ ବାୟୁସେନା ପାଇଲଟଙ୍କୁ ଚୟନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ମୋଦି କହିଛନ୍ତି, "ସାରା ଦେଶର ଶୁଭେଚ୍ଛା ଏବଂ ଶୁଭକାମାନା ଆପଣମାନଙ୍କ ସହିତ ରହିଛି । ପ୍ରଥମଥର ପାଇଁ ଅନ୍ତରୀକ୍ଷ ଯାନରେ ଭାରତ ବୀରଙ୍କୁ ପଠାଇବ । ଗଗନଯାନରେ ରହିଥିବା ଅନେକ ପାର୍ଟ ସ୍ବେଦଶୀ ଜ୍ଞାନକୌଶଳରେ ନିର୍ମିତ । ଇସ୍ରୋର ସଫଳତା ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବା ସହିତ କାମ କରିବା ପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବପ୍ନ ପାଲଟିଛି । ମହିଳା ବୈଜ୍ଞାନିକଙ୍କ ବିନା ଏହି ମିଶନର କଳ୍ପନା କରିବା ଅସମ୍ଭବ । ମହାକାଶ କ୍ଷେତ୍ରରେ ଭାରତ ଏକ ଗ୍ଲୋବାଲ ହବ୍ ପାଲଟିବାକୁ ଯାଉଛି । ଚନ୍ଦ୍ରଭଳି ମିଶନ ଭଳି ଖୁବଶୀଘ୍ର ଶୁକ୍ର ମଧ୍ୟ ଆରମ୍ଭ କରାଯିବ । ୨୦୩୫ ସୁଦ୍ଧା ଭାରତର ନିଜର ସ୍ପେଶ୍‌ ଷ୍ଟେସନ ମଧ୍ୟ ରହିଥିବ । ଏହି 4ଜଣ କେବଳ ବ୍ୟକ୍ତି ନୁହନ୍ତି 140କୋଟି ଜନସାଧାରଣଙ୍କ ଶକ୍ତି । ଆଜିର ଭାରତର ଶୌର୍ଯ୍ୟ ଏବଂ ଭାରତର ବିଶ୍ବାସ ଏମାନେ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.