ETV Bharat / state

ରାଜ୍ୟକୁ ଔଷଧୀୟ ମଶାରୀ ଦେବା ପାଇଁ କେନ୍ଦ୍ରର ବିଳମ୍ବ, ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ - Letter for LLIN

author img

By ETV Bharat Odisha Team

Published : Apr 29, 2024, 6:09 PM IST

Letter for LLIN
Letter for LLIN

Letter for LLIN: ରାଜ୍ୟକୁ ଔଷଧୀୟ ମଶାରୀ ଦେବା ପାଇଁ କେନ୍ଦ୍ରର ବିଳମ୍ବକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅସନ୍ତୋଷ । ଦେଢ଼ କୋଟି ମଶାରୀ ଦେବା ପାଇଁ ଚିଠି ଲେଖିଲେ ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟକୁ ଔଷଧୀୟ ମଶାରୀ ଦେବାକୁ କେନ୍ଦ୍ରର ବିଳମ୍ବ । ଦେଢ଼ କୋଟି ଔଷଧୀୟ ମଶାରୀ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ଆତଙ୍କ ବଢ଼ିଥିବା ବେଳେ କେନ୍ଦ୍ର ପକ୍ଷରୁ ଔଷଧୀୟ ମଶାରୀର ଅଭାବ ଦେଖାଦେଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ।

ରାଜ୍ୟ ସରକାର ୨୦୨୦-୨୧ ମସିହାରେ ଓଡିଶାକୁ ୧.୫୬ କୋଟି ଔଷଧୀୟ ମଶାରୀ ଯୋଗାଇ ଦିଆଯାଇଥିଲା। ଏହାଦ୍ଵାରା ଅତ୍ୟାଧିକ ଅସୁରକ୍ଷିତ ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା କରାଯାଇ ରାଜ୍ୟରେ ମ୍ୟାଲେରିଆ ମାମଲା ଭାରରେ ଉଲ୍ଲେଖନୀୟ ହ୍ରାସ ଘଟିଥଲା । ଔଷଧୀୟ ମଶାରୀର ଫଳପ୍ରଦତା ମାତ୍ର 3 ବର୍ଷ ପାଇଁ କୁହାଯାଇଥିଲା । ଅର୍ଥାତ ୨୦୨୩ ମସିହାରେ ଏହି ଔଷଧୀୟ ମଶାରୀ ଗୁଡିକ ସରକାରଙ୍କ ଦ୍ଵାରା ଏହାକୁ ବଦଳି ହେବାର ଥିଲା । କିନ୍ତୁ ମଶାରୀ ଅଭାବ କାରଣରୁ ଏହାକୁ ବଦଳାଇ ଦିଆଯାଇନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅସନ୍ତୋଷ ଜାହିର କରିବା ସହିତ ଓଡିଶା ତୁରନ୍ତ ୧.୫୬ କୋଟି ଔଷଧୀୟ ମଶାରୀ LLIN ଯୋଗାଣ ପାଇଁ ଅନୁରୋଧ କରାଯାଇଛି । ଏଭଳି ପରିସ୍ଥିତିରେ ମ୍ୟାଲେରିଆ ମାମଲା ବୃଦ୍ଧିକୁ ରୋକାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ: ସିଆରପିଏଫରେ କାର୍ଯ୍ୟରତ ଯବାନଙ୍କୁ ଔଷଧୀୟ ମଶାରୀ ବଣ୍ଟନ

ସୂଚନା ଅନୁଯାୟୀ, ବର୍ତ୍ତମାନ ଠାରୁ ଔଷଧୀୟ ମଶାରୀ ବଣ୍ଟନ ଆରମ୍ଭ ହୋଇଛି । ଏହା ଦ୍ବାରା ବର୍ଷା ଋତୁ ସମୟରେ ମ୍ୟାଲେରିଆ, ଡେଙ୍ଗୁକୁ ନିୟନ୍ତ୍ରଣ କରାଯାଇପାରିବ । କେଉଁ ଜିଲ୍ଲାକୁ କେତେ ମାତ୍ରାରେ ମଶାରୀ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ ଏହି ଔଷଧୀୟ ମଶାରୀରେ ଏକ ସ୍ବତନ୍ତ୍ର ପ୍ରକାରର ଔଷଧ ଛିଞ୍ଚନ କରାଯାଇଥାଏ । ଯାହା ଫଳରେ ମଶାମାନେ ମଶାରୀରରେ ବସିବା ମାତ୍ରେ ମରିଯାଇଥାଏ । ତେବେ ଏହି ମଶାରୀର ଅବଧି ରହିଛି କେବଳ ୩ ବର୍ଷ ହୋଇଥାଏ । ୨୦୧୬ ମସିହାରେ ପାଖାପାଖି ୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ୨୦୨୨ ବେଳକୁ ଏହାର ସଂଖ୍ୟା ୭ ହଜାରକୁ ଖସି ଆସିଥିଲା। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ ଏବଂ ଫୁଲବାଣୀ ଭଳି ଜିଲ୍ଲା ଗୁଡିକରେ ମ୍ୟାଲେରିଆର ସଂଖ୍ୟା ହ୍ରାସ ପାଇଥିଲା । ଏହା ସହ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଦମନ କାର୍ଯ୍ୟକ୍ରମ ଦ୍ଵାରା ଅନେକ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣରେ ସହଯୋଗ କରିପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.