ETV Bharat / state

ବରଯାତ୍ରୀ ଓ ଗାଁଲୋକଙ୍କ ମଧ୍ୟରେ ଗଣ୍ଡଗୋଳ, ଅଟକ ରହିଲେ ବର ଓ କନ୍ୟା

author img

By ETV Bharat Odisha Team

Published : Feb 29, 2024, 12:54 PM IST

Couple detained by villagers in  Kendrapara
Couple detained by villagers in Kendrapara

Couple detained by villagers in Kendrapara: ବରପକ୍ଷ ଓ ଗାଁଲୋକଙ୍କ ମଧ୍ୟରେ ଗଣ୍ଡଗୋଳ । ଉତ୍ତ୍ୟକ୍ତ ହୋଇ ବରଯାତ୍ରୀ ଜାଳିଦେଲେ ଅଟୋ । ଅଟକ ରହିଲେ ବର ଓ କନ୍ୟା । ଅଧିକ ପଢନ୍ତୁ

Couple detained by villagers in Kendrapara

କେନ୍ଦ୍ରାପଡା: ବରଯାତ୍ରୀଙ୍କ ପାଇଁ ହଟହଟା ବର ଓ କନ୍ୟା । ବରପକ୍ଷ ଓ ଗାଁଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଅଟକ ରହିଲେ ବର ଓ କନ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଏଥା ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବରଯାତ୍ରୀ କନ୍ୟା ପକ୍ଷ ଗାଁ ଲୋକଙ୍କ ଯାତ୍ରୀବାହୀ ଅଟୋକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ,ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଯଦୁଚନ୍ଦ୍ରପୁର ଗାଁର ହରେକୃଷ୍ଣ ରାଉଳଙ୍କ ପୁଅ ମାନସ ରାଉଳ କଏଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କ ସହ ବିବାହ ଥିଲା । ଏନେଇ ଗତକାଲି(ବୁଧବାର) ବରଯାତ୍ରୀ କଏଥା ଗାଁରେ ପହଞ୍ଚି ବିବାହ ପ୍ରୋସେସନ କରିବା ସମୟରେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଉଗ୍ର ରୂପ ନେଇଥିଲା । ଉତ୍ତ୍ୟକ୍ତ ବରଯାତ୍ରୀ କନ୍ୟାଘର ଗାଁର ରାସ୍ତାରେ ଛିଡା ହୋଇଥିବା ଏକ ଯାତ୍ରୀବାହି ଅଟୋକୁ ଜାଳି ଦେଇଥିଲେ। ଯେଉଁଥି ପାଇଁ ବର ଓ କନ୍ୟାକୁ ଗାଁରେ ଅଟକ ରଖିଥିଲେ ଲୋକେ ।

ତେବେ ଏଭଳି ଅଭାବନୀୟ ଘଟଣା ପରେ ଅର୍ଜ୍ଜୁନ ପଢ଼ିଆରୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ରାଜନଗର ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ବରର ଅଜା ଅରୁପାନନ୍ଦ ଭୂୟାଁ କହିଛନ୍ତି,'ବାହାଘର ଚାଲିଥିବା ସମୟରେ କିଛି ଲୋକ ଆସି ପାଟିତୁଣ୍ଡ କରିଥିଲେ । ଗାଁର ଅଟୋ ପୋଡି ଦେଇଥିବା ଅଭିଯୋଗ କରି ପାଟିତୁଣ୍ଡ କରି ବିବାହ ସରିବା ସତ୍ତ୍ବେ ବର କନ୍ୟାକୁ ଅଟକ କରିଥିଲେ । ଏନେଇ ପୋଲିସକୁ ଖବର ଦିଆଯିବା ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।'

ଏହା ମଧ୍ୟ ପଢନ୍ତୁ- ନବୀନଙ୍କ ସହ ମୋଦି, ଧୁମଧାମରେ ବିବାହ କରାଇଲା ପୁରୀ କଂଗ୍ରେସ

ଏହା ମଧ୍ୟ ପଢନ୍ତୁ - ବାଜିଲା ରୋଶଣୀ ଦୁଲୁକିଲା ରାଜଧାନୀ, ଏକାଠି ପଡିଲା ୨୫ ବରକନ୍ୟାଙ୍କ ହାତଗଣ୍ଠି

ସେପଟେ କଏଥା ଗାଁ ଶୁଭଶ୍ରୀ ପଢ଼ିଆରୀ କହିଛନ୍ତି, 'ବରଯାତ୍ରୀ ଆସି ପାଟିତୁଣ୍ଡ କରି ମାରପିଟ କରିଥିଲେ । ଏନେଇ ତାଙ୍କୁ ବିରୋଧ କରିବାରୁ ବରଯାତ୍ରୀ ଆସି ଆମ ଅଟୋକୁ ଜାଳି ଦେଇଛନ୍ତି । ତେଣୁ ଆଟୋ ନ ଫେରାଇବା ଯାଏଁ ବର କନ୍ୟା ଅଟକ ରହିବେ । ତେଣୁ ଏହାକୁ ନେଇ ତୁରନ୍ତ ମାଧାନ କରାଯାଉ । '

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.