ETV Bharat / state

କ୍ରିପ୍ଟୋ କରେନ୍ସି ନାଁରେ ଅନଲାଇନ ଠକେଇ; କମ୍ବୋଡ଼ିଆରୁ ହେଉଥିଲା ଅପରେଟ୍, 6 ଠକ ଗିରଫ

author img

By ETV Bharat Odisha Team

Published : Jan 27, 2024, 8:57 PM IST

Cyber Fraud Racket Busted: ଅନ୍ତର୍ଜାତୀୟ ଅର୍ଗାନାଇଜ ସାଇବର କ୍ରାଇମ ବା ପିଗ ବୁଚର କ୍ରାଇମ ଗ୍ୟାଙ୍ଗକୁ କାବୁ କଲା ରାଉରକେଲା ପୋଲିସ । ବେଆଇନ ଇନଭେସ୍ଟମେଣ୍ଟ ଆପ ସାହାଯ୍ୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଥିଲେ ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

6 ଠକ ଗିରଫ
6 ଠକ ଗିରଫ

6 ଠକ ଗିରଫ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଅନ୍ତର୍ଜାତୀୟ ଅର୍ଗାନାଇଜ ସାଇବର କ୍ରାଇମ ବା ପିଗ ବୁଚର କ୍ରାଇମ ଗ୍ୟାଙ୍ଗକୁ କାବୁ କଲା ରାଉରକେଲା ପୋଲିସ । ବେଆଇନ ଇନଭେସ୍ଟମେଣ୍ଟ ଆପ ସାହାଯ୍ୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଥିଲେ ଅଭିଯୁକ୍ତ । ସାରା ଭାରତ ଏବଂ ସାଉଥ ଏସିଆ ଦେଶ ଗୁଡ଼ିକରେ ଚାଲିଥିଲା ଏହି ନେଟୱାର୍କ । କମ୍ବୋଡ଼ିଆରୁ କରାଯାଉଥିଲା ଅପରେଟ୍ । 30,000 ୟୁଏସଡ଼ିଟି କ୍ରିପ୍ଟୋ କରେନ୍ସି ଜବତ କରିଛି ପୋଲିସ । ଘଟଣାରେ 6 ଜଣ ଅନଲାଇନ ସାଇବର ଠକଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

ତେବେ ରାଉରକେଲା ସହରର ଜଣେ ବ୍ୟକ୍ତି 67 ଲକ୍ଷ 70 ହଜାର ଟଙ୍କାର ଅନଲାଇନ ଠକେଇ ଅଭିୟୋଗ ଆଧାରରେ ସାଇବର ଥାନା ରାଉରକେଲାରେ ଆଇପିସିର 120B ଏବଂ ଆଇଟି ଆକ୍ଟ 66C/66Dରେ ମାମଲା ରୁଜୁ କରାୟାଇଥିଲା । ଏହି ଘଟଣା ସଙ୍ଗଠିତ ଆନ୍ତର୍ଜାତୀୟ ଅପରାଧ ସିଣ୍ଡିକେଟ୍ ସହ ଜଡିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଏହି ଅପରାଧ ଅତ୍ୟନ୍ତ ଜଟିଳ ଏବଂ ଏଥିରେ ଅନେକ ଏଜେନ୍ସି ସାମିଲ ଥିବାରୁ ଏହି ଟିମ୍ ଏମଏଚଏ ଏବଂ ରାଜ୍ୟ କ୍ରାଇମବ୍ରାଞ୍ଚର ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ୍ ସେଣ୍ଟରର ବୈଷୟିକ ସହାୟତା ନେଇଥିଲା । ତଦନ୍ତ ସମୟରେ ପୋଲିସ 6 ଜଣ ଅଭିୟୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛି । ମୁଖ୍ୟ ଅଭିଯୁକ୍ତମାନେ ହେଲେ ଉଜ୍ଜ୍ୱଳ ଉତ୍କର୍ଷ, ନବୀନ ରାଓ, ଏମଡି ନସିମ, ପଙ୍କଜ ରାଓ, ସନ୍ଦୀପ ଜୈନ । ସେପଟେ ଅନ୍ୟ ଜଣେ ଅଭିଯୁକ୍ତର ନାଁ ଜଣା ପଡ଼ିନାହିଁ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଛତିଶଗଡ଼ ଭିଲାଇ ଅଞ୍ଚଳର ବୋଲି ଜଣାପଡ଼ିଛି ।

ତଥ୍ୟ ଅନୁସାରେ, ସାରା ଭାରତରୁ 210ରୁ ଅଧିକ ଅଭିୟୋଗ ପଞ୍ଜୀକରଣ କରାଯାଇଥିଲା । ବିହାରରୁ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡିଶା ଆଦି ରାଜ୍ୟରୁ ଅଭିଯୋଗ ହୋଇଥିଲା । ତେବେ ଅଭିୟୁକ୍ତମାନେ ଇନ୍ଦିରା ସିକ୍ୟୁରିଟିଜ୍ ନାମରେ ନକଲି ମୋବାଇଲ ଆପ୍ ତିଆରି କରିଥିଲେ । ଏହି ଟ୍ରେଡିଂ ଆପରେ ଷ୍ଟକ ମୂଲ୍ୟକୁ ରିୟଲ ଟାଇମରେ ପ୍ରଦର୍ଶିତ କରାୟାଇଥିଲା ଏବଂ ଏହା ଦ୍ୱାରା ସନ୍ଦେହ ସୃଷ୍ଟି ହୋଇନଥିଲା । କାମ୍ବୋଡିଆରେ ମୁତୟନ ଥିବା ଅଭିୟୁକ୍ତମାନେ ଭାରତୀୟମାନଙ୍କୁ ଫୋନ୍ କରି ଷ୍ଟକ୍ ଏବଂ ନକଲି ରିଟର୍ଣ୍ଣରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ପ୍ରାରମ୍ଭିକ ରିଟର୍ଣ୍ଣ ଦେବା ପରେ ଆପ୍ ପେ-ଆଉଟ୍ ବନ୍ଦ କରିଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ଜାଲିଆତି କରାୟାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ସାଇବର ଲୁଟର ଶିକାର ବୀମା କର୍ମଚାରୀ, ବିଟ୍‌ କଏନ ଲୋଭରେ ହରାଇଲେ 22 ଲକ୍ଷ

ତେବେ ଏହାକୁ ପିଗ ବୁଚରିଂ ସ୍କାମ କୁହାୟାଏ ଯେଉଁଥିରେ ଆକାଉଣ୍ଟ, ଡିଜିଟାଲ ବିଜ୍ଞାପନର ବ୍ୟବହାର ହୋଇଥାଏ । ମନି ଲଣ୍ଡରିଂ ଓ କ୍ରସ ବର୍ଡର କ୍ରିମିନାଲ ସିଣ୍ଡିକେଟ୍ ବ୍ୟାଙ୍କ ଗୁଡ଼ିକର ତଥ୍ୟ, ଆକାଉଣ୍ଟର ଲଗ-ଇନର ଆଇପି ଠିକଣା ବିଷୟରେ କାମ୍ବୋଡିଆ ଏବଂ ଆବୁଧାବୀରୁ ଦର୍ଶାୟାଇଛି । ସମସ୍ତ ଅଭିୟୁକ୍ତ ବ୍ୟକ୍ତି ପେମେଣ୍ଟ ଗୁଡିକ ବେଷ୍ଟର୍ଣ୍ଣ ୟୁନିଅନ, ୟୁ.ଏସ.ଡି.ଟି, କ୍ରିପ୍ଟୋ କରେନ୍ସି ବିନିମୟ, ପେପାଲ୍ ଏବଂ ଭାରତ ସୀମାକୁ ଲାଗିଥିବା ଦେଶଗୁଡ଼ିକର ଲୋକମାନଙ୍କ ସହିତ ଟେଲିଗ୍ରାମ ଏବଂ WhatsApp ଗୋଷ୍ଠୀରେ ସକ୍ରିୟ ଭାବେ ଜଡ଼ିତ ଥିବାର ପ୍ରମାଣ ମିଳିଛି । ଅନ୍ୟତମ ଅଭିୟୁକ୍ତ ମହମ୍ମଦ ନସିମ ମହାଦେବ ବେଟିଂ ଆପ୍ ମାମଲାରେ ସମ୍ପୃକ୍ତ ଥିବା ବେଳେ 2022ରେ ଗିରଫ ହୋଇଥିଲା । ତେବେ ଭାରତର ଅନ୍ୟ ସ୍ଥାନରେ ମଧ୍ୟ ଗିରଫଦାରୀ ଜାରି ରହିଛି । ଆହୁରି ଅଭିଯୁକ୍ତ ଗିରଫ ହେବେ ବୋଲି କହିଛନ୍ତି ରାଉରକେଲା DIG ମିତ୍ରଭାନୁ ମହାପାତ୍ର ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.