ETV Bharat / state

ବାଇକ୍ ଡିକି ଖୋଲି ଲୁଟିଲେ ଦୁବୃର୍ତ୍ତ, ୫ ଲକ୍ଷ ଟଙ୍କା ଲୁଟ

author img

By ETV Bharat Odisha Team

Published : Mar 20, 2024, 10:48 PM IST

ବାଇକ୍ ଡିକି ଖୋଲି ଲୁଟିଲେ ଦୁବୃର୍ତ୍ତ, ୫ ଲକ୍ଷରୁ ଉର୍ଦ୍ଦ୍ବ ଟଙ୍କା ଲୁଟ
ବାଇକ୍ ଡିକି ଖୋଲି ଲୁଟିଲେ ଦୁବୃର୍ତ୍ତ, ୫ ଲକ୍ଷରୁ ଉର୍ଦ୍ଦ୍ବ ଟଙ୍କା ଲୁଟ

5 Lakh Loot Breaking Bike Dikki: ମୋଟର ସାଇକେଲ ଡିକି ତାଲା ଖୋଲି ଦୁବୃର୍ତ୍ତ ଲୁଟିଲେ ୫ ଲକ୍ଷ ୬୦ ହଜାର ଟଙ୍କା । ସମ୍ପୂର୍ଣ୍ଣ ଲୁଟ ଘଟଣାର ଭିଡିଓ ସିସିଟିଭିରେ କଏଦ । ଅଧିକ ପଢନ୍ତୁ

ବାଇକ୍ ଡିକି ଖୋଲି ଲୁଟିଲେ ଦୁବୃର୍ତ୍ତ, ୫ ଲକ୍ଷରୁ ଉର୍ଦ୍ଦ୍ବ ଟଙ୍କା ଲୁଟ

ବ୍ରହ୍ମପୁର: ମୋଟର ସାଇକେଲ ଡିକିର ତାଲା ଖୋଲି ଦୁବୃର୍ତ୍ତ ନେଇ ଗଲେ ଲକ୍ଷାଧିକ ଟଙ୍କା । ଜଣେ ବ୍ୟକ୍ତି ନିଜର ଏକ ଜମିକୁ ବିକ୍ରି କରି ସେଥିରୁ ମିଳିଥିବା ଅର୍ଥକୁ ବ୍ୟାଙ୍କରୁ ଆଣି ମୋଟର ସାଇକେଲର ଡିକିରେ ରଖି ଚା' ପିଇବାକୁ ଯାଇଥିଲେ । ଏହି ସମୟରେ ଜଣେ ଦୁବୁର୍ତ୍ତ ଗାଡ଼ିର ଡିକି ଖୋଲି ଲୁଟି ନେଇଥିଲେ ୫ ଲକ୍ଷ ୬୦ହଜାର ଟଙ୍କା । ଏହିଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ସହରର ଜୟପ୍ରକାଶ ନଗର ଛକରେ ରହିଥିବା ଏକ ଘରୋଇ ବ୍ୟାଙ୍କ ସମୁଖରେ ।ଏହି ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ଲୁଟ ସମୟର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଘଟଣାର ଖୋଳତାଡ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ନିକଟବର୍ତ୍ତୀ ସୁନାଦେଇ ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା ନିଜର ଏକ ଜମିକୁ ବିକ୍ରି କରିଥିଲେ । ସେହି ଜମିକୁ କ୍ରୟ କରିଥିବା ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗର ଛକରେ ରହିଥିବା ଘରୋଇ ବ୍ୟାଙ୍କରୁ ୫ ଲକ୍ଷ ୬୦ ହଜାର ଟଙ୍କା ଉଠାଇ କୃଷ୍ଣଚନ୍ଦ୍ର ପ୍ରଦାନ କରିଥିଲେ । ଏହାପରେ କୃଷ୍ଣ ସେହି ଟଙ୍କାକୁ ନିଜକୁ ନିଜର ମୋଟର ସାଇକେଲର ଡିକିରେ ରଖି ତାଲା ପକାଇଥିଲେ । ଆଉ ସେହି ସମୟରେ ବ୍ୟାଙ୍କ ସମୁଖରେ ରହିଥିବା ଚା' ଦୋକାନକୁ ଯାଇଥିଲେ ।

ଏହି ସମୟରେ ପୂର୍ବରୁ ତାଙ୍କ ଉପରେ ନଜର ରଖିଥିବା ଦୁଇ ଜଣ ଯୁବକ ଏକ ମୋଟର ସାଇକଲେରେ ଆସିଥିଲେ । କୃଷ୍ଣଚନ୍ଦ୍ର ନିଜର ମୋଟର ସାଇକେଲ ସମୁଖରେ ହିଁ ଠିଆ ହୋଇ ରହିଥିଲେ ମଧ୍ୟ ସାମାନ୍ୟ କିଛି ମୁହର୍ତ୍ତ ପାଇଁ ପାଣି ପିଇବା ସମୟରେ ହଠାତ୍ ଜଣେ ଯୁବକ ଜଣଙ୍କ ତାଙ୍କ ମୋଟର ସାଇକଲେ ଡିକିକୁ କୌଶଳ କ୍ରମେ ଖୋଲି ,ସେଥିରେ ଥିବା ସମସ୍ତ ଟଙ୍କାକୁ ନେଇ ଚାଲି ଯାଇଥିଲେ । ପରେ ନିଜର ମୋଟର ସାଇକେଲର ଡିକି ଖୋଲା ରହିବା ସହ ଟଙ୍କା ନଥିବା ଦେଖିଥିଲେ କୃଷ୍ଣ ।

ଏହା ମଧ୍ୟ ପଢନ୍ତୁ.....ସୁନା ବ୍ୟବସାୟୀଙ୍କୁ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଏହି ଲୁଟ ଘଟଣା ସିସିଟିଭି କ୍ୟାମେରାରେ ସଂପୂର୍ଣ୍ଣ ଭାବରେ କଏଦ ହୋଇଥିଲା । ଏନେଇ କୃଷ୍ଣଚନ୍ଦ୍ର ଘଟଣା ସମ୍ପର୍କରେ ସହରର ବୈଦ୍ୟନାଥପୁର ପୋଲିସ ଥାନରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଅଭିଯୋଗ ଆଧାରରେ ସିସିଟିଭି ଯାଞ୍ଚ କରିବା ସହ ଘଟଣାକ ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ଶେଷ ପରେ ଏଭଳି ଦିନ ଦ୍ବିପ୍ରହରରେ ଲୁଟ ଘଟଣାରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି । ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.