ETV Bharat / state

କାକଟପୁର ନିର୍ବାଚନ ମଣ୍ଡଳୀ: ପୁଣି ମନ୍ତ୍ରୀ ତୁଷାରକାନ୍ତି, ନା ଆଉ କିଏ ?

author img

By ETV Bharat Odisha Team

Published : Mar 10, 2024, 7:21 PM IST

Kakatpur Assembly constituency: ବିଜେଡିର ଗଡ଼ କୁହାଯାଉ ଥିବା କାକଟପୁରରେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ତାର ଗଡ଼ ରକ୍ଷା କରୁଛି । ନା ବିରୋଧୀ ଗଡ଼ ଦଖଲ କରୁଛି । ତାହା ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

କାକଟପୁର ନିର୍ବାଚନ ମଣ୍ଡଳୀ: ପୁଣି ମନ୍ତ୍ରୀ ତୁଷାରକାନ୍ତି, ନା ଆଉ କିଏ ?
କାକଟପୁର ନିର୍ବାଚନ ମଣ୍ଡଳୀ: ପୁଣି ମନ୍ତ୍ରୀ ତୁଷାରକାନ୍ତି, ନା ଆଉ କିଏ ?

କାକଟପୁର ନିର୍ବାଚନ ମଣ୍ଡଳୀ: ପୁଣି ମନ୍ତ୍ରୀ ତୁଷାରକାନ୍ତି, ନା ଆଉ କିଏ ?

ନିମାପଡ଼ା: ବାଜିବ ନିର୍ବାଚନ ବିଗୁଲ, ସରଗରମ ରାଜ୍ୟ ରାଜନୀତି । ଲୋକଙ୍କ ଆଶା ଭରସା ଜିତିବା ପାଇଁ ଗାଁ ମୁହାଁ ହେଲେଣି ନେତା । ଚଳିତ ସାଧାରଣ ନିର୍ବାଚନରେ କିଏ ମିରିବ ବାଜି ସେ ନେଇ ଚାଲିଛି ଅଙ୍କକଷା । ଏହାରି ଭିତରେ କାକଟପୁର ନିର୍ବାଚନୀ ମଣ୍ଡଳୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ପୁଣି ତୁଷାରକାନ୍ତି ନାଁ ଆଉ କିଏ ? ବିଭିନ୍ନ ଦଳରେ ରହିଛନ୍ତି ଏକାଧିକ ଆଶାୟୀ । ବିଜେଡିର ଗଡ଼ କୁହାଯାଉ ଥିବା ଏହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ତାର ଗଡ଼ ରକ୍ଷା କରୁଛି, ନା ବିରୋଧୀ ଗଡ଼ ଦଖଲ କରୁଛି । ତାହା ଉପରେ ସମସ୍ତଙ୍କ ନଜର ।

୨୦୦୦ ମସିହା ଠାରୁ କ୍ରମାଗତ ଭାବେ ଏଠାରେ ଶାସକ ଦଳ ବିଜୟୀ ହେଉଥିବା ବେଳେ ଦଳ ପୁଣି ରିପିଟ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ତୁଷାରକାନ୍ତି ବେହେରା । ସେପଟେ ବିରୋଧୀ ମଧ୍ୟ ନିଜର ରଣକୌଶଳ ପ୍ରସ୍ତୁତ କରିଛନ୍ତି । ଡବଲ ଇଞ୍ଜିନ ସରକାରଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଥିବା କହିଛି ବିଜେପି । ହେଲେ ଦଳରେ ଏକାଧିକ ଆଶାୟୀ ଟିକେଟ ଦୌଡ଼ରେ ରହିଥିବା ଜଣାପଡ଼ିଛି । ନିମାପଡ଼ାର ପୂର୍ବତନ ବିଧାୟକ ବାଇଧର ମଲିକ, ଜୟନ୍ତ କୁମାର ବେହେରା ଓ କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଟିକେଟ ଲବିରେ ଥିବା ଚର୍ଚ୍ଚା ହେଉଛି । ୨୦୧୯ରେ ରବି ମଲ୍ଲିକ ବିଜେଡି ଛାଡ଼ି ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।

ଅନ୍ୟପଟେ କାକଟପୁରରେ ବିରୋଧୀ ଭୂମିକା ତୁଲାଇ ଥିବା କଂଗ୍ରେସ ବିଜେଡି ଓ ବିଜେପିର ଅନ୍ତଦ୍ଵନ୍ଦର ଫାଇଦା ଲକ୍ଷ୍ୟରେ ରହିଛି । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ପୁଣି କଂଗ୍ରେସ ପ୍ରାର୍ଥୀ ବିଶ୍ଵ ଭୂଷଣ ଦାସ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଆଶା ରଖିଛନ୍ତି ।

ଗତ ନିର୍ବାଚନ ଫଳାଫଳ
ଗତ ନିର୍ବାଚନ ଫଳାଫଳ

ଗତ ୨୦୦୯ ନିର୍ବାଚନ ଫଳାଫଳ: କାକଟପୁର ନିର୍ବାଚନୀ ମଣ୍ଡଳୀରେ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡିରୁ ରବି ମଲ୍ଲିକ, ବିଜେପିରୁ ଇଶ୍ବର ଚନ୍ଦ୍ର ବେହେର ଏବଂ କଂଗ୍ରେସରୁ ବିଶ୍ଵ ଭୂଷଣ ଦାସ ମୁହାଁମୁହିଁ ହୋଇଥିଲେ । ତେବେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା କଂଗ୍ରେସ । ବିଜେଡି ପ୍ରାର୍ଥୀ ରବି ମଲ୍ଲିକ ୭୪୧୧୪ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ୫୮୮୯୩ ଖଣ୍ଡ ଭୋଟ । ସେହିପରି ବିଜେପିକୁ ମାତ୍ର ୪୨୭୩ଟି ଭୋଟ ମିଳିଥିଲା ।

ଗତ ୨୦୧୪ ନିର୍ବାଚନ ଫଳାଫଳ: ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଥିଲା । ଏଠାରେ ପ୍ରତି ବର୍ଷ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ବେଳେ ସେହିବର୍ଷ ଦଳ ସୁରେନ୍ଦ୍ର ସେଠୀଙ୍କୁ ଟିକେଟ ଦେଇଥିଲା । ସେହିପରି କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀ ପରିବର୍ତ୍ତନ କରି ରବିନ୍ଦ୍ର କୁମାର ସେଠୀଙ୍କୁ ଟିକେଟ ପ୍ରଦାନ କରିଥିଲା । ତେବେ ବିଜେପିରୁ ବର୍ତ୍ତମାନର ବିଧାୟକ ତୁଷାରକାନ୍ତି ବେହେରା ପାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀ ୮୯୯୬୩ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ରବୀନ୍ଦ୍ର କୁମାର ସେଠୀ ୪୮୯୩୩ଟି ଏବଂ ବିଜେପିର ତୁଷାରକାନ୍ତି ବେହେରା ମାତ୍ର ୧୨୦୯୩ ଖଣ୍ଡ ଭୋଟ ପାଇଥିଲା ।

୨୦୧୯ ନିର୍ବାଚନ ଫଳାଫଳ: କାକଟପୁର ନିର୍ବାଚନୀ ମଣ୍ଡଳୀରେ ଏହି ନିର୍ବାଚନରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ତତ୍କାଳୀନ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ବିଜେଡି ଟିକେଟ ଦେଇଥିଲା । ହେଲେ ଟିକେଟ ମିଳିବାର ୪ଦିନ ପରେ ଦଳ ତାଙ୍କ ଠାରୁ ଟିକେଟ ଫେରାଇ ନେଇ ବିଜେପିରୁ ଆମଦାନୀ ହୋଇଥିବା ତୁଷାରକାନ୍ତି ବେହେରାଙ୍କୁ ପ୍ରଦାନ କରାଯାଇଥିଲା । ଏହି ନିର୍ବାଚନରେ ତୁଷାରକାନ୍ତିଙ୍କୁ ୯୧୮୯୭ ଖଣ୍ଡ ମିଳିଥିଲା । ସେହିପରି କଂଗ୍ରେସର ବିଶ୍ଵ ଭୂଷଣ ଦାସ ୪୬,୨୦୬ ଖଣ୍ଡ ଭୋଟ ଏବଂ ବିଜେପିର ରବି ମଲ୍ଲିକ ୩୦୭୭୧ ଖଣ୍ଡ ଭୋଟ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ....ଷ୍ଟିଲସିଟିରେ ନିର୍ବାଚନୀ ତାତି: ମୁଦ୍ଦା ସହ ପ୍ରସ୍ତୁତ 3 ଦଳ, କିଏ ଜିତିବ ଜନତାଙ୍କ ବିଶ୍ବାସ

'ଜନ ସଧାରଣଙ୍କ ଆସ୍ଥା ବିଜେଡ଼ି ପ୍ରତି ଅଛି': ଅଣ କଂଗ୍ରେସର ଗଡ଼ କୁହାଯାଉ ଥିବା କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ଦବଦବା ଜାହିର କରିଆସିଛି । ସେହିପରି ଚଳିତ ନିର୍ବାଚନରେ ମଧ୍ୟ ଦଳ ବିଫୁଳ ଭୋଟରେ ବିଜୟ ହେବ ବୋଲି କହିଛନ୍ତି ବିଧାୟକ ତୁଷାରକାନ୍ତି । ତୁଷାରକାନ୍ତି କହିଛନ୍ତି ,"ଜନ ସଧାରଣଙ୍କ ଆସ୍ଥା ବିଜେଡ଼ି ପ୍ରତି ଅଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରହିଛି । ହେଲେ ନିର୍ବାଚନ ମଣ୍ଡଳୀରେ ଯେଉଁ ସବୁ ଛୋଟ ଛୋଟ ସମସ୍ୟା ରହିଛି । ତାହାକୁ ଯଥାଶୀଘ୍ର ସମାଧାନ କରାଯିବା । ବିଜେଡ଼ିର ସମସ୍ତ ଜନପ୍ରତିନିଧି ଲୋକଙ୍କ ପାଇଁ କାମ କରୁଛନ୍ତି । ନିଶ୍ଚିତ ଭାବେ ଲୋକଙ୍କ ବିଜେଡ଼ି ପ୍ରତି ଭଲ ପାଇବା ଭୋଟରେ ପ୍ରତିଫଳିତ ହେବେ ।

'ଡବଲ ଇଞ୍ଜିନ ସରକାର ହେବ': ବିଜେପି ମଧ୍ୟ ଚଳିତ ନିର୍ବାଚନୀ ପାଇଁ ନିଜର ରଣନୀତି ପ୍ରସ୍ତୁତ କରିଛି । ନିର୍ବାଚନୀ ବିଗୁଲ ବିଜିଲା ପରେ ବିଜେପି ତାର ଜୟ ଯାତ୍ରା ଆରମ୍ଭ କରିବ ଏବଂ ଏଥର ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ବିଜେପି ଆଶାୟୀ ପ୍ରାର୍ଥୀ ବାଇଧର ମଲ୍ଲିକ," କହିଛନ୍ତି କାକଟପୁର ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଜନ ସାଧାରଣଙ୍କ ସୁବିଧା ଅସୁବିଧାକୁ ନେଇ ପ୍ରତିବାଦ ଏବଂ ଲୋକଙ୍କ ପାଇଁ ଲଢେଇ କରିବାରେ ପ୍ରଥମ ସ୍ଥାନରେ ରହିଛି । ନିର୍ବାଚନୀ ବିଗୁଲ ବାଜିଲା ପରେ ବିଜେପି ତାର ଜୟ ଯାତ୍ରା ଆରମ୍ଭ କରିବ । ଜନ ସାଧାରଣ ଚାହୁଁଛନ୍ତି ଏଥର ପରିବର୍ତ୍ତନ କରିବା ପାଇଁ, ତେଣୁ କେନ୍ଦ୍ରରେ ମୋଦି, ରାଜ୍ୟରେ ମୋଦି ଏବଂ କାଟକପୁରରେ ମଧ୍ୟ ମୋଦି । ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର କରିବା ପାଇଁ ଲୋକଙ୍କ ଇଚ୍ଛା । "

ଭୋଟ ରାଜନୀତିରେ ବିଶ୍ବାସ କରେନି କଂଗ୍ରେସ: ସେହିପରି କଂଗ୍ରେସ ମଧ୍ୟ ନିଜର ସଂଗଠନକୁ ସୁଦୃଢ କରୁଛି । ଏହି ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସ ପ୍ରାୟ ଦ୍ବିତୀୟ ସ୍ଥାନରେ ରହିଆସୁଛି । କଂଗ୍ରେସର ଆଶାୟୀ ପ୍ରାର୍ଥୀ ବିଶ୍ଵ ଭୂଷଣ ଦାସ କହିଛନ୍ତି," କଂଗ୍ରେସ କେବଳ ନିର୍ବାଚନ ପାଇଁ ପ୍ରସ୍ତୁତ ନଥାଏ । କଂଗ୍ରେସ ସବୁବେଳେ ଜନହିତକାରୀ କାର୍ଯ୍ୟରେ ବ୍ୟସ୍ତ ଥାଏ । ସେଥିପାଇଁ ଆମେ ଭୋଟ ରାଜନିତୀରେ ବିଶ୍ବାସ କରୁନାହୁଁ । ଏଠାରେ ଆମେ ସାଧାରଣ ଲୋକଙ୍କ ପାଇଁ ଲଢିବୁ ଏବଂ ନିଶ୍ଚିତ ବିଜୟୀ କରିବୁ । "

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.