ETV Bharat / state

ମଦ ଭୁଲାଇଦେଲା ମମତା, ପୁଅର ଜୀବନ ନେଲା ନିଶାଶକ୍ତ ମା’ - Mother Killed Son

author img

By ETV Bharat Odisha Team

Published : Apr 15, 2024, 12:45 PM IST

MOTHER KILLED SON
MOTHER KILLED SON

Drunken Mother Kills Son: ମଦ ନିଶାରେ ପୁଅକୁ ହତ୍ୟା କଲା ମାଆ । ଟଙ୍କା ଚୋରାଇ ନେବାରୁ ପିଟି ପିଟି ପୁଅର ଜୀବନ ନେଲା । ଅଧିକ ପଢନ୍ତୁ

MOTHER KILLED SON

ମାଲକାନଗିରି: ମାଆ ଭୁଲି ଗଲା ମମତା । ଅନ୍ଧ କରି ଦେଲା ମଦ ନିଶା । ଜନ୍ମଦାତ୍ରୀ ସାଜିଲା ପୁଅର ହତ୍ୟାକାରୀ । ଦଶ ମାସ ଦଶ ଦନ ଗର୍ଭରେ ରଖି ଜନ୍ମ ଦେଇଥିବା ଶିଶୁର ଜୀବନ ନେଲା ମାଆ । ଘରୁ ଟଙ୍କା ନେଇ ଖଜା କିଣି ଖାଇବାରୁ ପୁଅ ପିଟି ପିଟି ମାରିଦେଲା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅର୍ନ୍ତଗତ ତୁମ୍ବାଗୁଡା ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି 8 ବର୍ଷୀୟ ରୋହିତ ପଡ଼ିଆମୀ । ତାଙ୍କ ମାଆ ହେଉଛନ୍ତି ୱାଗି ପଡ଼ିଆମୀ ।

ୱାଗିଙ୍କ ସ୍ବାମୀ ମୁକା ପଡ଼ିଆମୀଙ୍କ କହିବା ଅନୁଯାୟୀ, ତାଙ୍କର ପୁଅ ରୋହିତ ମା’ ୱାଗିଙ୍କୁ ଟଙ୍କା ମାଗିଥିଲା ଖଜା ଖାଇବା ପାଇଁ । କିନ୍ତୁ ପୁଅକୁ ମନା କରି ଟଙ୍କାକୁ ଘରେ ଲୁଚାଇ ରଖି ମଦ ପିଇବାକୁ ପଳାଇଥିଲା ୱାଗି । ଏହାପରେ ସେହି ଟଙ୍କାକୁ ନେଇ ରୋହିତ ଦୋକାନରୁ ଖଜା କିଣି ଖାଇଥିଲା । ଶନିବାର ବିଳମ୍ବିତ ରାତିରେ ୱାଗି ପଡ଼ିଆମୀ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲା । ଲୁଚେଇ ରଖିଥିବା ଟଙ୍କା ଖୋଜି ନପାଇବାରୁ ପୁଅ ରୋହିତକୁ ପଚାରି ଥିଲା । ସେ ଦୋକାନରୁ ଖଜା କିଣି ଖାଇଦେଇଛି ବୋଲି କହିବାରୁ ମହିଳାଙ୍କ ମୁଣ୍ଡକୁ ପିତ ଚଢିଯାଇଥିଲା । ସେ ରାଗରେ ତମତମ ହୋଇ ପୁଅର ଛାତିକୁ ଗୋଇଠା ମାରିଚାଲି ଥିଲେ । ସ୍ବାମୀ ମୁକା ବିରୋଧ କରିଥିଲେ ମଧ୍ୟ ସେ ଶୁଣିନଥିଲେ ।

ଏହା ମଧ୍ୟ ପଢନ୍ତୁ-ସଇତାନ ସାଜିଲା ବାପା, ମଦ ନିଶାରେ ପାଞ୍ଚ ମାସର ଶିଶୁକୁ କଚାଡି ମାରିଲା

ଶେଷରେ ରୋହିତ ଅଚେତ ହୋଇଯିବାରୁ ୱାଗି ଶୋଇ ପଡ଼ିଥିଲା । ଗତକାଲି (ରବିବାର) ସକାଳୁ ପୁଅର ମୃତ୍ୟୁ ହୋଇଥିବା ବାପା ମୁକା ଜାଣିବାକୁ ପାଇଥିଲେ । ଏ ଏସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲା । ଏହାକୁ ନେଇ ଗ୍ରାମର ମୁଖିଆ କେନି କବାସୀ, ୱାର୍ଡମେମ୍ବର ଲାକା ମାଡକାମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପରେ ଗ୍ରାମର ୱାର୍ଡମେମ୍ବର ଲାକା ମାଡ଼କାମୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହାପରେ କାଲିମେଳା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅଧିକ ତଦନ୍ତ ନିମନ୍ତେ କୋରାପୁଟ ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଥିଲା । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପରେ ରୋହିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣା ନେଇ କାଲିମେଳା ଥାନାରେ କେସ ନମ୍ବର ୧୧୬/୨୪ରେ ମକଦ୍ଦମା ରୁଜୁ କରାଯାଇଛି । ରୋହିତର ମା’ ୱାଗୀ ପଡ଼ିଆମୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି ।

ୱାଗି ପଡିଆମୀ ନିଶାସକ୍ତ ଅବସ୍ଥାରେ ଗତ ୬ ବର୍ଷ ପୂର୍ବେ ତାଙ୍କର ଏକ ୧୫ ଦିନର ଶିଶୁକନ୍ୟାକୁ ହାତରୁ ଖସାଇ ଦେଇଥିଲେ । ଫଳରେ କନ୍ୟା ସନ୍ତାନଟିର ମୃତ୍ୟୁ ଘଟିଥିଲା । ଗ୍ରାମବାସୀଙ୍କ କହିବା ଅନୁଯାଇ, ସ୍ୱାମୀ ସ୍ତ୍ରୀ ଦୁହେଁ ସବୁବେଳେ ନିଶାସକ୍ତ ଅବସ୍ଥାରେ ରୁହନ୍ତି । ଘରେ ଠିକରେ ରୋଷେଇ କରନ୍ତି ନାହିଁ । ତାଙ୍କର ପିଲା ମାନେ ପ୍ରାୟତଃ ସମ୍ପର୍କୀୟ ମାନଙ୍କ ଘରେ ଭୋକ ସମ୍ଭାଳି ନପାରି ଖାଇ ଦେଇଥାନ୍ତି । ମା’ ଜାଣିଲେ ପିଲା ମାନଙ୍କୁ ମାଡ ମାରିଥାନ୍ତି । ଏଥି ପାଇଁ ପିଲାମାନେ ୱାଗି ପଡ଼ିଆମୀଙ୍କୁ ଭୟ କରନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.