ସ୍ପ୍ରେ ମାରି ମଟନ ଦୋକାନୀଙ୍କ ଠାରୁ ଲୁଟ, ପୋଲିସର ତନାଘନା ଜାରି - Loots From Mutton Seller

By ETV Bharat Odisha Team

Published : Mar 29, 2024, 6:15 PM IST

thumbnail

Miscreants Loots Money From Mutton Seller: କଟକ: ଦିନ ଦ୍ଵିପ୍ରହରରେ ଲୁଟ । କଟକ ଗୋପାଳପୁର ଠାରେ ମଟନ ଦୋକାନୀଙ୍କୁ ନିଶା ଦେଇ ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ । ମଟନ କିଣିବା ବାହାନାରେ ଆସି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ସେପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟବସାୟୀକୁ ମେଡିକାଲ ସ୍ଥାନାନ୍ତର କରିଛି ।  

ତେବେ ଲୁଟର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ନିଆଳି ଅଞ୍ଚଳର ବାସୀନ୍ଦା ମେହେରବାନ ଶାହା । ପ୍ରତିଦିନ ମଟନ ବ୍ୟବସାୟ କରିବା ପାଇଁ ଗୋପାଳପୁର ଆସିଥାନ୍ତି । ଆଜି ମଧ୍ୟାହ୍ନ ସମୟରେ ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ମଟନ କିଣିବା ପାଇଁ କହିଥିଲେ । ଏହାପରେ ବ୍ୟବସାୟୀଙ୍କୁ ଓ ପାଖରେ ଥିବା ଜଣେ ଗ୍ରାହକଙ୍କୁ ନିଶା ସ୍ପ୍ରେ କରି ଉକ୍ତ ଦୋକାନରୁ ଟଙ୍କା, ମୋବାଇଲ ଓ ଜରୁରୀ କାଗଜପତ୍ର ଲୁଟ କରି ଫେରାର ହୋଇଯାଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ବ୍ୟବସାୟୀ ଓ ଗ୍ରାହକଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.