ETV Bharat / state

ବଣାଇରେ ପୃଥକ ଦୁର୍ଘଟଣା, 3 ମୃତ

author img

By ETV Bharat Odisha Team

Published : Jan 28, 2024, 11:34 AM IST

ଦୁର୍ଘଟଣାରେ ଗଡ଼ିଲା ତିନି ମୁଣ୍ଡ
ଦୁର୍ଘଟଣାରେ ଗଡ଼ିଲା ତିନି ମୁଣ୍ଡ

Sundargarh Road Accident: ୧୪୩ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁର୍ଘଟଣାରେ ଗଡ଼ିଲା ତିନି ମୁଣ୍ଡ । ଘଟଣାସ୍ଥଳରେ ଦେଖାଯାଇଛି ଉତ୍ତେଜନା । ଅଧିକ ପଢ଼ନ୍ତୁ

ଦୁର୍ଘଟଣାରେ ଗଡ଼ିଲା ତିନି ମୁଣ୍ଡ

ରାଉରକେଲା: ୧୪୩ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳରେ ଘଟିଛି ପୃଥକ ପୃଥକ ଦୁର୍ଘଟଣା । ଗୋଟିଏ ଦୁର୍ଘଟଣା ବରଘାଟ ନିକଟରେ ହୋଇଥିବା ବେଳେ ଆଉ ଗୋଟିଏ ବଣାଇ ଉପର ବହାଲ ନିକଟରେ ହୋଇଛି । ବରଘାଟ ରାସ୍ତା ଉପରେ ହାଇୱା ଗାଡି ଧକ୍କାରେ ବାଇକଙ୍କର ଚାଳକ ମୃତ୍ୟୁ । ସେପଟେ ଟ୍ରକ ତଳେ ଚାପି ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଦେଖାଯାଇଛି ଉତ୍ତେଜନା ।

୧୪୩ ଜାତୀୟ ରାଜପଥରେ ଘଟିଗଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଜପଥରେ ଗୋଟିଏ ନୁହେଁ ଘଟିଯାଇଛି ଦୁଇଟି ଦୁଇଟି ସଡ଼କ ଦୁର୍ଘଟଣା । ଯେଉଁଥିରେ ଚାଲିଯାଇଛି ତିନୋଟି ନିରିହ ଜୀବନ । ତେବେ ଗୋଟିଏ ଦୁର୍ଘଟଣା ରାଜାମୁଣ୍ଡା ବରଘାଟ ନିକଟରେ ହୋଇଥିବା ବେଳେ ଆଉ ଗୋଟିଏ ବଣାଇ ଉପର ବହାଲ ନିକଟରେ ହୋଇଛି । ବଣାଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ବରଘାଟ ରାସ୍ତା ଉପରେ ହାଇୱା ଗାଡି ଧକ୍କାରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଦ୍ୱିତୀୟ ସଡକ ଦୁର୍ଘଟଣାରେ ଟ୍ରକଚକ ତଳେ ଚାପି ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ...କ୍ରିପ୍ଟୋ କରେନ୍ସି ନାଁରେ ଅନଲାଇନ ଠକେଇ; କମ୍ବୋଡ଼ିଆରୁ ହେଉଥିଲା ଅପରେଟ୍, 6 ଠକ ଗିରଫ

ସମୟ ପ୍ରାୟ ସାଢ଼େ ଚାରିଟା ସମୟରେ ରାଉରକେଲାରୁ ବରସୁଆଁ ନିଜ ଘରକୁ ଯାଉଥିବା ବେଳେ ଦ୍ରୁତଗତିରେ ଥିବା ଏକ ହାଇୱା ଗାଡି ଧକ୍କା ଦେବା ସହ ବାଇକ ଚାଳକଙ୍କ ଉପରେ ଗାଡି ଚଢ଼ି ଯାଇଥିଲା । ଫଳରେ ଚାଳକ ଗାଡି ସହ ଘୋଷାଡି ହୋଇଯାଇଥିଲେ ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଚାଳକଙ୍କର ଗାଡ଼ି ସେଠାରେ ନଥିବା ସୂଚନା ମିଳିଛି । ସେପଟେ ଗତକାଲି ଅପରାହ୍ନ ପାଞ୍ଚଟା ସମୟରେ ବାଇକରେ ଜଣେ ପୁରୁଷ ଓ ଜଣେ ମହିଳା ଯାଉଥିଲେ । ବାଇକଟି ଆଗରେ ଯାଉଥିବା ବେଳେ ପଛ ପଟୁ ଆସି ଟ୍ରକ ଧକ୍କା ଦେଇଥିଲା । ଫଳରେ ଟ୍ରକ ତଳେ ଚାପି ହୋଇ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ନାମ ପ୍ରଦୀପ ମୁଣ୍ଡା ଘର ହାତିବାହାଲ ବୋଲି ଜଣାପଡି ଥିବା ବେଳେ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ବିକ୍ଷୋଭ କରୁଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରିଛି । ତେବେ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରୁଛନ୍ତି ଲୋକେ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.