ETV Bharat / state

ରାକ୍ଷାସୀ ସାଜିଲା ମାଆ, କାଟିଦେଲା 6 ମାସ ଶିଶୁର ତଣ୍ଟି

author img

By ETV Bharat Odisha Team

Published : Feb 9, 2024, 12:42 PM IST

Updated : Feb 9, 2024, 1:00 PM IST

Woman kills 6 month old son: ବଲାଙ୍ଗୀରରେ ଚାଞ୍ଚଲ୍ୟ । 6 ମାସର ପୁଅକୁ ତଣ୍ଟି କାଟି ହତ୍ୟା କଲା ପିଶାଚୀ ମାଆ । ଅଧିକ ପଢନ୍ତୁ

Woman kills 6 Month Old Son
ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ

Woman kills 6 month old son

ବଲାଙ୍ଗୀର: ଜନ୍ମଦାତ୍ରୀ ସାଜିଲା ପିଶାଚିନୀ । ଜନ୍ମକଲା ଛୁଆର ତଣ୍ଟି କାଟିଦେଲା ରାକ୍ଷାସୀ ମାଆ । ନିଜ ହାତରେ ନିଜ କୋଳ ଉଜାଡି ଦେଲା । ଏଭଳି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ଖଲିଆପାଲିରୁ । 6 ମାସର ଶିଶୁକୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀର ଜିଲ୍ଲାର ଜଣେ ମହିଳା ନିଜ ଜନ୍ମିତ ଶିଶୁପୁତ୍ରକୁ ତଣ୍ଟି କାଟି ହତ୍ୟା କରିବାର ଗୁରୁତର ଅଭିଯୋଗ ଆସିଛି । ତରଭା ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମର ରବିନ୍ଦ୍ର ନାଗଙ୍କ 6 ମାସର ଶିଶୁପୁତ୍ରକୁ ତାଙ୍କ ସ୍ତ୍ରୀ ତଣ୍ଟି କାଟି ହତ୍ୟା କରିଛି । ରବିନ୍ଦ୍ରଙ୍କ ସହ ତାଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି ।

ରବିନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, "ଘରେ ଶିଶୁ ସହିତ ସ୍ତ୍ରୀ ମୀନା ନାଗ ରହିଥିଲେ । ମୁଁ ଶୌଚ ହେବା ପାଇଁ ପାଖ ନଈକୁ ଯାଇଥିଲି । ତେବେ ମୋ ମାଆ ଶିଶୁକୁ ତେଲ ଲଗାଇବା ପାଇଁ ଆଣିବାକୁ ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହା ଦେଖି ସେ ସମସ୍ତଙ୍କୁ ଚିତ୍କାର କରି ଡାକିଥିଲେ । ତେବେ ସଙ୍ଗେ ସଙ୍ଗେ ଶିଶୁପୁତ୍ରକୁ ଉଦ୍ଧାର କରି ପ୍ରଥମେ ତରଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଯୋଗୁଁ ବଲାଙ୍ଗୀର ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର ।"

ଏହା ମଧ୍ୟ ପଢନ୍ତୁ: ଝିଅ ଚାହୁଁଥିଲା, ପୁଅ ହେବାରୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

ଘଟଣା ସମ୍ପର୍କରେ ଖବର ପାଇ ବଲାଙ୍ଗୀର ପୁଇଁନ୍ତଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟିଲା ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସର ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ । ଅନ୍ୟପଟେ ଅଭିଯୁକ୍ତ ମାଆର ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା କଥା କହିଛନ୍ତି ରବିନ୍ଦ୍ର ।

ମୃତ ଶିଶୁଙ୍କ ପିଉସୀଙ୍କ କହିବା ଅନୁସାରେ, "ମୋ ମାଆ ତେଲ ଲଗାଇବା ପାଇଁ ଛୁଆ ପାଖକୁ ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ଏହାପରେ ଆମେ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲୁ । ତେବେ କ'ଣ ପାଇଁ ଏବଂ କେଉଁ ପରିସ୍ଥିତିରେ ଏଭଳି ହତ୍ୟାକାଣ୍ଡ ଭିଆଇଲା ସେନେଇ କୌଣସି ସୂଚନା ନାହିଁ ।"

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 9, 2024, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.