ETV Bharat / state

ନାମାଙ୍କନ ଭରିଲେ କାଳୀରାମ, ଶକ୍ତି ଦେଖାଇଲେ ଇନ୍ଦିରା - odisha assembly election 2024

author img

By ETV Bharat Odisha Team

Published : Apr 24, 2024, 10:33 PM IST

ନାମଙ୍କନ ଭରିଲେ କାଳୀ ରାମ, ଶକ୍ତି ଦେଖାଇଲେ ଇନ୍ଦିରା
ନାମଙ୍କନ ଭରିଲେ କାଳୀ ରାମ, ଶକ୍ତି ଦେଖାଇଲେ ଇନ୍ଦିରା

ODISHA ASSEMBLY ELECTION 2024: ଆଜି ବିଜେପି ତରଫରୁ କୋରାପୁଟ ଲୋକସଭା ପ୍ରାର୍ଥୀ କାଳୀ ରାମ ମାଝୀ ନାମାଙ୍କନ ଭରିଛନ୍ତି । ତାଙ୍କ କୈଳାଶ, ଚୈତନ୍ୟ ଏବଂ ରଘୁରାମ ବି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେପଟେ ଶକ୍ତି ପ୍ରଦର୍ଶନ କରି ଜୟପୁରର ବିଜେଡ଼ି ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦ ମଧ୍ୟ ନାମାଙ୍କନ ଭରିଛନ୍ତି । ଅଧିକ ପଢନ୍ତୁ

ନାମଙ୍କନ ଭରିଲେ କାଳୀ ରାମ, ଶକ୍ତି ଦେଖାଇଲେ ଇନ୍ଦିରା

କୋରାପୁଟ: ନାମାଙ୍କନ ଭରିଲେ ଦକ୍ଷିଣର ହେବିୱେଟ୍ । କୋରାପୁଟ ଲୋକସଭା ପ୍ରାର୍ଥୀ କାଳୀ ରାମ ମାଝୀଙ୍କ ସମେତ କୋରାପୁଟ ନିର୍ବାଚନ ମଣ୍ଡଳୀର ରଘୁରାମ ମାଛ, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କୈଳାଶ କୁଲେସିକା ଓ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ପାଇଁ ଚୈତନ୍ୟ ନନ୍ଦିବାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କୋରାପୁଟ ଗୁଣ୍ଡିଚା ମନ୍ଦିର ଠାରୁ ଏକ ବିରାଟ ରାଲିରେ ନିଜ ଦଳୀୟ ସମର୍ଥକଙ୍କ ସହିତ ଆସି ଜିଲ୍ଲାପାଳଙ୍କ ନିକଟରେ ବିଜେପି ସାଂସଦ ପ୍ରାର୍ଥୀ, ପଟ୍ଟାଙ୍ଗି ଓ କୋରାପୁଟ ନିର୍ବାଚନ ମଣ୍ଡଳୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମୋଦି ସରକାରଙ୍କ ଗ୍ୟାରେଣ୍ଟି କାର୍ଡ ଓ ନବୀନ ସରକାରଙ୍କ ଦୁର୍ନୀତିକୁ ନେଇ ନିର୍ବାଚନ ମଇଦାନକୁ ଓଲ୍ହାଇବ ବୋଲି ବିଜେପି ସାଂସଦ ପ୍ରାର୍ଥୀ କାଳିରାମ ମାଝୀ କହିଛନ୍ତି ।

ଅନ୍ୟପଟେ ଲକ୍ଷ୍ମୀପୁର ବିଜେପି ବିଧାୟକ ପ୍ରାର୍ଥୀ କୈଳାଶ କୁଲେସିକା ବିଜେଡ଼ି ସରକାରଙ୍କ ଉପରେ ବର୍ଷିବା ସହିତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଏଥର ପଦ୍ମ ଫୁଟିବ ବୋଲି କହିଛନ୍ତି । ସେପଟେ ବିଜେପିରେ ଅନେକ ବର୍ଷ ଧରି ସଂଗଠନ କରି ଆସୁଥିବା ନେତାଙ୍କୁ ବିଜେପି ଅଣଦେଖା କରି ଆମଦାନୀ ନେତାଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଥିବାରୁ ଅନେକ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟେ ପଟେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଏହାକୁ କିପରି ବିଜେପି ମ୍ୟାନେଜ କରି ନିର୍ବାଚନ ବୈତରଣୀ ପାରି ହେଉଛି । ତାହା ସମସ୍ତଙ୍କ ନଜର ।

ସେହିପରି ଜୟପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦ ହଜାର ହଜାର ବିଜେଡ଼ି କର୍ମୀଙ୍କୁ ସାଙ୍ଗରେ ଧରି ଏକ ବିରାଟ ରାଲିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜୟପୁର ସ୍ଥିତ ପୁରୁଣା ଘୋଡା ଶାଳ ଠାରୁ ଏକ ବିରାଟ ରାଲିରେ କୋରାପୁଟିଆ ବାଜା, ନାଚ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଏହି ବିରାଟ ରାଲିରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ବିଜେଡ଼ି ମୁଖ୍ୟ ମୁଦ୍ଦା କରି ନିର୍ବାଚନ ଲଢ଼ିବ ବୋଲି ଇନ୍ଦିରା ନନ୍ଦ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଜିନ୍ଦାବାଦ ନାରାରେ କମ୍ପିଲା ନବରଙ୍ଗପୁର, ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - Candidate Nomination File

ଜୟପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ପ୍ରଥମ ମହିଳା ପ୍ରାର୍ଥୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି ସେ । ଆଗାମୀ ସାଧାରଣ ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ହାତେଇବ ବୋଲି ଇନ୍ଦିରା ନନ୍ଦ କହିଛନ୍ତି ।


ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.