ETV Bharat / state

ଡ୍ରପ୍‌ ଆଉଟ୍‌ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବେ ପ୍ରଧାନଶିକ୍ଷକ, ଆବଶ୍ୟକ ପଡିଲେ କରାଯିବ କାଉନସେଲିଂ - Drop Out Students to back to School

author img

By ETV Bharat Odisha Team

Published : Apr 13, 2024, 6:09 PM IST

Drop Out Students to back to School
Drop Out Students to back to School

Drop Out Students to back to School: ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସତ୍ତ୍ବେ ବର୍ଷକୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଧାରୁ ପାଠ ପଢ଼ା ଛାଡୁଛନ୍ତି । ଏନେଇ ସ୍ବତନ୍ତ୍ର ଭାବରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ଉପରେ ନଜର ରଖିବ ସ୍କୁଲ । ଡ୍ରପ୍‌ ଆଉଟ୍‌ ହେଉଥିବା ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କୁ ପୁନଃପଞ୍ଜୀକରଣ କରିବା ପାଇଁ ମନେଇବେ ସ୍କୁଲର ପ୍ରଧାନ ଶିକ୍ଷକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ ଏବେବି ହଜାର ହଜାର ଛାତ୍ରଛାତ୍ରୀ ଅଧାରୁ ପାଠ ପଢ଼ା ଛାଡୁଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସତ୍ତ୍ବେ ବର୍ଷକୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଧାରୁ ପାଠ ପଢ଼ା ଛାଡୁଛନ୍ତି । ଏନେଇ ସ୍ବତନ୍ତ୍ର ଭାବରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ଉପରେ ନଜର ରଖିବ ସ୍କୁଲ । ଡ୍ରପ୍‌ ଆଉଟ୍‌ ହେଉଥିବା ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କୁ ପୁନଃ ପଞ୍ଜୀକରଣ କରିବା ପାଇଁ ମନେଇବେ ସ୍କୁଲର ପ୍ରଧାନ ଶିକ୍ଷକ । ଏହାସହ ପିଲାଙ୍କୁ ସ୍କୁଲକୁ ପୁଣିଥରେ ଆଣିବାକୁ ପ୍ରଧାନ ଶିକ୍ଷକ ପିଲାଙ୍କୁ ଚିହ୍ନଟ କରିବେ । ସେମାନଙ୍କୁ ଆବଶ୍ୟକ ପଡ଼ିଲେ କାଉନସେଲିଂ ମଧ୍ୟ କରାଯିବ ।

ଅଷ୍ଟମ ଶ୍ରେଣୀରୁ ସମ୍ପୂର୍ଣ୍ଣ ଭାବରେ ନାମଲେଖା ତଥ୍ୟକୁ ଟ୍ରାକ୍‌ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେହିପରି ଅଷ୍ଟମ ପରେ ନବମ ଶ୍ରେଣୀରେ କେତେ ପିଲା ନାମ ଲେଖାଇଲେ ତାହାର ତଥ୍ୟ ମଧ୍ୟ ରଖିବ ବିଭାଗ । ଏହା ସହିତ ଦଶମ ଶ୍ରେଣୀରେ ମଧ୍ୟ ସମାନ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ । ପିଲାମାନେ ନାମଲେଖାଇବା ପରେ ସ୍କୁଲକୁ କାହିଁକି ଆସୁନାହାନ୍ତି, ସେମାନଙ୍କ ଉପରେ ତର୍ଜମା କରିବେ ପ୍ରଧାନ ଶିକ୍ଷକ । ଯେଭଳି ଭାବରେ ରାଜ୍ୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ହ୍ରାସ ପାଇବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ବ୍ୟକ୍ତିଗତ ଭାବରେ ପ୍ରଧାନଶିକ୍ଷକ ଅଭିଭାବକ ମାନଙ୍କୁ କାଉନସେଲିଂ କରିବେ । ପାଠ ଛାଡୁଥିବା ପିଲାଙ୍କ ଘରକୁ ଯିବେ । ପାଠ ଛାଡୁଥିବା କାରଣ ମଧ୍ୟ ଖୋଜିବେ ।

ତେବେ ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ରାଜ୍ୟରେ ୨୦୧୮-୧୯ ମସିହାରେ ୧୨.୮ ପ୍ରତିଶତ ଡ୍ରପ୍‌ ଆଉଟ୍‌ ରହିଥିବା ବେଳେ ୨୦୧୯-୨୦ ମସିହାରେ ୩୮.୩୫ ପ୍ରତିଶତ ରହିଥିଲା । ଏହାସହ ୨୦୨୦-୨୧ ମସିହାରେ ୩୯.୪ ପ୍ରତିଶତ ଏବଂ ୨୦୨୧-୨୨ ମସିହାରେ ଏହା ୪୯.୯ ପ୍ରତିଶତ ରହିଥିଲା । ଅନ୍ୟପଟେ ଶିକ୍ଷାବର୍ଷ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃଦ୍ଧି ପାଇଁ କେତେକ ଅବକାସକାଳୀନ ଗୃହକାର୍ଯ୍ୟ କରାଯିବ । ଏହାଦ୍ବାରା ଛାତ୍ରଛାତ୍ରୀମାନେ ନିଜର ସମୟକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ସହିତ ପୂର୍ବ ଶ୍ରେଣୀର ଧାରଣା ଗୁଡିକୁ ଦୃଢ଼ୀକରଣ କରିବେ ଓ ଏହା କିଛି ମାତ୍ରାରେ ନୂତନ ଶ୍ରେଣୀର ପାଠକୁ ଶିଖିବାରେ ସହାୟକ ହୋଇପାରିବ ।

ଏହା ମଧ୍ୟ ପଢ଼ନ୍ତୁ...ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବହି - Free book to Private school Student

ଏହାସହ ବିଦ୍ୟାଳୟ ଆସାବାପତ୍ର ସମ୍ପତ୍ତି ରକ୍ଷଣାବେକ୍ଷଣ ସମେତ ସୁପରିଚାଳନା ଆଦିକୁ ଧ୍ୟାନ ଦିଆଯିବ । ଗ୍ରୀଷ୍ମ ଛୁଟି ସମୟରେ ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ପ୍ରୟୋଗଶାଳା, ଇ-ଲାଇବ୍ରେରୀ, ଜଳ ଯୋଗାଣ ବ୍ୟବସ୍ଥା, ସୌଚାଳୟ, ବିଦ୍ୟାଳୟ ପରିସର ଏବଂ କ୍ରୀଡା ଉପକରଣ ଆଦିକୁ ଗ୍ରୀଷ୍ମ ଛୁଟି ସମୟରେ ସଠିକ ଭାବରେ ରକ୍ଷଣାବେକ୍ଷଣ କରିବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.