ETV Bharat / state

ଆଜିଠୁ ବଢିବ ବର୍ଷା; ବିଜୁଳି ଘଡଘଡି ସହ ୩୦ରୁ ୪୦ ବେଗରେ ପବନ ବହିବ ! - Rainfall in Odisha

author img

By ETV Bharat Odisha Team

Published : May 8, 2024, 2:06 PM IST

ଆଜିଠୁ ବଢିବ ବର୍ଷା
ଆଜିଠୁ ବଢିବ ବର୍ଷା (ETV Bharat Odisha)

Weather Update: ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ବିଶେଷକରି ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଆଜିଠୁ ବଢିବ ବର୍ଷା (ETV Bharat Odisha)

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି । ଆଜିଠୁ ବର୍ଷାର ପରିମାଣ ବଢିବ । ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ପବନର ବେଗ ମଧ୍ୟ ୩୦ ରୁ ୪୦ କିମି ଘଣ୍ଟା ପ୍ରତି ରହିପାରେ । ଆଜି ବିଶେଷକରି ଉତ୍ତର ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଅନ୍ୟ କିଛି ଅଞ୍ଚଳରେ କାଁ ଭାଁ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ । ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା କମ୍ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି । ଆଜିଠୁ ବର୍ଷା ବଢିବ । ବିଜୁଳି ଘଡଘଡି ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏବେ ନିମ୍ନଚାପ ରେଖା ସକ୍ରିୟ ନାହିଁ। ବଙ୍ଗୋସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟରେ ବର୍ଷା କରାଉଛି । ସେପଟେ ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ସେହିପରି ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ହ୍ରାସ ହୋଇଛି । ମାଲକାନଗିରି ରାଜ୍ୟର ସର୍ବାଧିକ ତାପମାତ୍ର ୩୯.୩ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜାରି ରହିଛି କାଳବୈଶାଖୀ, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ - Odisha Weather

କାଳବୈଶାଖୀ ବର୍ଷା ପରେ ଅହସ୍ୟ ଗରମ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ତେବେ ଆଜି ଟ୍ବିନସିଟିରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିପାରେ । ଅନ୍ୟପଟେ ଏବେ ସୁଦ୍ଧା ରାଜ୍ୟରେ ୨୦ ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ ଢେଙ୍କାନାଳ, ବାଲେଶ୍ବର ଓ ମୟୂରଭଞ୍ଜରେ 3 ମୃତ୍ୟୁ ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅନ୍ୟ ୧୭ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ 786 ଅଂଶୁଘାତ ମାମଲା ଆସିଥିବା ଜଣାଇଛି ସ୍ବାସ୍ଥ୍ୟ ବିଭାଗ । ଗତ କିଛି ଦିନ ହେଲା ତାତି କମିଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.