ETV Bharat / state

ସାଇବର ଲୁଟର ଶିକାର ବୀମା କର୍ମଚାରୀ, ବିଟ୍‌ କଏନ ଲୋଭରେ ହରାଇଲେ 22 ଲକ୍ଷ

author img

By

Published : May 12, 2023, 3:43 PM IST

Insurance agent cheated by cyber criminal
Insurance agent cheated by cyber criminal

ସାଇବର ଲୁଟ୍‌ର ଶିକାର ହେଲେ ବୀମା କର୍ମଚାରୀ । ୨୨ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଲୁଟେରା । ବିଟ୍‌ କଏନର ଲୋଭ ଦେଖାଇ ଖାଲି କରିଦେଲେ ଆକାଉଣ୍ଟ । ଅଧିକ ପଢନ୍ତୁ

Insurance agent cheated by cyber criminal

ରାଉରକେଲା: ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ସାଇବର ଅପରାଧ । ନୂଆନୂଆ ପନ୍ଥା ଆପଣାଇ ଲୋକଙ୍କଠାରୁ ଟଙ୍କା ଠକି ନେଉଛନ୍ତି ସାଇବର ଲୁଟେରା । ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟ ଖାଲି କରି ଦେଉଛନ୍ତି ଏହି ଅଦୃଶ୍ୟ ଅପରାଧୀ । ଟିକେ ଅସାବଧାନତା ହେତୁ ଠକାମୀର ଶିକାର ହେଉଛନ୍ତି ଲୋକେ । ଏବେ ସାଇବର ଠକେଇର ଶିକାର ହୋଇଛନ୍ତି ସୁନ୍ଦରଗଡ଼ର ଜଣେ ବୀମା କର୍ମଚାରୀ।

ବୀମା କର୍ମଚାରୀଙ୍କୁ ବିଟ୍‌ କଏନର ଲୋଭ ଦେଖାଇ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୨ ଲକ୍ଷ ୧୭ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଲୁଟେରା । ଠିକାମୀର ଶିକାର ହେବା ପରେ ବୀମା କର୍ମଚାରୀ ଓ ତାଙ୍କ ପତ୍ନୀ ଟଙ୍କା ଫେରି ପାଇବାକୁ ରାଜଗାଙ୍ଗପୁର ଥାନା ଓ ରାଉରକେଲା ସାଇବର ଥାନାର ଦ୍ବାରସ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ମାମଲା ରୁଜୁ କରିଛି ନା ନାହିଁ ସେନେଇ ସୂଚନା ମିଳିପାରି ନାହିଁ ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମିଶନହତାରେ ରୁହନ୍ତି ବୀମା କର୍ମଚାରୀ ସୁନୀଲ ସାହୁ ଓ ତାଙ୍କ ପତ୍ନୀ ସସ୍ମିତା ବେହେରା । ଗତ ଏପ୍ରିଲ ୧୮ରେ ସୁନୀଲଙ୍କ ମୋବାଇଲକୁ ପାର୍ଟଟାଇମ୍‌ ଜବ୍‌ କରିବାକୁ ଏକ ଅଜଣା ନମ୍ବରରୁ ମେସେଜ୍‌ ଆସିଥିଲା । ଅର୍ଥ ରୋଜଗାର କରିବାର ଲୋଭରେ ସୁନୀଲ ମେସେଜର ଲିଙ୍କକୁ ଖୋଲିବା ପରେ ଏକ ଆପ୍ଲିକେସନ୍‌ ଖୋଲିଥିଲା। ସୁନୀଲ ଏହି ଆପ୍ଲିକେସନ୍‌ ଅସିଲ କି ନକଲି ଜାଣି ପାରିନଥିଲେ । ଆପ୍‌ରେ ନିଜ ନାମ ପଞ୍ଜିକରଣ ମାତ୍ରେ ଟେଲିଗ୍ରାମ୍ ମେସେଜ ଆସିଥିଲା । ଏହାପରେ ସାଇବର ଠକ ଜଣଙ୍କ ସୁନୀଲକୁ ଅଧିକ ଅର୍ଥ ଉପାର୍ଜନର ଲୋଭ ଦେଖାଇ ପ୍ରଥମେ ୧୦୦୦ ଟଙ୍କା ବିଟ୍‌ କଏନରେ ଲଗାଇବାକୁ କହିଥିଲେ।

ଏହାପରେ ସୁନୀଲ ୧୦୦୦ ଟଙ୍କା ଦେବା ବିଟ କଏନରେ ଲଗାଇବାର କିଛି ଘଣ୍ଟା ପରେ ତାଙ୍କ ବ୍ୟାଙ୍କ ଖାତାକୁ ୬୦୦ ଟଙ୍କା ଆସିଯାଇଥିଲା। ପରେ ସାଇବର ଠକ ପୁଣି ସୁନୀଲଙ୍କୁ ୫ ହଜାର ଟଙ୍କା ଲଗାଇବାକୁ କହିଥିଲେ। ଲୋଭରେ ବଶବର୍ତ୍ତୀ ହୋଇ ସୁନୀଲ ୫ ହଜାର ମଧ୍ୟ ଲଗାଇ ଦେଇଥିଲେ । ପର ମହୁର୍ତ୍ତରେ ସୁନୀଲ କ୍ରମଶଃ ୨୫ ହଜାର, ୩୭ ହଜାର, ୫୦ ହଜାର, ୯୫ ହଜାର , ୩ ଲକ୍ଷ ଏମିତି ଲକ୍ଷ ଲକ୍ଷ ଟଙ୍କା ବିଟ୍‌ କଏନରେ ଲଗାଇ ଚାଲିଥିଲେ । ହେଲେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନଥିଲା । ଏହାପରେ ସୁନୀଲ ଟେଲିଗ୍ରାମ୍‌ ମେସେଜ୍‌ରେ ସେମାନଙ୍କ ସହ କଥା ହେବାକୁ ସମସ୍ତ ଟଙ୍କା ହୋଲ୍ଡ ହୋଇଯାଇଛି ଆଉ କିଛି ଟଙ୍କା ଜମା କଲେ, ମୂଳ ଜମା ସହ ଲାଭ ମିଳିବ ବୋଲି କହିଥିଲେ କହିଥିଲା ସାଇବର ଠକ ।

ସାଇବର ଠକର କହିବା ଅନୁଯାୟୀ ସୁନୀଲ ଜମି ବନ୍ଧା ପକାଇ ପୁଣି ୫ ଲକ୍ଷ ୮୦ ହଜାର କରି ଦୁଇଥର, ପରେ ପୁଣି ୫ ଲକ୍ଷ ୪୩ ଲକ୍ଷ, ଏମିତି ୪୪ ଥରରେ ମୋଟ ୨୨ ଲକ୍ଷ ୧୭ ଲକ୍ଷ ଟଙ୍କା ଜମା କରି ଦେଇଥିଲେ। ପରବର୍ତ୍ତୀ ସମୟରେ ଲାଭ ତ ମିଳିବା ଦୂରର କଥା, ଜମା କରିଥିବା ୨୨ ଲକ୍ଷ ୧୭ ହଜାରରୁ ଟଙ୍କାଟିଏ ମଧ୍ୟ ମିଳି ନଥିଲା। ଶେଷରେ ଠିକାମୀର ଶିକାର ହୋଇଥିବା ଜାଣିବା ପରେ ସୁନୀଲ ପ୍ରଥମେ ରାଜଗାଙ୍ଗପୁର ଥାନାକୁ ଯାଇଥିଲେ। ଥାନା ଅଧିକାରୀ ସୁନୀଲକୁ ରାଉରକେଲା ସାଇବର ଥାନାକୁ ଯିବାକୁ କହିଥିଲେ। ସେଠାରେ ପହଞ୍ଚିବା ପରେ ରାଜଗାଙ୍ଗପୁର ଅଞ୍ଚଳ ରାଉରକେଲା ସାଇବର ଥାନା ଅଧିନରେ ଆସୁନଥିବାରୁ ମାମଲା ହୋଇପାରିବ ନାହିଁ ବୋଲି କହିଥିଲେ ସାଇବର ଥାନା ଅଧିକାରୀ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସାଇବର ପୋଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନଥିବା ଜଣାପଡିଛି।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.