ETV Bharat / state

ବାଇକକୁ ଧକ୍କା ଦେଲା ଅପେରା ପାର୍ଟି ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ-ଝିଆରୀ ଗୁରୁତର

author img

By ETV Bharat Odisha Team

Published : Mar 1, 2024, 8:41 PM IST

Road Accident in Bhima Bazar
Road Accident in Bhima Bazar

Road Accident in Bhima Bazar: ବଳଙ୍ଗା-ସାତଶଙ୍ଖ ରାସ୍ତାର ଭୀମ ବଜାରଠାରେ ବାଇକକୁ ଧକ୍କା ଗେଲା ଅପେରା ପାର୍ଟି ଟ୍ରକ । ସ୍ତ୍ରୀ ମୃତ ସ୍ବାମୀ-ଝିଆରୀ ଗୁରୁତର । ଅଧିକ ପଢନ୍ତୁ

Road Accident in Bhima Bazar

ନିମାପଡା: ଅଧାରେ ରହିଗଲା ବିବାହ ଉତ୍ସବ । ପୁରୀ ଜିଲ୍ଲା ବଳଙ୍ଗା-ସାତଶଙ୍ଖ ରାସ୍ତାର ଭୀମ ବଜାରଠାରେ ସଡକ ଦୁର୍ଘଟଣା । ଏକ ବାଇକକୁ ଧକ୍କା ଦେଲା ଯାତ୍ରା ପାର୍ଟି ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ରହିଛି । ମୃତ ମହିଳା ଜଣଙ୍କ ହେଲେ ବଳଙ୍ଗା ଥାନା ଅନ୍ତର୍ଗତ କେତିକିପାଟଣା ନନ୍ଦିଗୋରଡ଼ା ଗ୍ରାମର କବିତା ପଲେଇ (45) , ଗୁରୁତର ଆହତ ସ୍ବାମୀ ନବଘନ ପଲେଇ ଓ ଗଡଚାନ୍ଦପୁର ଗ୍ରାମର ସୂର୍ଶନ ପ୍ରଧାନଙ୍କ ଝିଅ ସ୍ୱାଗତିକା ପ୍ରଧାନ (18) । ବିବାହ ପାଇଁ ହସଖୁସିରେ ବାହାରିଥିବା ବେଳେ ଅଧାବାଟରେ ଛପି ରହିଥିଲା ଯମ । ଖବର ପାଇଁ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ପଠାଇଛି ।

ସୂଚନା ମୁତାବକ ନବଘନ ପତ୍ନୀ କବିତାଙ୍କ ସହ ଶ୍ଵଶୁର ଘର ଗଡଚାନ୍ଦପୁର ଆସିଥିଲେ । ସେଠାରୁ ଶାଳକ ସୁଦର୍ଶନଙ୍କ ଝିଅ ସ୍ୱାଗତିକାକୁ ନେଇ ଏକ ବାଇକରେ ଡେଲାଙ୍ଗ ଘୋରଡିଆକୁ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ଭୀମ ବଜାରଠାରେ ସ୍ଵର୍ଣ୍ଣ ମନ୍ଦିର ଅପେରା ପାର୍ଟି ଟ୍ରକ୍ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ନବଘନ ଓ ସ୍ୱାଗତିକା ବାଇକ୍ ସହ ବାମ ପଟ ରାସ୍ତା ପାର୍ଶ୍ବରେ ଛିଟିକି ପଡିଥିବାବେଳେ କବିତା ଡାହାଣ ପେଟକୁ ଓଲଟି ପଡ଼ିଥିଲେ । ଫଳରେ କବିତାଙ୍କ ମୁଣ୍ଡ ଉପରେ ଟ୍ରକ ଚକା ଚଢିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ନବଘନ ଓ ସ୍ୱାଗତିକା ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଉଭୟେ ସଂଜ୍ଞାହୀନ ହୋଇଯାଇଥିଲେ । ଏହି ଘଟଣା ଫଳରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ଡ଼ାକ୍ତରଖାନା ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯାଉଥିଲେ ବସକୁ ପିଟିଲା ହାଇୱା, 18 ଆହତ଼

ଗତ ଫେବୃଆରୀ 2 ତାରିଖରେ ରାୟଗଡ଼ାରୁ ପୁରୀ ଅଭିମୁଖେ ଆସୁଥିବା ବସକୁ ହାଇୱା ଧକ୍କା ଦେଇଥିଲା । କଲିକତା ଚେନ୍ନାଇ 16 ନଂ ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ଛକ ନିକଟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ 18 ଜଣ ଆହତ ହୋଇଥିଲେ । ଆହତ ଯାତ୍ରୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.