ETV Bharat / state

ରାସ୍ତା ଉପରେ ଯୁବକଙ୍କୁ ଛୁରାମାଡ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ - Rourkela murder

author img

By ETV Bharat Odisha Team

Published : Apr 17, 2024, 8:54 AM IST

ROURKELA MURDER
ROURKELA MURDER

Youth Stabbed by miscreants: ରାଉରକେଲାରେ ଯୁବକଙ୍କୁ ଛୁରାମାଡ । ଚିକିତ୍ସାଧିନ ଅବସ୍ଥାରେ ମୃତ । ଅଧିକ ପଢନ୍ତୁ

ROURKELA MURDER

ରାଉରକେଲା: ରାସ୍ତା ଉପରେ ଯୁବକଙ୍କୁ ଛୁରାମାଡ । ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାସ୍ତା ଉପରେ ଜଣେ ଯୁବକଙ୍କୁ ଛୁରାମାଡ କରିଛନ୍ତି କିଛି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଟିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଛୁରାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ହତ୍ୟାକାରୀକୁ ଯଥାଶୀଘ୍ର ଧରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ମଦ ଭୁଲାଇଦେଲା ମମତା, ପୁଅର ଜୀବନ ନେଲା ନିଶାଶକ୍ତ ମା’ - Mother Killed Son

ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଲଲାଟ କେଶରୀ ମହାପାତ୍ର ନାମକ ଜଣେ ଯୁବକ ନିଜ ସ୍କୁଟିରେ ଘରକୁ ଫେରୁଥିଲେ । ରାତି ପ୍ରାୟ 10ଟା ସମୟରେ ରାଉରକେଲା ସେକ୍ଟର 5 ଅଞ୍ଚଳର ଅରବିନ୍ଦ ସ୍କୁଲ ନିକଟ ଏକ ପାର୍କ ନିକଟ ରାସ୍ତା ଉପରେ କିଛି ଦୁର୍ବୃତ୍ତ ଛିଡା ହୋଇଥିଲେ । ଲଲାଟ କେଶରୀ ସେହି ବାଟ ଦେଇ ଯିବା ସମୟରେ ତାଙ୍କୁ ଅଟକାଇଥିଲେ ଦୁର୍ବୃତ୍ତ । କିଛି ସମୟ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ହଠାତ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏନେଇ ଲଲାଟଙ୍କ ପରିବାର ଲୋକଙ୍କୁ ଜଣେ ପଥଚାରୀ ଖବର ଦେବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ପରିବାର ଲୋକେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ନେଇଥିଲେ । ଲଲାଟଙ୍କ ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆପୋଲୋ ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ଘରୋଇ ବିବାଦକୁ କେନ୍ଦ୍ର କରି ବୀଭତ୍ସ ହତ୍ୟା, ଦାଦାକୁ କଟୁରୀରେ ହାଣିଲେ ଦୁଇ ପୁତୁରା - Nephew Killed Uncle

ଅନ୍ୟପଟେ ଲଲାଟଙ୍କ ବେକ ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗଭୀତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଏନେଇ ପରିବାର ଲୋକେ ସେକ୍ଟପର 7 ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଏ ଓ କାହିଁକି ଏହି ଛୁରାମାଡ କଲା ସେନେଇ ଜଣାପଡି ନଥିବା ବେଳେ ଲଲାଟଙ୍କର କାହା ସହ ପୂର୍ବରୁ କୌଣସି ଶତ୍ରୁତା ନଥିବା କହିଛନ୍ତି ପରିବାର ଲୋକେ । ତେବେ ହତ୍ୟାକାରୀକୁ ଧରି ଉପଯୁକ୍ତ ଦଣ୍ଡ ଦେବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.