ETV Bharat / state

ଟ୍ରାଭେଲ ଏଜେନ୍ସି ନାଁରେ ଚଳାଇଥିଲେ ଚୋରା ଗଂଜେଇ ଚାଲଣ ରାକେଟ, ଫୁଲବାଣୀରୁ ରାଜଧାନୀ ଯାଏଁ ଚେର - Ganja Seized Bhubaneswar

author img

By ETV Bharat Odisha Team

Published : Apr 23, 2024, 7:08 AM IST

Ganja Seized: ଭୁବନେଶ୍ୱରରେ ଜଣେ ଗଞ୍ଜେଇ ଚୋରା ଚାଲଣକାରୀଙ୍କୁ ଗିରଫ କଲା ପୋଲିସ । ଟ୍ରାଭେଲ ଏଜେନ୍ସି ନାଁରେ ଚଳାଇଥିଲେ ଚୋରା ଗଂଜେଇ ଚାଲାଣ ରାକେଟ । ଫୁଲବାଣୀରୁ ଭୁବନେଶ୍ୱର ଯାଏ ଲମ୍ବିଥିଲା ଚେର ୨ ଭାଇଙ୍କୁ ଧରିଲା ଏସଟିଏଫ । ଅଧିକ ପଢନ୍ତୁ
Ganja Seized
Ganja Seized

Ganja Seized

ଭୁବନେଶ୍ୱର: ଏସଟିଏଫକୁ ସଫଳତା । ଗଞ୍ଜେଇ ଚୋରାଚାଲଣ ବେଳେ ପୋଲିସର ଧରପଗଡରେ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକର ଟ୍ରାଭେଲ ଏଜେନ୍ସି ରହିଥିବା ବେଳେ ଏହାକୁ ଆଳ କରି ବେଧଡକ ଚଳାଇଥିଲା ଗଞ୍ଜେଇ ଚୋରାଚାଲଣ । ଅଭିଯୁକ୍ତର ନାଁ ସୌମ୍ୟ ରଞ୍ଜନ ଦିଗଲ । ଫୁଲବାଣୀରେ ତାର ନିଜ ଘର ହୋଇଥିବା ବେଳେ ଭୁବନେଶ୍ୱର ମୈତ୍ରୀ ବିହାର ଶ୍ରମିକ ବସ୍ତିରେ ସେ ଭଡାଘରେ ରହୁଥିଲା ।

କିଛିଦିନ ପୂର୍ବରୁ ତାର ଭାଇ ମଧ୍ୟ ଗିରଫ ହୋଇଥିଲା । ଅଭିଯୁକ୍ତ ଜଣଙ୍କ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇ ଗଂଜେଇ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଲାଗିଛି । ସବୁଠାରୁ ବଡ କଥା ହେଉଛି ପୋଲିସ ର ସନ୍ଦେହରୁ ବଂଚିବା ପାଇଁ ଗାଡ଼ିରେ ଗଂଜେଇ ଚାଲାଣ ବେଳେ ମହିଳା ଓ ଛୋଟ ପିଲାଙ୍କୁ ନେଉଥିଲା । ପ୍ରତି ମାସରେ ଫୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବ୍ୟବସାୟ କରୁଥିଲେ । ଖୁବଶୀଘ୍ର ଅଭିଯୁକ୍ତର ଆର୍ଥିକ କାରବାର ନେଇ ଖୋଳତାଡ଼ ହେବ ବୋଲି କହିଛନ୍ତି STF SP ।

ଏହାମଧ୍ୟ ପଢନ୍ତୁ.. ସାଙ୍ଗକୁ ଭେଟିବାକୁ ଆସି ଧରାପଡ଼ିଲା ମାଫିଆ, ଗଞ୍ଜେଇ କାରବାରରେ ମୁମ୍ବାଇ ଲିଙ୍କ୍ - Ganja Smuggler Arrested



ସୂଚନା ଥାଉକି ଏପ୍ରିଲ 11 ତାରିଖ ଦିନ ଫୁଲବାଣୀରୁରୁ ଭୁବନେଶ୍ୱର ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ବିକାଶ ଦିଗଲ ନାମକ ଅଭିଯୁକ୍ତଙ୍କୁ ଧରିଥିଲା । ଯାହାଙ୍କ ଠାରୁ ୫୨ କେଜି ଗଞ୍ଜେଇ ଜବତ ହୋଇଥିଲା । ବର୍ତ୍ତମାନ ସୌମ୍ୟକୁ ଧରିବା ପରେ ତଦନ୍ତରେ ଜଣାପଡିଛି ଯେ ଏମାନେ ଦୁଇଭାଇ । ସେତେବେଳେ ସୌମ୍ୟ ରଞ୍ଜନ ଫେରାର ହୋଇଥିବା ବେଳେ ରବିବାର ରାତିରେ ତାକୁ ଏସଟିଏଫ ଧରିଛିି । ଗଞ୍ଜେଇ ଚାଲଣ ବେଳେ ହିଁ ପୋଲିସ ତାଙ୍କୁ ଧରିଛି । ସୋମବାର ତାକୁ କୋର୍ଟ ଚାଲାଣ କରାଯାଇଛି ।

କୋର୍ଟ ଚାଲାଣ ପରେ ଏହି ବ୍ୟବସାୟରେ ରାଜ୍ୟ ଓ ରାଜ୍ୟ ବାହାର କିଛି ଲୋକ ଥିବା ସନ୍ଦେହ କରି ପୋଲିସ ସେ ଦିଗରେ ତଦନ୍ତ କରୁଛି । ଖୁବଶୀଘ୍ର ସେମାନଙ୍କୁ ବି ଧରାଯିବ ବୋଲି ଏସଟିଏଫ ଏସ୍‌ପି କହିଛନ୍ତି । ଏମାନଙ୍କ ପାଖରେ ୫ଟି କାର ରହିଛି । ଏହାସହ ଦୁଇଟି ବାଇକ ରହିଥିବା ବେଳେ ପୋଲିସ ସେ ସବୁକୁ ଜବତ କରିଛି । ଏସବୁର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ହେବ। ଏଥିସହିତ ୬ ବର୍ଷର ଅପରାଧିକ ଦୁନିଆ ଭିତରେ ବେଆଇନ ଭାବେ କମାଇଥିବା ସମ୍ପତ୍ତିକୁ ବି ପୋଲିସ ଫ୍ରିଜ କରିଛି । ଏମାନଙ୍କଠାରୁ ୧୩ ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି ।

ଆଗମୀଦିନରେ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ ବୋଲି ପୋଲିସ କହିଛି । ଖାଲି ଚୋରି ନୁହେଁ ଫୁଲବାଣୀରେ ସୌମ୍ୟ ରଞ୍ଜନ ନାଁରେ ଏକ ଦୁଷ୍କର୍ମ ମାମଲା ଥିବା କହିଛି ପୋଲିସ । ଏମାନେ ଶିକ୍ଷିତ ହୋଇନଥିବା ବେଳେ ଗଂଜେଇ ଚାଲାଣରୁ ଗାଡି କରିଛନ୍ତି ବୋଲି କହିଛନ୍ତି ଏସପି । ଏପରିକି ନକ୍ସଲଙ୍କ ସହ ଲିଙ୍କ ଅଛିକି ନାହିଁ ତାର ମଧ୍ୟ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି ।

ତେବେ ଏସଟିଏଫର ଆଜି ପର୍ଯ୍ୟନ୍ତର ସଫଳତାରେ ୭୫ କେଜି ଧଳା ଜହର, ୨୦୨ ଗ୍ରାମ କୋକେନ, ୨୪ କ୍ୱିଣ୍ଟାଲ ଗଞ୍ଜେଇ ଓ ୧୪ କେଜି ଅଫିମ ଧରା ହୋଇସାରିଛି । ବିଭିନ୍ନ ଘଟଣାରେ ୧୯୫ ବେପାରୀଙ୍କୁ ଧରିଛୁ ବୋଲି କହିଛନ୍ତି ଏସଟିଏଫ ଏସପି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.