ETV Bharat / state

ଢେଙ୍କାନାଳରେ ଲୁଟେରାଙ୍କ ଉତ୍ପାତ, ଡେଲିଭରୀ ଭ୍ୟାନକୁ ବୋମାମାଡ କରି ଟଙ୍କା ବ୍ୟାଗ୍ ଲୁଟ୍ - Loot in Dhenkanal

author img

By ETV Bharat Odisha Team

Published : Mar 31, 2024, 12:18 PM IST

Loot in Dhenkanal: ଢେଙ୍କାନାଳରେ ଡେଲିଭରୀ ଭ୍ୟାନରୁ ଲୁଟ୍ । ଗାଡି ଉପରକୁ ବୋମା ମାଡ କରି ଟଙ୍କା ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat

ଢେଙ୍କାନାଳରେ ଲୁଟେରାଙ୍କ ଉତ୍ପାତ

ଢେଙ୍କାନାଳ: ଜିଲ୍ଲାରେ ବଢିଚାଲିଛି ଲୁଟପାଟ୍ । ଏବେ ଭୁବନ ଅଞ୍ଚଳରେ ଗୋଟିଏ ଡେଲିଭରୀ ଭ୍ୟାନରୁ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । କିଛି ଲୁଟେରା ଭ୍ୟାନ ଉପରକୁ ବୋମାମାଡ କରି ଏଥିରେ ଥିବା ଟଙ୍କା ବ୍ୟାଗକୁ ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି । ଗତକାଲି (ଶନିବାର) ରାତିରେ ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବାଉଁଶକଣ ଛକ ନିକଟରେ ଏହି ଘଟଣା ଘଟିଛି । ତେବେ କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ପୋଲିସ କୌଣସି ସୂଚନା ଦେଇନଥିବା ବେଳେ ଲୁଟ୍ ହୋଇଥିବା ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି ।

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ମାତିଛନ୍ତି ଲୁଟେରା l ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଲୁଟପାଟ୍ ହେଉଛି l ହେଲେ ଏହି ଲୁଟେରାଙ୍କ ଟେର୍ ପାଉନି ପୋଲିସ, ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡିଛନ୍ତି l ଗତ ରାତିରେ ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବାଉଁଶକଣ ଛକ ନିକଟରେ ଗୋଟିଏ ଡେଲିଭରୀ ଭ୍ୟାନରୁ ଲୁଟ୍ ହୋଇଛି । ଗତକାଲି କାମାକ୍ଷାନଗରସ୍ଥିତ ଏସ୍ଏନ୍ ଟ୍ରେଡରରୁ ଡ୍ରାଇଭର ସହ ୩ ଜଣ ଡେଲିଭରୀ ଯୁବକ ଭୁବନ ଅଞ୍ଚଳର ବିଭିନ୍ନ ଦୋକାନରେ ଗ୍ରୋସରି ସାମଗ୍ରୀ ବିକ୍ରି କରି ଫେରୁଥିଲେ । ବାଉଁଶକଣ ଛକ ନିକଟରେ ଚାରି ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଭ୍ୟାନ ଉପରକୁ ବୋମା ମାଡ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସ୍ପ୍ରେ ମାରି ମଟନ ଦୋକାନୀଙ୍କ ଠାରୁ ଲୁଟ, ପୋଲିସର ତନାଘନା ଜାରି - Loots From Mutton Seller

ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଭ୍ୟାନ ଛାଡି ଦୌଡି ପଳାଇଥିଲେ ଡେଲିଭରୀ ଯୁବକ ଓ ଡ୍ରାଇଭର । ଏହି ସମୟରେ ଭ୍ୟାନରେ ଥିବା ଟଙ୍କା ବ୍ୟାଗ୍ ନେଇ ଦୁର୍ବୃତ୍ତମାନେ ବାଇକରେ ଫେରାର ହୋଇ ଯାଇଥିଲେ । ଏହି ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନ ଓ ଚାରି ଜଣଙ୍କୁ ଥାନାରେ ରଖି ତଦନ୍ତ ଚଳାଇଛି । ଏହି ଘଟଣା ସମ୍ପର୍କରେ ଥାନାଧିକାରିଣୀ ମନୋସ୍ମିନୀ ମହାନ୍ତି ଗଣମାଧ୍ୟମକୁ କୌଣସି ତଥ୍ୟ ନଦେବାରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣା ପଡିନାହିଁ । ତେବେ ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି l ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l ଏ ଯାଏଁ ଲୁଟେରାମାନଙ୍କ କୌଣସି ଠିକଣା ମିଳିନି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.