ETV Bharat / state

ଜୈବ ବିଭିନ୍ନତାରୁ ଜଙ୍ଗଲ-ଜଳାଶୟ, ବୌଦ୍ଧ ଜିଲ୍ଲାରେ ବଢ଼ୁଛି ଆଦ୍ର ଭୂମି

author img

By ETV Bharat Odisha Team

Published : Feb 3, 2024, 3:39 PM IST

World Wetlands Day
World Wetlands Day

World Wetlands Day: ବୌଦ୍ଧ ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ବିଶ୍ବ ଆଦ୍ରଭୂମି ଦିବସ ପାଳିତ । ଜିଲ୍ଲାର ନୂଆପଡା ଡ୍ୟାମ ନିକଟରେ ସୃଷ୍ଟି ହୋଇଥିବା ପ୍ରାକୃତିକ ଆଦ୍ର ଭୂମି ଅଞ୍ଚଳରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ

World Wetlands Day

ବୌଦ୍ଧ: ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାରେ ପାଳନ ହୋଇଛି ବିଶ୍ବ ଆଦ୍ରଭୂମି ଦିବସ । ଏହି ଅବସରରେ ଗତକାଲି(ଶୁକ୍ରବାର) ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ସହିତ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି ।

ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିର୍ମିତ ହୋଇଥିବା ବୃହତ ଜଳାଶୟଗୁଡିକ ଜୈବ ବିଭିନ୍ନତା ତଥା ବନ୍ୟଜନ୍ତୁଙ୍କ ପାଇଁ ବେଶ ସହାୟକ ହୋଇ ପାରିଛି । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ସୀମାରେଖାରେ ମହାନଦୀ ଓ ତେଲନଦୀ ରହିଥିବା ବେଳେ ଏହାର ଉପକୂଳରେ ବିଭିନ୍ନ ଜୈବ ବିଭିନ୍ନତା ପୂର୍ଣ୍ଣ ସ୍ଥାନ ରହିଛି । ଲତାଝରଣ ଭଳି ଆଭ୍ୟନ୍ତରୀଣ ଜଙ୍ଗଲଠାରୁ ନେଇ ମହାନଦୀ କୂଳରେ ଥିବା ସାତକୋଶିଆ ଅଭୟାରଣ୍ୟର ଜୈବ ବିଭିନ୍ନତା ବୌଦ୍ଧ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇ ପାରିଛି । ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ୧୮ ଗୋଟି ଉନ୍ନତ ପ୍ରଣାଳୀରେ ବୃହତ ଜଳାଶୟ ନିର୍ମାଣ ହୋଇଥିବା ସୂଚନା ମିଳିଛି ।

ଏହାଦ୍ବାରା ଅଞ୍ଚଳର ଜୈବ ବିଭିନ୍ନତା ଉପରେ ଏହାର ପ୍ରଭାବ ପଡିବା ସହିତ ଜଙ୍ଗଲର ବନ୍ୟଜନ୍ତୁ ବେଶ ଉପକୃତ ହୋଇ ପାରୁଛନ୍ତି । ତେଣୁ ବିଶ୍ବ ଆଦ୍ର ଭୂମି ଦିବସ ଅବସରରେ ବୌଦ୍ଧ ବନଖଣ୍ଡ ପକ୍ଷରୁ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏ ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ସହିତ ବୌଦ୍ଧ ଜିଲ୍ଲାର ନୂଆପଡା ଡ଼୍ୟାମ ନିକଟରେ ସୃଷ୍ଟି ହୋଇଥିବା ପ୍ରାକୃତିକ ଆଦ୍ରଭୂମି ଅଞ୍ଚଳରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଆଗାମୀ ଦିନରେ ଏହି ଆର୍ଦ୍ରଭୂମି ସୃଷ୍ଟି ପାଇଁ ଜଙ୍ଗଲ ଅଞ୍ଚଳରେ ଅଧିକ ଜଳାଶୟ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜାତୀୟ ମତଦାତା ଦିବସରେ ପଦଯାତ୍ରା, ଯୁବ ଭୋଟରଙ୍କୁ ସଚେତନ କଲେ ମୁଖ୍ୟ ନିର୍ବାଚନ କମିଶନର

ସେ କହିଛନ୍ତି ଯେ, ପ୍ରତିବର୍ଷ ଫେବୃଆରୀ ୨ ତାରିଖକୁ ବିଶ୍ବ ଆଦ୍ରଭୂମି ଦିବସ ରୂପେ ପାଳନ କରାଯାଉଛି । ବୌଦ୍ଧ ଜିଲ୍ଲାର ସୀମାରେଖାରେ ମହାନଦୀ ଓ ତେଲ ନଦୀ ରହିଛି । ତେଣୁ ଯେତିକି ବି ଆମର ଆଦ୍ରଭୂମି ରହିଛି ତାକୁ ସଂରକ୍ଷିତ କରିବା ଆବଶ୍ୟକ । ତେଣୁ ଏହି ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛୁ । ବର୍ତ୍ତମାନ ସମୟରେ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ରେ ୧୮ ଗୋଟି ଉନ୍ନତ ପ୍ରଣାଳୀରେ ବୃହତ ଜଳାଶୟ ନିର୍ମାଣ କରିଛୁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.