ETV Bharat / state

୧୪ ଦିନରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ; ନିଆଳିରେ ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

author img

By ETV Bharat Odisha Team

Published : Jan 31, 2024, 9:48 PM IST

Veterinary Doctors Association Strike Cripples Animal Healthcare Services: ୧୪ ଦିନରେ ପହଞ୍ଚିଛି ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ । ଚିକିତ୍ସା ଅଭାବରୁ ମରୁଛନ୍ତି ଗୃହପାଳିତ ପଶୁ ପକ୍ଷୀ । ଅଧିକ ପଢନ୍ତୁ

୧୪ ଦିନରେ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ; ନିଆଳିରେ ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା
୧୪ ଦିନରେ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ; ନିଆଳିରେ ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

୧୪ ଦିନରେ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ; ନିଆଳିରେ ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

ନିଆଳି: ୧୪ ଦିନରେ ପହଞ୍ଚିଛି ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ । ଫଳରେ ରାଜ୍ୟରେ ପ୍ରାଣୀ ସେବା ବ୍ୟବସ୍ଥା ଏକ ପ୍ରକାରେ ଠପ୍ ହୋଇଯାଇଛି । ରାଜ୍ୟରେ କଟକ ଜିଲ୍ଲାର ନିଆଳି, କଣ୍ଟାପଡ଼ା, ବାରଙ୍ଗ,କଟକ ସଦର ବ୍ଲକ ସମେତ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଏବଂ ବାଲିଅନ୍ତା ବ୍ଲକ ଅଞ୍ଚଳ କୃଷି ପ୍ରଧାନ ଅଞ୍ଚଳ ଭାବରେ ପରିଚିତ । ‌ ପାନ ଧାନ,ଆଖୁ,ପରିବା ବ୍ୟତୀତ ଗାଈ, ମେଷ , ଛେଳି, ମେଣ୍ଢା, ବତକ, କୁକୁଡ଼ା, ଘୁଷୁରୀ, ମାଛ ଚାଷ ଆଦି କରି ଏଠାକାର ଲୋକମାନେ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଦୀର୍ଘ ୧୪ ଦିନ ଧରି ଉକ୍ତ ୬ ଗୋଟି ବ୍ଲକ ଅଞ୍ଚଳରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ଗୁଡିକ ସେବାରୁ ବିରତ ରହିଛି । ଯାହା ଫଳରେ ୧୪ ଦିନ ଧରି ପ୍ରାଣୀ ଚିକିତ୍ସା ଏକ ରକମ ଠପ୍ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ଏଠାରେ ରୋଗଗ୍ରସ୍ତ ପ୍ରାଣୀ ମାନଙ୍କର ଚିକିତ୍ସା ନ ପାଇ ଅକାଳରେ ମୃତ୍ୟୁ ଘଟୁଥିବା ନେଇ ଅଭିଯୋଗ ହୋଇଛି ଏବଂ ଚାଷୀ ମାନେ ବ୍ୟାପକ କ୍ଷତିର ଶିକାର ହେଉଛନ୍ତି ।

ଗତ ୧୮ ତାରିଖ ଠାରୁ ଅଦ୍ୟାବଧି ପ୍ରାଣୀ ଚିକିତ୍ସକ ଏବଂ କର୍ମଚାରୀ ମାନେ ଚାରି ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଗୋମିତ୍ରଙ୍କ ହାତରେ ଏବେ ପ୍ରାଣୀ ଧନର ଚିକିତ୍ସା ଭାର ନ୍ୟସ୍ତ ରହିଛି । କିନ୍ତୁ ସେମାନେ କେବଳ ଟିକା ଓ ଏଲ.ଆଇ କରିବା ପାଇଁ ନିଯୁକ୍ତ ହୋଇଥିବା ବେଳେ ଅନ୍ୟ ଅଧିକ ଚିକିତ୍ସା ପାଇଁ ଅକ୍ଷମ । ଏହି ଘଟଣାକୁ ଯାଦବ ସଂଘ ଗୁରୁତର ଭାବରେ ଗ୍ରହଣ କରିବା ସହିତ ରାଜ୍ୟ ସରକାର ଖୁବ ପ୍ରାଣୀ ସେବା ଯୋଗାଇ ନଦେଲେ ଗୋପାଳକ ଭାଇ ମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । ଆନ୍ଦୋଳନ କାରଣରୁ ଗ୍ରାମାଞ୍ଚଳରେ ପ୍ରାଣୀ ସେବା ବିଗିଡିବା ସହିତ ବ୍ୟାପକ କ୍ଷୟକ୍ଷତି ହେବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି ।‌

ଏହା ମଧ୍ୟ ପଢନ୍ତୁ ... ଗଞ୍ଜାମରେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ସମସ୍ୟାରେ ପଶୁପାଳକ

ସୂଚନା ଯୋଗ୍ୟ ଯେ ପ୍ରାଣୀ ଚିକିତ୍ସକ ମାନେ ନିଜର ଚାରି ଦଫା ଦାବି ନେଇ କଳା ବ୍ୟାଚ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଦାବି ଗୁଡିକ ହେଲା- ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ଇତ୍ୟାଦି ସହ ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ସହ ସମାନ ପଦୋନ୍ନତି (ଡି.ଏ.ସି.ପି.) ସୁବିଧା ପ୍ରଦାନ, ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ରସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ହାରରେ ଏନ. ପି. ଏ. ପ୍ରଦାନ ଓ ରାଜ୍ୟରେ ପ୍ରାଣୀଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଓ କ୍ୟାଡ଼ର ପୁନର୍ଗଠନ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.