ETV Bharat / state

ଓଡ଼ିଶା ଅସ୍ମିତାକୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ବିବୃତ୍ତିକୁ ନାପସନ୍ଦ, ଏମିତି କହିଲେ ବରିଷ୍ଠ ସାମ୍ବାଦିକ - Odia Identity Issue

author img

By ETV Bharat Odisha Team

Published : Apr 29, 2024, 9:17 PM IST

Odia Language
Odia Language

Odia Identity Issue: "ସଙ୍କଟରେ ଓଡ଼ିଆ ଭାଷା ଓ ଅସ୍ମିତା" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବିବୃତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ବରିଷ୍ଠ ସାମ୍ବାଦିକ କ'ଣ ମତ ରଖିଛନ୍ତି ଜାଣନ୍ତୁ ।

Odia Language

ଭୁବନେଶ୍ବର: ଓଡ଼ିଆ ଭାଷାକୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର । ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ବୟାନ ଦେଇଛନ୍ତି, "ସଙ୍କଟରେ ଓଡ଼ିଆ ଭାଷା ଓ ଅସ୍ମିତା । ଓଡ଼ିଶାର ପୁରା ଅସ୍ମିତା ଶେଷ ହେବାକୁ ଯାଉଛି । ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ମୁଁ ଭାବୁନାହିଁ ।" ଓଡ଼ିଶା ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମରେ ଏଭଳି ବଡ଼ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନାପସନ୍ଦ କରି ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି,"ସାମ୍ବିଧାନିକ ପଦରେ ଅଧିଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏଭଳି ବକ୍ତବ୍ୟ ଆଶା କରାଯାଇନପାରେ । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାର ଦୁଇଟି ସ୍ଥାନ ଆସିଥିଲେ । ଗୋଟିଏ ହେଉଛି ସମ୍ବଲପୁର ଓ ଅନ୍ୟଟି ଚଣ୍ଡିଖୋଲ । ଉଭୟ ସ୍ଥାନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଗୋଟିଏ ସ୍ଥାନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରମ ମିତ୍ର ଓ ଅତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧିତ କରିଥିଲେ । ଏହାର କିଛି ଦିନ ଅର୍ଥାତ ଏବେ ପ୍ରଧାନମନ୍ତ୍ରୀ କହୁଛନ୍ତି ଓଡ଼ିଶାର ଅସ୍ମିତା ବିପଦରେ ଅଛି । ପ୍ରଧାନମନ୍ତ୍ରୀଙ୍କ କେଉଁ ବକ୍ତବ୍ୟ ଠିକ ବୋଲି ଆମେ ବିଚାର କରିବା ? ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ରାଜ୍ୟବାସୀଙ୍କ ପାଖରେ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଏକ ସାମ୍ବିଧାନିକ ପଦ। ସେ ନିର୍ବାଚନ ପ୍ରଚାର ଅଭିଯାନରେ ସାମିଲ ହୋଇଥାଇପାରନ୍ତି । କିମ୍ବା ଗୋଟେ ଦଳର ଶୀର୍ଷ ସ୍ଥାନରେ ସେ ଥାଇପାରନ୍ତି । ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଭଳି ସାମ୍ବିଧାନିକ ପଦବୀର ଅଧିକାରୀ ହୋଇଥିବେ ସେ ସାମଗ୍ରିକ ଭାବେ ଦେଶ ତଥା ରାଜ୍ୟର ସ୍ୱାର୍ଥ ଦୃଷ୍ଟି କୋଣରୁ ମନ୍ତବ୍ୟ ଦେବା କଥା । ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ମୁଁ ଗ୍ରହଣ କରିପାରୁନାହିଁ । କାରଣ ପ୍ରଧାନମନ୍ତ୍ରୀ ଦୁଇଟି ବିପରୀତ ଧର୍ମୀ ମନ୍ତବ୍ୟ ପ୍ରଦାନ କରିଛନ୍ତି ।"

ଏହା ବି ପଢନ୍ତୁ...ଓଡିଆ ଭାଷା ଏବଂ ଓଡିଆ ଅସ୍ମିତା ଏବେ ସଙ୍କଟରେ: ପ୍ରଧାନମନ୍ତ୍ରୀ ମୋଦି - PM Modi Targets On BJD Govt

ପ୍ରଚାର ଅଭିଯାନ ଚାଲୁଥିବାରୁ ସମ୍ଭବତଃ ପ୍ରଧାନମନ୍ତ୍ରୀ ଏମିତି କହିଥାଇପାରନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର । ପ୍ରଧାନମନ୍ତ୍ରୀଙ୍କ ଠାରୁ ଏଭିଳି ବକ୍ତବ୍ୟ ଆଶା କରାଯାଇନପାରେ । "ଓଡ଼ିଆ ଅସ୍ମିତା ବା ଓଡ଼ିଆ ସ୍ୱାଭିମାନ ବିପଦରେ ଅଛି ନା ନାହିଁ ତାହା ଓଡ଼ିଶାର ପ୍ରତ୍ୟେକ ଅଧିବାସୀ ଉଣା ଅଧିକେ ଜାଣିଛେ । ଏଭଳି ସ୍ଥିତି ଓ ପରିସ୍ଥିତି ପାଇଁ କିଏ ଦାୟୀ ସେ କଥା ବି ଜାଣିଛେ । ଏହାର ନିରାକରଣ କେମିତି କରାଯିବା ଦରକାର ସେ ବାବଦରେ ପ୍ରତ୍ୟେକ ସଚେତନ ଭୋଟର ଅବଗତ ଅଛନ୍ତି । ସେମାନେ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବେ" ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.