ETV Bharat / state

ବାଜିଲା ରୋଶଣୀ ଦୁଲୁକିଲା ରାଜଧାନୀ, ଏକାଠି ପଡିଲା ୨୫ ବରକନ୍ୟାଙ୍କ ହାତଗଣ୍ଠି

author img

By

Published : Feb 5, 2023, 9:09 PM IST

ବାଜୁଥିଲା ବାଜା ଦୁଲୁକୁଥିଲା ରାଜଧାନୀ ରାଜରାସ୍ତା । ଏକାବେଳେ ପଡିଲା ୨୫ଜଣ ପ୍ରେମୀ ଯୁଗଳଙ୍କ ହାତଗଣ୍ଠି । ସାମାଜିକ ସଂଗଠନ ପ୍ରୟାସ ପକ୍ଷରୁ ଚଳିତ ବର୍ଷ ମଧ୍ୟ ଗଣବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ୨୫ଜଣ ବରକନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଧିକ ପଢନ୍ତୁ

collective wedding ceremony by Prayas
collective wedding ceremony by Prayas

ପ୍ରୟାସର ଗଣ ବିବାହ କାର୍ଯ୍ୟକ୍ରମ, ବିବାହ ବନ୍ଧନରେ ବାନ୍ଧି ହେଲେ ୨୫ ବରକନ୍ୟା

ଭୁବନେଶ୍ବର: ଜାତି ଯୌତୁକ ସମସ୍ୟାକୁ ବାଦ ଦେଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ୨୫ ଯୋଡ଼ା ବରକନ୍ୟା । ପ୍ରତି ବର୍ଷ ପରେ ଚଳିତ ବର୍ଷ ପ୍ରୟାସ ପକ୍ଷରୁ ଆୟୋଜିତ ଗଣ ବିବାହ କାର୍ଯ୍ୟକ୍ରମରେ ଆଜି ବି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛନ୍ତି । ରାମ ମନ୍ଦିରରେ ପ୍ରୟାସ ପକ୍ଷରୁ ବିବାହ ବେଦୀ, ଭୋଜି, ସାଜସଜ୍ଜାର ବ୍ୟବସ୍ଥା ହୋଇଥିଲା । ଏଠାରେ ଏକା ଥରକେ ୨୫ଜଣ ବର ମନ୍ଦିରରେ ପହଞ୍ଚିବା ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ପ୍ରୟାସ ପକ୍ଷରୁ ଗଣ ବିବାହ ସ୍ଥଳୀ ଠାରେ ପ୍ରସ୍ତୁତ ଥିଲା ବେଦୀ । ହିନ୍ଦୁ ରୀତିନୀତି ଅନୁସାରେ ବ୍ରାହ୍ମଣଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା ବିବାହ । ବିନା ଜାତି, ଜାତକ, ଯୌତୁକରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨୫ ଯୋଡ଼ା ବରକନ୍ୟା । ଏହି ୨୫ଜଣଙ୍କ ମଧ୍ୟରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁର ଝିଅ ଳିଲିମତୀ ଆଉ ଭୁବନେଶ୍ବର ସାଲିହା ସାହିର ଗୋବିନ୍ଦ । ଉଭୟଙ୍କୁ ବୟସ ପାଖାପାଖି ୪୦ ଛୁଇଁଲାଣି । ପ୍ରେମ କରି ବିବାହ କରିବାକୁ ସ୍ଥିର କଲେ । ହେଲେ ଅଧିକ ବୟସ ଏବଂ ଆର୍ଥିକ ଅସୁବିଧା ତାଙ୍କ ପାଇଁ ସମସ୍ୟା ଭାବେ ଠିଆ ହେଲା । ହେଲେ ପ୍ରୟାସ ପାଇଁ ସେମାନେ ଆଜି ଏକାଠି ।

ଏହା ବି ପଢନ୍ତୁ- କାଲି କୋକିଳକଣ୍ଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ବାଲୁକା ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ ସୁଦର୍ଶନ

ଠିକ୍ ସେମିତି ଭଦ୍ରକର ହରିଶଚନ୍ଦ୍ର ଆଉ ମାନସୀ । ୪ ବର୍ଷ ହେଲା ପ୍ରେମ କରୁଥିଲେ । ହେଲେ ପରିବାର ବିବାହ ପାଇଁ ଅସମର୍ଥ ହେବାରୁ ପ୍ରୟାସ ସେମାନଙ୍କୁ ଏକାଠି କରିଛି । ଅନେକ ସମୟରେ ପରିବାରର ଅସହମତି ଯୌତୁକ ଓ ସାମାଜିକ ପ୍ରଥା କାରଣରୁ ଅନେକ ଯୁବକ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ପାରୁନାହାନ୍ତି । ଏମିତି ଦମ୍ପତ୍ତିଙ୍କ ବିବାହର ଦାୟିତ୍ବ ନେଇଛି ସାମାଜିକ ସଂଗଠନ ପ୍ରୟାସ । ଦୀର୍ଘ ୯ ବର୍ଷ ଧରି ପ୍ରତି ବର୍ଷ ଏମିତି ଗଣ ବିବାହ କାର୍ଯ୍ୟକ୍ରମ କରି ଆସୁଛି ପ୍ରୟାସ । ଏବେ ସୁଦ୍ଧା ୨୨୭ଟି ବିବାହ ସମ୍ପନ୍ନ ହୋଇଥିବା ବେଳେ ଏମିତି ୧ ହଜାର ବିବାହ କରିବାକୁ ଲକ୍ଷ୍ୟ ରଖିଛି ପ୍ରୟାସ ।

ଖାଲି ପ୍ରୟାସ ନୁହେଁ ଅନେକ ସ୍ବେଚ୍ଛାସେବୀ ବା ସମାଜସେବୀମାନେ ମଧ୍ୟ ସେମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ଆଉ ବାପା ମା' ସାଜି ପ୍ରେମୀ ଜୁଗଳଙ୍କର ବିବାହ କରାଉଛନ୍ତି । ଏଭଳି ପ୍ରୟାସ ଏକ ପରିବାର ଯୋଡ଼ୁଥିବା ବେଳେ ଏହାକୁ ନେଇ ବେଶ ଖୁସିବ୍ୟକ୍ତ କରିଛନ୍ତି ବାପା ମାଆ ସାଜି କନ୍ୟାଦାନ କରୁଥିବା ଅଭିଵାବକ ବା ସମାଜସେବୀ । ଏନେଇ ଆୟୋଜକ ମଧ୍ୟ ବେଶ ଖୁସି ଅଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ତେବେ ଯାନି ଯୌତୁକ ଓ ଜାତିର ଊର୍ଦ୍ଧ୍ବରେ ଯାଇ ଏହି ବିବାହ ଆୟୋଜିତ ହେଉଥିବା ବେଳେ ଏହା ନିଶ୍ଚୟ ସମାଜ ସଂସ୍କାର ବା ପରିବର୍ତ୍ତନରେ ସହାୟକ ହୋଇପାରିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.