ETV Bharat / state

୪ବର୍ଷ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ, ମହାପ୍ରଭୁଙ୍କ ଜନ୍ମସ୍ଥାନ ଦର୍ଶନରୁ ବଞ୍ଚିତ ଭକ୍ତ

author img

By ETV Bharat Odisha Team

Published : Feb 8, 2024, 3:47 PM IST

Updated : Feb 8, 2024, 8:27 PM IST

Gundicha Temple
Gundicha Temple

Demand to open Gundicha Temple: ଦୀର୍ଘ ୪ବର୍ଷ ହେବ ବନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର । ତୁରନ୍ତ ଦ୍ବାର ଖୋଲିବା ଲାଗି ସେବାୟତ ଏବଂ ଜଗନ୍ନାଥ ପ୍ରେମୀଙ୍କ ଦାବି । ଅଧିକ ପଢନ୍ତୁ

୪ବର୍ଷ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ, ମହାପ୍ରଭୁଙ୍କ ଜନ୍ମସ୍ଥାନ ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ: ୨୦୨୦ ମସିହା କୋଭିଡ ମହାମାରୀ ପୃଷ୍ଠଭୂମିଠାରୁ ଦୀର୍ଘ 4 ବର୍ଷ ହେବ ଭକ୍ତଙ୍କ ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର । ଫଳରେ ମହାପ୍ରଭୁଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ପରିଭ୍ରମଣ କରିବାରେ ପ୍ରତିଦିନ ହଜାର ହଜାର ଭକ୍ତ ବଞ୍ଚିତ ହେଉଥିବା ବେଳେ ନିରାଶ ହୋଇ ଫେରୁଛନ୍ତି । ଏ ନେଇ ସେବାୟତ ଏବଂ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ତେବେ ତୁରନ୍ତ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ସେମାନେ ଦାବି କରିଛନ୍ତି ।

ଶ୍ରୀକ୍ଷେତ୍ର ଆସୁଥିବା ପ୍ରତ୍ୟେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୁଣ୍ଡିଚା ମନ୍ଦିର ଯାଇ ମହାପ୍ରଭୁଙ୍କର ଜନ୍ମବେଦୀ ଦେଖିବା ସହ ଭିତରେ ଥିବା କଳା କାରୁକାର୍ଯ୍ୟ, ରୋଷଘର, ଆନନ୍ଦ ବଜାର ଦେଖି ଭକ୍ତ ବିଭୋର ହୋଇଥାନ୍ତି । ସେହିପରି ଭିତର ବେଢାରେ ବୁଲି ଭକ୍ତମାନେ ଅପାର ଆନନ୍ଦ ପାଇଥାନ୍ତି । ତେବେ ୨୦୨୦ କୋଭିଡ ପରଠାରୁ ପ୍ରଶାସନ ଗୁଣ୍ଡିଚା ମନ୍ଦିର ପ୍ରବେଶ ନେଇ କଟକଣା ଜାରୀ କରିବା ପରେ ଏହାକୁ ଖୋଲିବା ନେଇ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । ଶ୍ରୀମନ୍ଦିର ପ୍ରଶାସନର ଏଭଳି ମନୋଭାବକୁ ସେବାୟତ ଏବଂ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି । ତୁରନ୍ତ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ସେବାୟତ ଏବଂ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି ।

ଏହା ବି ପଢନ୍ତୁ- ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କେବେ ?

ସୂଚନା ଅନୁସାରେ, ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଚାଲୁ ରହିଛି । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନିଷେଧ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଓବିସିସି ଦ୍ବାରା କାର୍ଯ୍ୟ ଆରମ୍ଭ କରାଯାଇଛି । ମନ୍ଦିର ଭିତରେ ଡ୍ରେନେଜ ବ୍ୟବସ୍ଥା, ଉଦ୍ୟାନର ପୁନରୁଦ୍ଧାର, ଆଲୋକୀକରଣ ବ୍ୟବସ୍ଥା, ଭକ୍ତଙ୍କ ପାଇଁ ପାନୀୟ ଜଳ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି । ତେବେ ଏହି କାର୍ଯ୍ୟ ଶେଷ ହେବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ ବୋଲି ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ କହିଛନ୍ତି ।

ଏହା ବି ପଢନ୍ତୁ- ଶ୍ରୀଗୁଣ୍ଡିଚା ମନ୍ଦିର ନୁହେଁ ମହାପ୍ରଭୁଙ୍କ ମାଉସୀ ଘର, ଜାଣନ୍ତୁ କିଏ କାଳିଆର ମାଉସୀ

ଗୁଣ୍ଡିଚା ମନ୍ଦିରର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବା ବେଳେ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଟାର୍ଗେଟ ରଖିଛି । ଭକ୍ତମାନେ ଆଗାମୀ ରଥଯାତ୍ରା ପରଠାରୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ସମସ୍ତ କଟକଣା ହଟିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

Last Updated :Feb 8, 2024, 8:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.