ETV Bharat / state

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଚତୁର୍ଥ ଦିନ, ସମ୍ବଲପୁରରେ ପହଞ୍ଚିଲେ ମହାମହିମ

author img

By ETV Bharat Odisha Team

Published : Mar 2, 2024, 7:02 AM IST

Updated : Mar 2, 2024, 11:09 AM IST

President Droupadi Murmu
President Droupadi Murmu

President visit Sambalpur: ଆଜି ସମ୍ବଲପୁର ଗସ୍ତରେ ଆସି ପହଞ୍ଚିଛନ୍ତି ମହାମହିମ । କନ୍ଧରା ଆଶ୍ରମ ପରିଦର୍ଶନ କରିବା ସହ ମହିମା ଧର୍ମାବଲମ୍ବୀ ମାନଙ୍କୁ ମଧ୍ୟ ଭେଟିବେ। ଅଧିକ ପଢନ୍ତୁ

ସମ୍ବଲପୁର: ଆଜି ରାଷ୍ଟ୍ରପିତ ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଚତୁର୍ଥ ଅର୍ଥାତ ଶେଷ ଦିନ । ସେ ସମ୍ବଲପୁରରେ ଆସି ପହଞ୍ଚିଛନ୍ତି । ରାଷ୍ଟ୍ରପତି ସନ୍ଥକବି ଭୀମଭୋଇଙ୍କ ପବିତ୍ର ସ୍ମୃତି ପୀଠ କନ୍ଧରା ଆଶ୍ରମକୁ ଯିବେ । ଏହାପରେ ସମ୍ବଲପୁରର ମିନି ଷ୍ଟାଡିୟମରେ ମହିମା ଧର୍ମାବଲମ୍ବୀ ମାନଙ୍କୁ ମଧ୍ୟ ଭେଟିବେ । ରାଷ୍ଟ୍ରପତିଙ୍କ ସ୍ବାଗତ ଅପେକ୍ଷା ରହିଛନ୍ତି ସ୍ଥାନୀୟ ଲୋକେ । ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ କନ୍ଧରା ଆଶ୍ରମକୁ ପରିଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ । ଏହାପରେ ଆଜି ରାଷ୍ଟ୍ରପତି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ-ଦକ୍ଷିଣ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକା ପ୍ରଶଂସନୀୟ: ମହାମହିମ ରାଷ୍ଟ୍ରପତି

କନ୍ଧରା ଆଶ୍ରମ: ଚାରି ଗୋଟି ଜିଲ୍ଲାର ସଙ୍ଗମ ସ୍ଥଳରେ ରହିଛି ମହିମା ଧର୍ମର ଅନନ୍ୟ ପୀଠ କନ୍ଧରା । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡରେ ଅବସ୍ଥିତ କନ୍ଧରା ଗ୍ରାମ । ବୌଦ୍ଧ, ସୋନପୁର ଓ ଅନୁଗୁଳ ଜିଲ୍ଲାର ସୀମାକୁ ଏହା ସଂଲଗ୍ନ ରହିଛି । ଏହି କନ୍ଧରା ଗ୍ରାମର ଉପକଣ୍ଠରେ ଥିବା ମହିମା ଧର୍ମର ଆଶ୍ରମ ତଥା ପବିତ୍ର କୂଅ କନ୍ଧରା ଗ୍ରାମକୁ ଦେଇଛି ସ୍ବତନ୍ତ୍ର ପରିଚୟ । ପବିତ୍ର କୂଅରେ ଦିନେ ସନ୍ଥକବି ଭୀମଭୋଇ ପଡିଯିବା ପରେ ଜ୍ଞାନର ଉଦୟ ହୋଇଥିବା ଜଣାଯାଏ । କନ୍ଧରା ଆଶ୍ରମରେ ମହିମା ଧର୍ମର ଅନନ୍ୟ ସାଧକ ସନ୍ଥ କବି ଭୀମ ଭୋଇ ନିଜ ଜୀବନର ୧୬ ବର୍ଷ ଅତିବାହିତ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଫଳରେ ଏହି ପୀଠକୁ ନୂଆ ପରିଚୟ ମିଳିବ ବୋଲି ଅଞ୍ଚଳବାସୀ ଆଶାପ୍ରକଟ କରିଛନ୍ତି । ମହାମହିମଙ୍କ ଗସ୍ତ ପାଇଁ କଦଳୀଗଡ ନିକଟରେ ଏକ ସ୍ବତନ୍ତ୍ର ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ନ ୧୨ ଟା ୪୫ ମିନିଟରେ କନ୍ଧରା ଆଶ୍ରମ ଆସି ୧ ଟା ୫ ମିନିଟ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି ।

ଏହା ମଧ୍ୟ ପଢନ୍ତୁ-ଶାନ୍ତି ବିନା ପ୍ରଗତି ଅସମ୍ଭବ: ରାଷ୍ଟ୍ରପତି

ବୁଧବାରଠୁ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ପ୍ରଥମ ଦିନରେ ମୟୂରଭଞ୍ଜ ଗସ୍ତ କରିଥିବା ବେଳେ ଦ୍ୱିତୀୟ ଦିନରେ କେନ୍ଦୁଝର ଓ ଭୁବନେଶ୍ୱର ଗସ୍ତ କରିଥିଲେ । ତୃତୀୟ ଦିନରେ ରାଷ୍ଟ୍ରପତି କଟକ ଓ ବ୍ରହ୍ମପୁର ଗସ୍ତ କରିଥିଲେ । ପ୍ରଥମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ପରେ କଟକରେ ଥିବା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହୋଇଥିଲେ ।

Last Updated :Mar 2, 2024, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.