ETV Bharat / state

ନିର୍ବାଚନ ବିଗୁଲ ବଜାଇବା ପାଇଁ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ: ବିଜେପି

author img

By ETV Bharat Odisha Team

Published : Jan 30, 2024, 8:19 PM IST

Odisha BJP Election Campaign: ମୋହନ କହିଛନ୍ତି ଯେ ସମ୍ବଲପୁର ଗସ୍ତ ପରେ ପୁଣି ଥରେ ଆସନ୍ତା 10 ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ମୋଦି । ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ମହିଳା ମହାସମାବେଶରେ 20ଟି ରାଜ୍ୟରୁ ଆସୁଥିବା ମହିଳା ମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସେଦିନ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ଅଧିକ ପଢନ୍ତୁ

ନିର୍ବାଚନ ବିଗୁଲ ବଜାଇବା ପାଇଁ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ବିଜେପି
ନିର୍ବାଚନ ବିଗୁଲ ବଜାଇବା ପାଇଁ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ବିଜେପି

ନିର୍ବାଚନ ବିଗୁଲ ବଜାଇବା ପାଇଁ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ବିଜେପି

ଭୁବନେଶ୍ବର: ଓଡିଶାରେ ନିର୍ବାଚନ ବିଗୁଲ ବଜାଇବା ପାଇଁ ଆସନ୍ତା 3 ତାରିଖରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 25 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଆଜି ଏହି ସୂଚନା ଦେଇଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।

ମୋହନ କହିଛନ୍ତି ଯେ ସମ୍ବଲପୁର ଗସ୍ତ ପରେ ପୁଣି ଥରେ ଆସନ୍ତା 10 ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ମୋଦି । ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ମହିଳା ମହାସମାବେଶରେ 20ଟି ରାଜ୍ୟରୁ ଆସୁଥିବା ମହିଳା ମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସେଦିନ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ବ୍ୟତୀତ ଚଣ୍ଡିଖୋଲ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେଠାରେ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଗୁଡିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ମୋହନ ଆହୁରି କହିଛନ୍ତି ଆଗାମୀ ନିର୍ବାଚନରେ ଓଡ଼ିଶାରେ ପଟ୍ଟ ପରିବର୍ତ୍ତନ ହେବ। ବିଜେପି ଏକାକୀ ସରକାର ଗଠନ କରିବ । ଏହାର ରୋଡ ମ୍ୟାପ ତିଆରି କରୁଛି ଦଳ । ବୁଥ ଜନ ସଂପର୍କ ଅଭିଯାନ ପରେ 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବ ଦଳ । 2024ରେ ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର କରିବ । ଏଥିପାଇଁ ବିଜେପି ନେତା ଓ କର୍ମୀ ସଂକଳ୍ପ ନେଇଛନ୍ତି ।

ଅଧିକ ପଢନ୍ତୁ- ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ବିଜେପି

ସେହିପରି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗୋଟିଏ ମାସରେ ଦୁଇ ଦୁଇ ଥର ଆସିବା ବହୁତ ବଡ଼ କଥା ରାଜ୍ୟ ବିଜେପି ପାଇଁ। ଓଡିଶା ବାସୀଙ୍କ ପାଇଁ ପ୍ରମାଣିତ କରୁଛି ଯେ ମୋଦୀ ସରକାର ଫୋକସରେ ଓଡିଶା। ଓଡିଶାର ବିକାଶ ମୋଦି ସବୁବେଳେ ଚାହୁଁଛନ୍ତି। ସେଥିପାଇଁ ସମ୍ବଲପୁରରେ ପ୍ରଥମେ ଆସି ରେମେଡ ପଡିଆରେ ସଭା କରିବେ। ଓଡ଼ିଶାରେ ସବୁଠାରୁ ମୋଦିଙ୍କୁ ଅଧିକ ଲୋକେ ଭଲ ପାଆନ୍ତି। ଓଡିଶା ଏକ ପ୍ରକାର ରାମମୟ ଏବଂ ଗେରୁଆ ମୟ ହୋଇସାରିଛି। ବାତାବରଣ ବଦଳି ସାରିଛି ଓଡ଼ିଶାରେ ଡ଼ବଲ ଇଞ୍ଜିନ ସରକାର ହେବା ପାଇଁ।

ସୂଚନାଯୋଗ୍ୟ ଯେ, ଆସନ୍ତା ଫେବୃଆରୀ 3 ପରେ ପୁଣି ଫେବୃଆରୀ ୧୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଭୁବନେଶ୍ବରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବାକୁ ଆସିବେ ମୋଦି। ରାଜଧାନୀରେ ଏକାଠି ହେବେ 20 ରାଜ୍ୟର ୨୫ ହଜାରରୁ ଅଧିକ ମହିଳା। ସାରା ଦେଶରେ ଦୁଇଟି ବଡ଼ ବଡ଼ ମହିଳା ସମାବେଶ ଆୟୋଜନ ହେଉଥିବା ବେଳେ ଗୋଟିଏ ମଧ୍ୟପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ହେବ। ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ଏହା ଏକ ବଡ ରଣନୀତି । ଭୁବନେଶ୍ବରରେ ଫେବୃଆରି ୧୦ ରେ ବିଜେପି ଆୟୋଜନ କରୁଛି ବିଶାଳ ମହିଳା ସମାବେଶ । ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.