ETV Bharat / state

ବଢିଲା ୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି, ଡ୍ରାଇଭର ଓ ଟେକ୍ନିସିଆନଙ୍କୁ ମାସିକ ୫ହଜାର

author img

By ETV Bharat Odisha Team

Published : Feb 15, 2024, 9:13 PM IST

108 Ambulance
108 Ambulance

108 Ambulance: ବଢିଲା ୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି । ଚଳିତ ମାସରୁ ଡ୍ରାଇଭର ଓ ଟେକ୍ନିସିଆନଙ୍କୁ ମାସିକ ୫ହଜାର । ଅଧିକ ପଢନ୍ତୁ

ଭୁବନେଶ୍ବର: ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର । ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ପ୍ରୋତ୍ସାହନ ରାଶି । ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ମିଳିବ ୫ ହଜାର ଟଙ୍କା । ସେହିପରି ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରୋତ୍ସାହନ ରାଶି ଚଳିତ ଫେବ୍ରୁଆରୀ ମାସରୁ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଏକ ସାଥି ଭାବରେ ପରିଗଣିତ । ଗାଁଠାରୁ ସହର ମଧ୍ୟରେ ଜରୁରୀକାଳୀନ ସେବା ମାଗଣାରେ ରାଜ୍ୟ ସରକାର ଯୋଗାଇ ଆସୁଛନ୍ତି । ସେ କୋଭିଡ ମହାମାରୀ ହେଉ ବା ଦୁର୍ଘଟଣା ସବୁ କ୍ଷେତ୍ରରେ ଜରୁରୀକାଳୀନ ସେବା ପହଞ୍ଚି ରୋଗୀଙ୍କୁ ଉଚିତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ୧୦୮ ଆମ୍ବୁଲାନ୍ସ ଷ୍ଟାଫଙ୍କ ପାଇଁ ଏହି ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ରାଶି ମିଳିବ । ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ମିଳିବ ୫ ହଜାର ଟଙ୍କା ମିଳିବାକୁ ଥିବା ବେଳେ ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ମିଳିବ ୩ ହଜାର ଟଙ୍କା ।

ଏହା ବି ପଢନ୍ତୁ- ୨୬ ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ; ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା

ବର୍ତ୍ତମାନ ପାଉଥିବା ବେତନ ସହ ଅତିରିକ୍ତ ଭାବେ ମିଳିବ ପ୍ରୋତ୍ସାହନ ରାଶି । ଏହି ପ୍ରୋତ୍ସାହନ ରାଶି ଚଳିତ ଫେବ୍ରୁଆରୀ ମାସରୁ ମିଳିବା ନେଇ ଘୋଷଣା ହୋଇଛି । ରାଜ୍ୟରେ ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ରାଜ୍ୟବାସୀଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ଅଟେ । ବର୍ତ୍ତମାନ ୪୧୧ ALS ଆମ୍ବୁଲାନ୍ସ ଏବଂ ୬ଟି ବୋଟ ଆମ୍ବୁଲାନ୍ସ ସହିତ ୧୩୬୬ଟି ସାଧାରଣ ଆମ୍ବୁଲାନ୍ସର ସହିତ ୧୦୮ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ରହିଛି । ୧୦୮ ଆମ୍ବୁଲାନ୍ସ ପ୍ରତି ମାସରେ ପ୍ରାୟ ୧.୩ ଲକ୍ଷ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇଛି । ୧୦୮ ଆମ୍ବୁଲାନ୍ସର ବିଶେଷ ଭାବରେ ଡ୍ରାଇଭର, ଜରୁରୀକାଳୀନ ମେଡିକାଲ୍ ଟେକ୍ନିସିଆନ୍ ଏବଂ ହେଲପରମାନେ କଠିନ କାର୍ଯ୍ୟ ସମୟ ସହିତ ପ୍ରତିକୂଳ ପରିସ୍ଥିତିରେ କଠିନ ପରିଶ୍ରମ କରୁଛନ୍ତି ।

ଏହା ବି ପଢନ୍ତୁ- ୨ ଗୁଣ ହେଲା ମମତା ଯୋଜନା ସହାୟତା ରାଶି; ୫ ହଜାରରୁ ୧୦ ହଜାର ଟଙ୍କାଙ୍କୁ ବଢିଲା

ଏହା ବି ପଢନ୍ତୁ- କଳାକାର ସହାୟତା ରାଶିରେ ବୃଦ୍ଧି: ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦

ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା ଏବଂ କୋଭିଡ ମହାମାରୀ ସମୟରେ ସେମାନଙ୍କ ଦ୍ବାରା ଦିଆଯାଇଥିବା ଅସାଧାରଣ ସେବା ସେମାନଙ୍କ ଉତ୍ସର୍ଗର ପ୍ରମାଣ । ଏହାକୁ ମଧ୍ୟ ସରକାର ସ୍ବୀକୃତି ଦେଇଛନ୍ତି । ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର, ହେଲପର ଏବଂ EMTକୁ ସର୍ବନିମ୍ନ ମଜୁରୀ ଅଧିନିୟମ ଅନୁଯାୟୀ ମୌଳିକ ଭାବରେ ଦରମା ପ୍ରଦାନ କରାଯାଇଛି । ତେବେ ଆଗାମୀ ଦିନରେ ମଧ୍ୟ ଆମ୍ବୁଲାନ୍ସ ରୋଗୀଙ୍କୁ ମାଗଣାରେ ଉଚିତ ସେବା ଯୋଗାଇ ଦେବ ବୋଲି ରାଜ୍ୟବାସୀଙ୍କର ଆଶା ବିଶ୍ବାସ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.