ETV Bharat / state

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

author img

By ETV Bharat Odisha Team

Published : Mar 1, 2024, 9:57 PM IST

Updated : Mar 1, 2024, 10:24 PM IST

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

Dr Pramod Kumar Mishra In Jagannath Temple: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡା. ପ୍ରମୋଦ କୁମାର ମିଶ୍ର । ଆଜି ଶ୍ରୀକ୍ଷେତ୍ର ଗସ୍ତରେ ଆସି ରତ୍ନସିଂହାସନରେ ମହାବାହୁଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡା. ପ୍ରମୋଦ କୁମାର ମିଶ୍ର । ଆଜି ଶ୍ରୀକ୍ଷେତ୍ର ଗସ୍ତରେ ଆସି ରତ୍ନସିଂହାସନରେ ମହାବାହୁଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲି ଭକ୍ତଙ୍କ ସହ ଆଲୋଚନା କରିଛନ୍ତି ।

ଆଜି ସଂଧ୍ୟାରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଡା. ପ୍ରମୋଦ କୁମାର ମିଶ୍ରଙ୍କୁ ପୁରୀ ଜିଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତ ମାନେ ସ୍ଵାଗତ କରିଥିଲେ । ପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ଶ୍ରୀମନ୍ଦିର ଭିତରେ ବେଢା ପରିକ୍ରମା କରିବା ସହ ବିଭିନ୍ନ ଦେବଦେବୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।

ଅଧିକ ପଢନ୍ତୁ- ନୂଆ ରୂପରେ ବ୍ରଜମୋହନ ପଟ୍ଟନାୟକ ସ୍କୁଲ, ଉଦଘାଟନ କଲେ ପିଏମଙ୍କ ପ୍ରମୁଖ ସଚିବ

ମହାପ୍ରଭୁଙ୍କୁ ଦର୍ଶନ ସାରି ବାହାରକୁ ଆସିବା ପରେ ଡା. ପ୍ରମୋଦ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ‘‘ବହୁ ଦିନ ହେବ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଆନନ୍ଦିତ ।’’

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ପଚାରି ବୁଝିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ପରେ ନିଜେ ଚାଲି ଚାଲି ନବ ନିର୍ମିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲି ଦେଖିଥିଲେ। ପରିକ୍ରମା ମାର୍ଗ ବୁଲିବା ବେଳେ ଉପସ୍ଥିତ ଥିବା ଭକ୍ତଙ୍କ ସହ ଆଲୋଚନା କରି ପରିକ୍ରମା ପ୍ରକଳ୍ପ ଦ୍ବାରା ଭକ୍ତ କେତେ ସୁବିଧା ପାଉଛନ୍ତି ସେ ବିଷୟ ରେ ପଚାରି ବୁଝିଥିଲେ ।

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ‘‘ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ହେଉଛନ୍ତି ଜଣେ ଓଡିଆ। ସେ ଜଗନ୍ନାଥ ଦେଶରର ଦାୟାଦ । ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଭାବ ବିହ୍ବଳିତ ହୋଇଥିଲେ ।’’ ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଗୀତ ଗୋବିନ୍ଦ ଖଣ୍ଡୁଆ ଛୋଟ ରଥ ଦଉଡି଼, ମହାପ୍ରସାଦ, ମହାପ୍ରଭୁଙ୍କ ଫଟୋ ଉପହାର ଭାବେ ଦିଆଯାଇଥିଲା ।

ଇଟିଭି ଭାରତ, ପୁରୀ

Last Updated :Mar 1, 2024, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.