ETV Bharat / state

ସଇତାନ ସାଜିଲା ବାପା, ମଦ ନିଶାରେ ପାଞ୍ଚ ମାସର ଶିଶୁକୁ କଚାଡି ମାରିଲା

author img

By ETV Bharat Odisha Team

Published : Feb 11, 2024, 5:40 PM IST

Etv Bharat
Etv Bharat

Father killed Five Month Old Son: ମଦ ନିଶାରେ ପୁଅକୁ ହତ୍ୟା କଲା ବାପା । ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ

ସଇତାନ ସାଜିଲା ବାପା

ବରଗଡ: ପାରିବାରିକ କଳହର କରୁଣ ପରିଣତି । ସଇତାନ ସାଜିଲା ବାପା । ରାଗରେ ଜର୍ଜରିତ ହୋଇ ମଦ ନିଶାରେ ଶିଶୁର ଜୀବନ ନେଲା ବାପା । ନିଶାସକ୍ତ ଅବସ୍ଥାରେ ପାଞ୍ଚ ମାସର ପୁଅକୁ କଚାଡି ମାରିଲା । ଦୁନିଆକୁ ଜାଣିବା ଆଗରୁ ଶେଷରେ ଆଖି ବୁଝିଛି କୁନି ପୁଅ । ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଞ୍ଚଳର ଚେରେଙ୍ଗାଝାଞ୍ଜ ଗ୍ରାମରେ । ହତ୍ୟାକାରୀ ବାପା ହେଉଛି ହେମନ୍ତ ଭୁଏ ।

ଏହା ମଧ୍ୟ ପଢନ୍ତୁ-ରାକ୍ଷାସୀ ସାଜିଲା ମାଆ, କାଟିଦେଲା 6 ମାସ ଶିଶୁର ତଣ୍ଟି

ମିଳିଥିବା ସୂଚନା ଅନୁଯାୟୀ, ହେମନ୍ତ ଭୁଏ ଗତକାଲି (ଶନିବାର) ବିଳମ୍ବିତ ରାତିରେ ମଦ ପିଇ ଘରକୁ ଫେରିଥିଲେ । ଏହାପରେ କୌଣସି କାରଣକୁ ନେଇ ଘର ଲୋକଙ୍କ ସହ ବଚସା କରିଥିଲେ । ଯାହା ପରମୁହୂର୍ତ୍ତରେ ଉଗ୍ରରୂପ ନେଇଥିଲା । ରାଗରେ ଜର୍ଜରିତ ହୋଇ ହେମନ୍ତ ଭୁଏ ନିଜର ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଶିଶୁ ପୁତ୍ରଟିର ମୁତ୍ୟୁ ହୋଇଥିଲା । ସଙ୍ଗେ ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ l ଘଟଣା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁର ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି l ଅନେକ ସମୟରେ ଉକ୍ତ ଅଞ୍ଚଳରେ ମଦ ନିଶାରେ ଏପରି ହତ୍ୟାକାଣ୍ଡ ଘଟୁଥିବା ଖବର ସାମ୍ନାକୁ ଆସୁଛି । କିନ୍ତୁ ମଦକୁ ବିରୋଧ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l

ଏହା ମଧ୍ୟ ପଢନ୍ତୁ-ଝିଅ ଚାହୁଁଥିଲା, ପୁଅ ହେବାରୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଜଣେ ମହିଳା ନିଜ ଜନ୍ମିତ ଶିଶୁପୁତ୍ରକୁ ତଣ୍ଟି କାଟି ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଖଲିଆପାଲି ଗ୍ରାମର ରବିନ୍ଦ୍ର ନାଗଙ୍କ 6 ମାସର ଶିଶୁପୁତ୍ରକୁ ତାଙ୍କ ସ୍ତ୍ରୀ ତଣ୍ଟି କାଟି ହତ୍ୟା କରିଥିଲା । ଏନେଇ ରବିନ୍ଦ୍ରଙ୍କ ସହ ତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ମାଆର ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ସେ ତାର ଶିଶୁକୁ ହତ୍ୟା କରିଥିବା ତାଙ୍କ ସ୍ବାମୀ କହିଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.