ETV Bharat / state

ଆସିଲା ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର, ମେ ୬ରୁ ସ୍କୁଲରେ ଖରା ଛୁଟି - Academic calendar for 2024 25

author img

By ETV Bharat Odisha Team

Published : Mar 30, 2024, 11:06 PM IST

Academic calendar for 2024-25
Academic calendar for 2024-25

Academic calendar for 2024-25: ଆସିଲା ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର । ୨୦୨୪ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ଥିବା ବେଳେ ଆସନ୍ତା ମେ ୬ ତାରିଖରୁ ଆରମ୍ଭ ହେବ ଖରା ଛୁଟି । ଅଧିକ ପଢନ୍ତୁ

ଭୁବନେଶ୍ବର: ପ୍ରକାଶ ପାଇଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର । ୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି । ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି । ୨୦୨୪ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି । ତେବେ ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Odisha School
Odisha School

ସ୍କୁଲରେ କେତେ ସମୟ ରହିବେ ଶିକ୍ଷକ ଶିକ୍ଷୟତ୍ରୀ:- ୨୦୨୪ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ବିଶେଷ ଭାବରେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟା ୩୦ରୁ ଅପରାହ୍ନ ସାଢ଼େ ୪ଟା ୩୦ ପର୍ଯ୍ୟନ୍ତ ପାଠପଢା ରଖାଯାଇଛି । ଶନିବାର ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ପାଠପଢ଼ା ହେବ । ଏହା ସହ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ । ତେବେ ସ୍କୁଲରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୨/୧୪୪୧୭ ଦିଆଯାଇଛି ।

Odisha School
Odisha School

କେଉଁ ମାସରେ କେତେଟା କାର୍ଯ୍ୟ ଦିବସ:- ଏପ୍ରିଲ ମାସରେ ୨୩ଟି କାର୍ଯ୍ୟଦିବସ ରହିଥିବା ବେଳେ ମଇରେ ୪ଟି, ଜୁନରେ ୧୧ଟି, ଜୁଲାଇରେ ୨୫, ଅଗଷ୍ଟରେ ୨୪ ଲେଖାଏଁ କାର୍ଯ୍ୟ ଦିବସ ରହିଛି । ସେହିପରି ଭାବରେ ସେପ୍ଟେମ୍ବରରେ ୨୨, ଅକ୍ଟୋବରରେ ୧୭, ନଭେମ୍ବରରେ ୨୩, ଡିସେମ୍ବରରେ ୧୮, ଜାନୁଆରୀରେ ୨୨, ଫେବୃଆରୀରେ ୨୩ ଓ ମାର୍ଚ୍ଚରେ ୨୧ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି । ମୋଟ ଆକାରରେ ୮୨ଟି ଛୁଟି ରହିଥିବା ବେଳେ ୫୨ଟି ରବିବାର ରହିଛି ।

ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆସେସମେଣ୍ଟ:- ୨୦୨୪ ଜୁଲାଇ ଚତୁର୍ଥ ସପ୍ତାହରେ ଫରମେଟିଭ୍-୧, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମ୍ମେଟିଭ୍-୧, ୨୦୨୫ ଜାନୁଆରୀ ପ୍ରଥମ ସପ୍ତାହରେ ଫରମେଟିଭ୍-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ୍-୨ ପାଇଁ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ଦ୍ଵିତୀୟ ସପ୍ତାହରେ ପାଠ ପଢାର ରିଭିଜନ୍ କରିବେ । ଅନ୍ୟପଟେ ମାର୍ଚ୍ଚ ୪ର୍ଥ ସପ୍ତାହରେ ଖରା ଛୁଟି କରାଯିବ । ତେବେ ଏହି କ୍ୟାଲେଣ୍ଡରର ଅନୁପାଳନ ଲାଗି ପ୍ରଧାନଶିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ।

ଏହା ବି ପଢନ୍ତୁ- ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ:- ଏପଟେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ଆସେସମେଣ୍ଟ ରହିଛି । ତେବେ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ୨୦୨୫ ମସିହା ଫେବୃଆରୀ ମାସରେ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ । ଏପଟେ ନବମ ଶ୍ରେଣୀ ପିଲାଙ୍କର ୨୦୨୫ ମସିହା ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ।

ସକାଳୁଆ ସ୍କୁଲ:- ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମର୍ଣ୍ଣିଂ କ୍ଲାସ ଆରମ୍ଭ ହେବ। ସକାଳ ୭ଟାରୁ ୧୧ଟା ୩୦ ମିନିଟ ଯାଏଁ ସକାଳୁଆ କ୍ଲାସ ସମୟ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.