ETV Bharat / state

Lata Mangeshkar Death Anniversary: ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ ସୁଦର୍ଶନ

author img

By

Published : Feb 5, 2023, 8:17 PM IST

Updated : Feb 6, 2023, 7:03 AM IST

ଆଜି ଲତା ଦିଦିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ପୁରୀ ବେଳାଭୂମିରେ ସ୍ବର ସାମ୍ରାଜ୍ଞୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଶିଷ୍ଟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ

sand-art
sand-art

କାଲି କୋକିଳକଣ୍ଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ବାଲୁକା ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ ସୁଦର୍ଶନ

ପୁରୀ: ଆଜି ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସୋମବାର ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ବାଲୁକା ଚିତ୍ରକଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚ୍‌ରେ ସେ ଏହି ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି । ଲତା ମଙ୍ଗେସକରଙ୍କ ପ୍ରତିକୃତି ସହ ଗ୍ରାମଫୋନର ଏକ ପ୍ରତିକୃତି ଏହି ବାଲୁକା ଚିତ୍ରକଳାରେ ଦେଖିବାକୁ ମିଳିଛି । ଏହାସହ 'ମେରି ଆବାଜ ହି ମେରି ପେହଚାନ' ଉକ୍ତିଟି ବାଲୁକା ଚିତ୍ରକଳାରେ ଲେଖିଛନ୍ତି ଶିଳ୍ପୀ ସୁଦର୍ଶନ ।

୨୦୨୨ ମସିହା ଫେବୃଆରୀ ୬ ତାରିଖରେ ବିଶିଷ୍ଟ କଣ୍ଠଶିଳ୍ପୀ ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ସୁନ୍ଦର ଗୀତ ତାଙ୍କୁ ଅମର ରଖିଛି । କେବଳ ଭାରତ କାହିଁକି ବିଦେଶରେ ମଧ୍ୟ ଲତାଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି । ତାଙ୍କ ଗୀତ ତାଙ୍କୁ ଅମର କରି ରଖିଥିବା ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ତେବେ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ର କଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ ଭିଡ଼ ଲାଗି ରହିଥିଲା । ପର୍ଯ୍ୟଟକମାନେ ଏହି ବାଲୁକା ଚିତ୍ରକଳା ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଲତା ମଙ୍ଗେଶକରଙ୍କ ସଙ୍ଗୀତର ଦିୱାନା ଥିଲା ସାରା ଦେଶ । ଏଥିଲାଗି ତାଙ୍କୁ କେତେବେଳେ ସ୍ବର ସାମ୍ରାଜ୍ଞୀ ତ ଆଉ କେତେବେଳେ କୋକିଳ କଣ୍ଠୀ ବୋଲି ଡାକୁଥିଲେ ପ୍ରଶଂସକ । ତାଙ୍କ ଦେଶତ୍ମାବୋଧକ ସଙ୍ଗୀତ ପ୍ରତିଟି ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମ ଭରି ଦେଉଥିଲା । ଲତା ଦିଦି କାଶ୍ମୀରଠାରୁ ମଧ୍ୟ ମହଙ୍ଗା ଥିଲେ । ଏକଦା ପାକିସ୍ତାନ କହିଥିଲା କାଶ୍ମୀର ନିଅ ଲତା ଦିଦିଙ୍କୁ ଦିଅ । ସେ ୯୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଗତବର୍ଷ ଫେବୃଆରୀ ୬ ତାରିଖରେ ମୃତ୍ୟୁବରଣ କରିଥିଲେ । ପ୍ରିୟ ଲତା ଦିଦିଙ୍କୁ ହରାଇ ସାରା ଦେଶ ମ୍ରିୟମାଣ ହୋଇପଡ଼ିଥିଲା ।

ଏହା ବି ପଢନ୍ତୁ- Lata Mangeshkar Demise: ନୀରବି ଗଲେ କୋକିଳକଣ୍ଠୀ, ଶୋକରେ ବୁଡିଲା ଦେଶ

ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ । ତାଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଲତା ଦିଦି କୋଟିଏରେ ଗୋଟିଏ ଥିଲା ବେଳେ ମ୍ୟୁଜିକ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିଲା । ଯାହାକୁ କେହି କେବେ ହେଲେ ପୂରଣ କରିପାରିବେ ନାହିଁ । ଦଶନ୍ଧି ଦଶନ୍ଧି ଧରି ସେ ନିଜ କଣ୍ଠର ଯାଦୁରେ ଅନେକଙ୍କୁ ମତୁଆଲା କରୁଥିଲେ । ତାଙ୍କ କଣ୍ଠରେ ଯାଦୁରେ ସମସ୍ତେ ନିଜକୁ ହଜାଇ ଦେଉଥିଲେ । ଆଜି ଦେଶ ଲତା ଦିଦିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Feb 6, 2023, 7:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.